• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲୋକଙ୍କ ପାଇଁ ସାହାଭରସା ବାଉଁଶ ପୋଲ । ସକାଳ ହେବା ହେଲା କ୍ଷଣି ବିପଦପୂର୍ଣ୍ଣ ଅବସ୍ଥାରେ ବାଉଁଶ ପୋଲ ଉପରେ ଲୋକେ ୟାତାୟତ କରୁଛନ୍ତି । ଏମିତିକି ବାଉଁଶ ପୋଲ ଉପରେ ବାଇକ ସାଇକେଲ ନେଇ ଯାଆସ କରୁଛନ୍ତି ଲୋକେ । ଏପଟେ ଅସମ୍ପୂର୍ଣ୍ଣ ଅବସ୍ଥାରେ ବିଜୁ ସେତୁ । ମୟୂରଭଞ୍ଚ -କେନ୍ଦୁଝର ସୀମା ଆଦିପୁର ପଦ୍ମପୁର ଠାରେ ବୈତରଣୀ ଉପରେ ନିର୍ମିତ ଏକ ବାଉଁଶ ପୋଲ ସାଜିଛି ଲୋକଙ୍କ ଯିବାଆସିବାର ମାଧ୍ୟମ ।

ମୟୂରଭଞ୍ଜ ଏବଂ କେନ୍ଦୁଝର ସୀମାର ଆଦିପୁର, ପଦ୍ମପୁର ସ୍ଥିତ ବୈତରଣୀ ଏବଂ ଭଣ୍ଡନ ନଦୀର ମିଶ୍ରଣ ସ୍ଥଳ । ଦୁଇଟି ନଦୀର ମୁହାଣ ମିଶି ଥିବାରୁ ଏହାକୁ ଦୋ-ମୁହାଣୀ ବୋଲି ସ୍ଥାନୀୟ ଲୋକେ କହନ୍ତି । ହେଲେ ତା’ଉପରେ ତିଆରି ହୋଇଥିବା ବାଉଁଶ ପୋଲ ପାଲଟିଛି ଲୋକଙ୍କ ସାହା ଭରସା । ଟିକିଏ ଅସାବଧାନ ହେଲେ ଜୀବନ ଚାଲିଯିବାର ଭୟ ରହିଛି । ତଥାପି ଜୀବନକୁ ବାଜି ଲଗାଇ ଲୋକେ ପାରି ହେଉଛନ୍ତି । ଏହି ବାଉଁଶ ପୋଲ ଉପରେ ଲୋକେ ସାଇକେଲ, ବାଇକ ଧରି ଦୈନିକ ଯାଆସ କରୁଛନ୍ତି ।

ଏମିତିକି ଛୋଟ ଛୋଟ ପିଲାମାନଙ୍କଠାରୁ ବୟସ୍କ ସମସ୍ତେ ବାଉଁଶ ପୋଲ ଉପରେ ଚାଲି ଚାଲି ନଦୀ ପାରି ହେଉଛନ୍ତି । ହେଲେ ବାଉଁଶ ପୋଲ ନିକଟରେ ଏକ ବ୍ରିଜ୍ ନିର୍ମାଣ ହେଉଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସରିପାରୁନି । ମୟୁରଭଞ୍ଜ ଜିଲ୍ଲାର ଆଦିପୁର, କେସନା, ଖିଚିଂ, ସୁକୃଳି ସହ କେନ୍ଦୁଝର ଜିଲ୍ଲାର ପଦ୍ମପୁର, ଉଚ୍ଚବାଲି, ଭଣ୍ଡା ଯତିପୁର ଏବଂ ଆଦପୁର ଅଞ୍ଚଳର ପାଖାପାଖି ୨୮ରୁ ୩୦ ହଜାର ଲୋକଙ୍କ ଯାଆସର ମାଧ୍ୟମ ଏହି ବାଉଁଶ ପୋଲ ।

କିଛି ବର୍ଷ ପୂର୍ବରୁ ଏକ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତକୁ ନେଇ କାର୍ଯ୍ୟ ଆରମ୍ଭ କରିଛି । ୨୦୧୫ ମସିହାରେ ଏହି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨୦୧୭ରେ କାର୍ଯ୍ୟ ଶେଷ ପାଇଁ ସ୍ଥିର ହୋଇଥିଲା । ହେଲେ ଏପଯର୍ଯ୍ୟନ୍ତ କାମ ସରିନି । ଏପଟେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ସେତୁ କାର୍ଯ୍ୟ ସରିବ ।

OTV is now on Whatsapp

Join and get latest news update delivered to you via whatsapp

Join Now