• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରଶାସନକୁ ଉପହାସ କରୁଛି ଅସହୟ ଲୋକଙ୍କ ଭଙ୍ଗା ଦଦରା ଘର । ଘର ତ ନୁହେଁ ଲାଗୁଛି ଯେମିତି ଗାଈ ଗୁହାଳ । ହେଲେ ଏଠାରେ ପଶୁ ନୁହେଁ ରୁହନ୍ତି ମଣିଷ, ବର୍ଷ ବର୍ଷ ଧରି ଖରା, ବର୍ଷା ଶୀତ କାକରରେ ମୁଣ୍ଡ ଗୁଞ୍ଜେ ଅଭାବୀ ମଣିଷ । ଭଲ ଘରେ ଖଣ୍ଡେ ପାଇଁ ପରୁଷ ପୁରୁଷ ବିତିଲାଣି ହେଲେ ପ୍ରଶାସନ ଏଠି ପହଞ୍ଚିବାକୁ ସତେ ଯେମିତି ନାକ ଟେକୁଛି । ବୌଦ୍ଧ ଜିଲ୍ଲାର ଉପାନ୍ତଇଲାକା ଖଳିସାହି ଗାଁର ଚିତ୍ର ସରକାରର ପୋଲ୍ ଖୋଲୁଛି ।

ଆଜି ନ ହେଲେ ବି କାଲି ଏହି କଚ୍ଚା ଘର ସବୁ ପକ୍କା ହେବ ବୋଲି ଆଶା ବାନ୍ଧିଛନ୍ତି ଗାଁ ଲୋକେ । ହେଲେ, ପ୍ରଶାସନ ଯଦି ଆଡ ଆଖିରେ ନ ଚାହିଁବ ମଉଳି ଯିବ ଏମାନଙ୍କ ଆଶା ଓ ସ୍ୱପ୍ନ । ଠିକ୍ ଯେମିତି ଗାଁରେ ୪୦ ଟି ଆଦିବାସୀ ପରିବାର ରହୁଥିଲେ ବି ସରକାରଙ୍କ ଆବାସ ଯୋଜନାରୁ ଘର ପାଇବାରୁ ବଞ୍ଚିତ ସମସ୍ତେ । ସାମାଜିକ ଅର୍ଥନୈତିକ ଜନଗଣନା ତାଲିକାରେ ନାଁ ନାହିଁ ବୋଲି ଗାଁ କୁ ନୀତିଦିନିଆ ରାସ୍ତା ମଧ୍ୟ ନିର୍ମାଣ କରୁନି ପ୍ରସାଶନ । ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମବାସୀ । ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ସମସ୍ୟାର ସମାଧାନ ହେବ....

ବର୍ଷେ କି ଦୁଇ ବର୍ଷ ନୁହେଁ ଆଜକୁ ୧୦ ବର୍ଷ ହେଲା ଘର ଖଣ୍ଡିଏ ପାଇଁ ଖଳିସାହି ଗାଁ ଲୋକେ ବାରଦୁଆର ଶୁଣ୍ଢିପିଣ୍ଢା ହେଉଥିଲେ ବି ଘର ଖଣ୍ଡିଏ ମିଳିବା ତ ଦୁରର କଥା ଅଭିଯୋଗ କୁ ଅଣଦେଖା କରିଆସୁଛନ୍ତି ଜିଲ୍ଲା ପ୍ରଶାସନ । ଏବେ ଦେଖିବାର କଥା ଏମାନଙ୍କ ଦୁଃଖ ଗୁହାରୀ କେବେ ଶୁଣିବ ପ୍ରଶାସନ ।

(ରିପୋର୍ଟ-ଦୀପକ ଅଦର, ବୌଦ୍ଧ)