ପୁଣି ଥରେ ଟିମ୍ ଇଣ୍ଡିଆର ରେକର୍ଡ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍କୁ କ୍ଲିନ୍ ସୁଇପ୍ କଲା ଭାରତ....
ମାତ୍ର ୩୫ ବଲରେ ୬୪ ରନ କରିଥିବା ଅକ୍ସର ମ୍ୟାନ୍ ଅଫ ଦି ମ୍ୟାଚ୍ ହୋଇଛନ୍ତି।
'ମୁଁ ଇସ୍ତଫା ଦେଇନି', ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଏବେ ନୂଆ କିଛି ପ୍ଲାନ କରୁଛି, ଭାବୁଛି ଅନେକ ଲୋକଙ୍କୁ ସାହାଯ୍ୟ କରିବି ।
ପରବର୍ତ୍ତୀ ଯୋଜନା ନେଇ ନିଜ ଟୁଇଟ୍ରେ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି।
ଭାରତୀୟ ଟେଷ୍ଟ ଦଳରୁ ବାଦ୍ପଡ଼ିବା ପରେ ଋଦ୍ଧିମାନ ଶାହାଙ୍କୁ ବୋରିଆ ଚିଡ଼ାଇଥିଲେ।
ଆସନ୍ତାବର୍ଷ ଅର୍ଥାତ ୨୦୨୩ରୁ ୬ଟି ଟିମ୍କୁ ନେଇ ମହିଳା ଆଇପିଏଲ ଆୟୋଜନ କରାଯିବ। ବିସିସିଆଇ ଏନେଇ ଯୋଜନା ପ୍ରସ୍ତୁତ କରୁଥିବାର ଜଣାପଡ଼ିଛି।
ଏହି ସମୟରେ ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍ ରାହୁଲ ଏବଂ ସନରାଇଜର୍ସ ହାଇଦ୍ରାବାଦର ରସିଦ ଖାନ ବଡ଼ ବିବାଦରେ ଫସିଛନ୍ତି । ବିସିସିଆଇ ଏହି ମାମଲାର ଯାଞ୍ଚ କରୁଛି । ଯଦି ଏହା ସତ ପ୍ରମାଣିତ ହୁଏ ତେବେ ଏହି ଦୁଇ ଖେଳାଳିଙ୍କୁ ଟି-୨୦ ଲିଗ୍ ଖେଳିବାରୁ ବ୍ୟାନ୍ କରାଯାଇପାରେ ।
ବିସିସିଆଇ ଯେଉଁ ବିଜ୍ଞପ୍ତି ପ୍ରକାଶ କରିବ ସେଥିରେ ବିଭିନ୍ନ ଦଳ କରିଥିବା ଖର୍ଚ୍ଚର ପରିମାଣ ମଧ୍ୟ ଲେଖାଥିବ । ଯଦି କୌଣସି ଦଳ ୪ ଜଣ ଖେଳାଳିଙ୍କୁ ରିଟେନ୍ କରେ ତେବେ ତାକୁ ୪୨ କୋଟି ଟଙ୍କା କ୍ଷତି ସହିବାକୁ ହେବ ।
ଦୁଇ ବର୍ଷର ଲମ୍ବା ବ୍ୟବଧାନ ପରେ ପୁଣି ଥରେ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟ୍ ଟିମ୍ ସହ ଯୋଡ଼ି ହୋଇଛନ୍ତି । ସେ ଏଥର ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ବିରାଟ୍ ବାହିନୀର ମେଣ୍ଟର ଭାବେ କାମ କରିବେ ।
ମୁଖ୍ୟ କୋଚ୍ ଆବେଦନ ପାଇଁ ଜଣେ ଖେଳାଳିଙ୍କ ପାଖରେ ଅତିକମରେ ୩୦ ଟେଷ୍ଟ ଓ ୫୦ ଦିନିକିଆ ଖେଳିବାର ଅଭିଜ୍ଞତା ଥିବା ଜରୁରୀ। ଏହାସହ ସେ କୌଣସି ଜାତୀୟ ଟିମକୁ ଅତି କମରେ ୨ ବର୍ଷ କୋଚିଂ ଦେଇଥିବେ।
କରୋନା କାରଣରୁ, ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଆୟୋଜନ କରାଯାଇଥିଲା । କିନ୍ତୁ ଆଇପିଏଲ୍ ୨୦୨୨ ଭାରତରେ ହିଁ ଆୟୋଜନ କରାଯିବ । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି ।
ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ଟିମ୍ ଇଣ୍ଡିଆର ନୂଆ କୋଚ୍ ହେବା ନେଇ ଖବର ପ୍ରକାଶ ପରେ ପୁରା କ୍ରିକେଟ୍ ଜଗତରେ ହଇଚଇ ସୃଷ୍ଟି ହୋଇଛି । ସୂଚନା ରହିଛି ଯେ, ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିବେ ।
ଆଉ ଦିନକ ପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବାଜିବ ବିଗୁଲ । ସାରା ବିଶ୍ୱର ୧୬ଟି ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି । ଓମାନ ଓ ୟୁଏଇ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ୧୪ ନଭେମ୍ବରରେ ଦୁବାଇରେ ଖେଳାଯିବ ।
୨୪ ଅକ୍ଟୋବରରେ ଭାରତ ବିପକ୍ଷରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ମଇଦାନକୁ ଓହ୍ଲାଇବା ପୂର୍ବରୁ ପାକିସ୍ତାନ କ୍ରିକେଟ୍ ଦଳକୁ ବଡ଼ ଝଟ୍କା । ପାକିସ୍ତାନର ହାଇ ପରଫରମାନ୍ସ ମୁଖ୍ୟ କୋଚ ଗ୍ରାଣ୍ଟ ବ୍ରେଡ୍ବର୍ଣ୍ଣ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
ଟି-୨୦ ବିଶ୍ୱକପ୍ ଫାଇନାଲ୍ ନଭେମ୍ବର ୧୪ ତାରିଖରେ ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ ୟୁଏଇରେ ମାତ୍ର ୧୦ ପ୍ରତିଶତ ଫ୍ୟାନଙ୍କୁ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇଛି। ମିଡିଆ ରିପୋର୍ଟ ମୁତାବକ, ବିସିସିଆଇ ଓ ଏମିରେଟ୍ସ ବୋର୍ଡ ଫାଇନାଲରେ ବଡ଼ ସଂଖ୍ୟାରେ ଦର୍ଶକଙ୍କୁ ଡକାଇବାକୁ ଚାହାନ୍ତି।
IPLରେ ପୁଣି କରୋନା କାୟା । ମହାମାରୀ କରୋନା ଭୟରେ ଅଧାରୁ ବନ୍ଦ ହୋଇଥିବା IPL ପୁଣି ଥରେ ଆରମ୍ଭ ହେଉ ହେଉ କରୋନା ଜାଲରେ ଫଶିଲାଣି । IPL ୨୦୨୧ରେ ଏବେ ପୁଣି ବାଧକ ସାଜିଛି କରାଳ ରୂପି କରୋନା ମହାମରୀ ।
କେବଳ ଏତିକି ନୁହେଁ ଯେଉଁ ଖେଳାଳିମାନେ ୨୦୧୯-୨୦ ଘରୋଇ ସିଜନରେ ଭାଗ ନେଇଥିଲେ, ସେମାନଙ୍କୁ ୫୦ ପ୍ରତିଶତ ଅତିରିକ୍ତ ମ୍ୟାଚ୍ ଫି’ ପ୍ରଦାନ କରାଯିବ। ୨୦୨୦-୨୧ ସିଜନ୍ ବାତିଲ ହେବା କାରଣରୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି।
ହଟିବେ କି ରବି ଶାସ୍ତ୍ରୀ ? ଟି ୨୦ ବିଶ୍ୱକପ୍ ପରେ ପୁଣି ଥରେ ଟିମ୍ ଇଣ୍ଡିଆ କୋଚ୍ ଭାବେ ପ୍ରତ୍ୟାବର୍ତ୍ତନ କରିପାରନ୍ତି କୁମ୍ବେଲ । ବିରାଟ କୋହଲି ଟି -୨୦ର ଅଧିନାୟକ ପଦ ଛାଡିବା ପରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦେବା ପାଇଁ ଆଲୋଚନା ଚାଲିଛି । ଆଉ ଏହାରି ମଧ୍ୟରେ ରବି ଶାସ୍ତ୍ରୀଙ୍କ ପରେ ଅନୀଲ କୁମ୍ବଲେ ଦଳର କୋଚ ହୋଇପାରିବେ ବୋଲି ଖବର ଆସିଛି ।
ଟି-୨୦ ଅଧିନାୟକତ୍ୱ ଛାଡ଼ିବେ ବିରାଟ କୋହଲି। ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବେ। ଆଗାମୀ ବିଶ୍ୱକପ ପରେ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି। ଏନେଇ ଟୁଇଟ୍ ଯୋଗେ ବିରାଟ କୋହଲି ସୂଚନା ଦେଇଛନ୍ତି।
ଟି-20 ବିଶ୍ୱକପ ପରେ ବିରାଟ କୋହଲି ଟିମ ଇଣ୍ଡିଆର କ୍ୟାପଟେନ୍ସିପ୍ରୁ ଇସ୍ତଫା ଦେଇ ପାରନ୍ତି । ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ୱାନଡେ ଟିମ୍ ଏବଂ ଟି-20 ଦଳର ଦାୟିତ୍ୱ ଦିଆଯାଇପାରେ। ନିଜର ବୋଲିଂ ଉପରେ ଫୋକସ୍ କରିବା ପାଇଁ କୋହଲି ଏପରି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଦଳ ଓ ଟିମ୍ ମ୍ୟାନେଜମେଣ୍ଟ ସହ ମଧ୍ୟ ସେ ଆଲୋଚନା କରିଛନ୍ତି ।
୯୦ ଦଶକରୁ ବର୍ତ୍ତମାନ ଓ ଭାରତୀୟ କ୍ରିକେଟ୍ ବୋର୍ଡର ସଭାପତି ହେବା ପର୍ଯ୍ୟନ୍ତ ସୌରଭ ଗାଙ୍ଗୁଲି ସବୁବେଳେ ଚର୍ଚ୍ଚାରେ। ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଓ ଚମତ୍କାର କ୍ୟାପ୍ଟେନସିପ୍ ଅନ୍ଦାଜ ପାଇଁ ସେ ବେଶ ଲୋକପ୍ରିୟ ହୋଇଥିଲେ। ଅନ୍ୟ ବାୟୋପିକ ଫିଲ୍ମ ଭଳି ଏହା ମଧ୍ୟ ରୋମାଞ୍ଚକର ହେବ ବୋଲି ସିନେମା ସମୀକ୍ଷକ ଅନୁମାନ କରୁଛନ୍ତି।
ଅକ୍ଟୋବରରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କଲା ଭାରତ। ଧୋନୀ ତୁଲାଇବେ ମେଣ୍ଟର ଦାୟିତ୍ୱ।
୨୬୩ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଓପନର ପୃଥ୍ବୀ ସ ଓ କ୍ୟାପଟେନ୍ ଶିଖର ଧାଓ୍ୱନ। ପୃଥ୍ବୀ ମାତ୍ର ୨୪ ବଲରେ ୪୩ ରନ କରି ଆଉଟ ହୋଇଥିଲେ।