• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କିଏ ଏହି ଅର୍ପିତା ମୁଖାର୍ଜି ? ଯାହାଙ୍କ ଘରୁ ବାହାରିଲା ଟଙ୍କାର ପାହାଡ଼ । ଗୋଟିଏ ଯୋଡ଼ିଏ ନୁହେଁ ଏକା ଥରକେ ବାହାରିଲା ୨୦ କୋଟି ଟଙ୍କାର ନଗଦ ଜବତ କଲା ଇଡି । ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ପରିଷଦ ଓ ପଶ୍ଚିମବଙ୍ଗ ସ୍କୁଲ ଶିକ୍ଷା ସେବା କମିଶନ ନିଯୁକ୍ତି ପରୀକ୍ଷା ଦୁର୍ନୀତି ତଦନ୍ତ କରିବାକୁ ଯାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ଉ କରିଥିଲା ।

ଚଢ଼ଉରେ ଅର୍ପିତା ମୁଖାର୍ଜୀଙ୍କ ଘରୁ ବାହାରିଲା ଏତେ ପରିମାଣର ଟଙ୍କା । ଏହି ଘଟଣା ପରେ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ । ଏହି ଅର୍ପିତା ମୁଖାର୍ଜି କିଏ ? ପାର୍ଥ ଚାଟାର୍ଜୀଙ୍କ ସହ ତାଙ୍କର କ’ଣ ରହିଛି ସମ୍ପର୍କ ?

ତେବେ ଅର୍ପିତା ମୁଖାର୍ଜୀ ହେଉଛନ୍ତି ପଶ୍ଚିମବଙ୍ଗ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ । ଦକ୍ଷିଣ କୋଲକାତା ପୂଜା ମଣ୍ଡପ ପରିଚାଳନାରୁ ଉଭୟ ଅର୍ପିତା ଓ ପାର୍ଥଙ୍କ ମଧ୍ୟରେ ସଂପର୍କ ସ୍ଥାପନ ହୋଇଥିଲା । ଦୁର୍ଗା ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପର ବିଜ୍ଞାପନ ପାଇଁ ଅର୍ପିତା କାମ କରୁଥିଲେ । ଏହାସହ ପୂଜା ମଣ୍ଡପ ପକ୍ଷରୁ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମରେ ସେ ସାମିଲ ହେଉଥିଲେ । ବଙ୍ଗଳା ଫିଲ୍ମ ଓ ସିରିଏଲ ଇଣ୍ଡଷ୍ଟ୍ରିରେ ସାମିଲ ଥିବା ଅର୍ପିତାଙ୍କ ସହ ପାର୍ଥ ଖୁବ୍ ନିକଟତର ହୋଇଥିଲେ । ଏପରିକି ପୂଜା ମଣ୍ଡପର କାର୍ଯ୍ୟକ୍ରମ ସଂଚାଳନ ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ୨୦୧୯ରେ ପୂଜା ମଣ୍ଡପ କାର୍ଯ୍ୟକ୍ରମରେ ଅର୍ପିତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଥିବାର ଦେଖିବାକୁ ମିଳିଥିଲା ।

ଶୁକ୍ରବାର ଇଡି ପକ୍ଷରୁ କୋଲକତାରେ ଏକ ରେଡ୍‌ କରାଯାଇଥିଲା । ଯେଉଁଠି ୨୦ କୋଟି ଟଙ୍କା ନଗଦ ଜବତ କରିଛି ଇଡି । ଟିଏମସି ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରୁ ବାହାରିଥିଲା ଏଭଳି ଗଦାଗଦା ଟଙ୍କା । ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରାୟ ୨୦ କୋଟି ଟଙ୍କା ଜବତ କରିଛି ଇଡି । ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ ଏବଂ ପଶ୍ଚିମବଙ୍ଗ ପ୍ରାଇମେରି ଏଜୁକେଶନ ବୋର୍ଡ଼ ନିଯୁକ୍ତି ପରୀକ୍ଷାରେ ହୋଇଥିବା ମହାଘୋଟାଲାରେ ଅଭିଯୋଗ ଆସିବା ପରେ ଇଡି ପକ୍ଷରୁ ରେଡ୍‌ ହୋଇଥିଲା ।

ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ରେଡ୍‌ ହୋଇଥିବା ବେଳେ, କେବଳ ଅର୍ପିତା ମୁଖାର୍ଜୀଙ୍କ ଘରୁ ଆଖି ତରାଟିଲା ଭଳି ଟଙ୍କା ବାହାରିଛି । ସର୍ଚ୍ଚ ଅପରେଶନ ବେଳେ ଅର୍ପିତାଙ୍କ ଘରୁ ୨୦ କୋଟି ଟଙ୍କା ଜବତ କରାଯାଇଛି । ଏସଏଏସି ସ୍କାମରେ ଏହି ଟଙ୍କା ଆଦାୟ କରାଯାଇଥିବା ସନ୍ଦେହ କରାଯାଉଛି ।

ତେବେ ଟଙ୍କା ଗଣନା ପାଇଁ ବ୍ୟାଙ୍କ ଅଫିସରଙ୍କ ସହାୟତା ନିଆଯାଇଥିଲା । ଏତେ ଗୁଡ଼ିଏ ଟଙ୍କା ଗଣନା ପାଇଁ ଟଙ୍କା ଗଣନା ମେସିନକୁ ନିୟୋଜିତ କରାଯାଇଥିଲା । ଅର୍ପିତାଙ୍କ ଘରୁ ୨୦ଟି ମୋବାଇଲ ମଧ୍ୟ ଜବତ କରାଯାଇଛି । ରେଡ୍‌ ବେଳେ ଅର୍ପିତାଙ୍କ ଘରୁ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ ବାହାରିଛି । ଅନ୍ୟପଟେ ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କ ଘରେ ମଧ୍ୟ ଇଡି ରେଡ୍‌ କରିଥିଲା ।