/odishatv-khabar/media/media_files/2026/03/04/dillip-ray-2026-03-04-14-23-34.jpg)
Dillip Ray Photograph: (OTV)
ପିସିସି ସଭାପତି ଭକ୍ତ ଦାସଙ୍କ ସହ କଥା ହେଲେ ଦିଲ୍ଲୀପ ରାୟ । ଫୋନରେ କଥା ହୋଇଛନ୍ତି କହିଲେ ନିଜେ ଭକ୍ତ ଦାସ । ସେ ମୋର ବନ୍ଧୁ । ଶେଷ ମୁହୂର୍ତ୍ତରେ ସେ କାହିଁକି ସ୍ୱାଧୀନ ପ୍ରାର୍ଥୀ ହେଲେ ମୁଁ ବୁଝିପାରୁନି। ମୁଁ ତାଙ୍କୁ କହିଥିଲି ତମେ ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ହୁଅ, କିନ୍ତୁ ସେ କିଛି ଉତ୍ତର ଦେଇନଥିଲେ। ବିଜେପି ମୋତେ ଏକ ନମ୍ବର ପ୍ରାର୍ଥୀ କଲେ ମୁଁ ଚିନ୍ତା କରିବି କହିଥିଲେ। କିନ୍ତୁ ଏବେ ସେ ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ।
ଶେଷ ମୁହୂର୍ତ୍ତରେ ମୋତେ ସହଯୋଗ ମାଗିଲେ ମୁଁ କିଛି କରିପାରିବି ନାହିଁ ବୋଲି କହିଛନ୍ତି ଭକ୍ତ। ଏହା ବିଚାରଗତ ଲଢେଇ, ଏଠି ସମ୍ପର୍କର ସ୍ଥାନ ନାହିଁ । ତେଣୁ ମୋତେ ନିବେଦନ କରିବା ଠିକ ହେବନାହିଁ । ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ କଂଗ୍ରେସର ୧୪ ଏବଂ ସିପିଆଇଏମର ଗୋଟିଏ ଭୋଟ ନିଶ୍ଚିନ୍ତ ମିଳିବ । ମୋର ସମସ୍ତ ବିଧାୟକଙ୍କୁ ଅନୁରୋଧ କେହି ଦଳ ବିରୋଧୀ କାଯ୍ୟ କରିବେ ନାହିଁ ବୋଲି କହିଛନ୍ତି ଭକ୍ତ ଦାସ ।
'ବିଚାରଗତ ଲଢେଇରେ ସମ୍ପର୍କର ସ୍ଥାନ ନାହିଁ'
ଫୋନରେ କଥା ହୋଇଛନ୍ତି କହିଲେ ନିଜେ ଭକ୍ତ ଦାସ
‘ସେ ମୋର ବନ୍ଧୁ; ଶେଷ ମୁହୂର୍ତ୍ତରେ କାହିଁକି ସ୍ୱାଧୀନ ପ୍ରାର୍ଥୀ ହେଲେ ଜାଣିନି’
‘ମୁଁ ପୂର୍ବରୁ ତାଙ୍କୁ କହିଥିଲି ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ହେବାକୁ’
‘କିନ୍ତୁ ସିଏ କିଛି ଉତ୍ତର ଦେଇନଥିଲେ, କିନ୍ତୁ ଏବେ ସ୍ୱାଧୀନ ପ୍ରାର୍ଥୀ ହେଉଛନ୍ତି’
‘ଶେଷ ମୁହୂର୍ତ୍ତରେ ମୋତେ ସହଯୋଗ ମାଗିଲେ ମୁଁ କିଛି କରିପାରିବି ନାହିଁ’
ଏହା ବିଚାରଗତ ଲଢେଇ ଏଠି ସମ୍ପର୍କର ସ୍ଥାନ ନାହିଁ- ଭକ୍ତ ଦାସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)