• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅର୍ପିତା ମୁଖାର୍ଜୀଙ୍କ ଜୀବନବୀମା ପଲିସରେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ନାମ । ଗୋଟିଏ କି ଦୁଇଟି ନୁହେଁ ଅର୍ପିତାଙ୍କ ୩୧ଟି ଏଲଆଇସିରେ ପାର୍ଥ ଚାଟାର୍ଜୀ ନୋମିନି ଅଛନ୍ତି । ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା ଓ ମନି ଲଣ୍ଡରିଂ ମାମଲାରେ ଇଡି ପ୍ରତିଦିନ ନୂଆ ନୂଆ ଖୁଲାସା କରୁଛି । ବର୍ତ୍ତମାନ ଅର୍ପିତା ମୁଖାର୍ଜୀଙ୍କ ବିଷୟରେ ଏପରି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଅର୍ପିତା ମୁଖାର୍ଜୀଙ୍କ ମୋଟ୍‌ ୩୧ଟି ଜୀବନବୀମା ପଲିସି ରହିଛି । ସମସ୍ତ ୩୧ଟି ଜୀବନବୀମାରେ ପାର୍ଥ ଚାଟାର୍ଜୀ ନୋମିନି ଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ଉଭୟଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କକୁ ସ୍ପଷ୍ଟ କରିଛି । ଅର୍ପିତାଙ୍କ ଏଲଆଇସିରେ ପାର୍ଥଙ୍କ ନାମ ଆସିବା ପରେ ଇଡ଼ି ସାମ୍ନାରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉଭୟଙ୍କ ମିଲିଭବଗତରେ ଖେଳ ହୋଇଥିବା କୁହାଯାଇଛି ।

ଇଡିର ରିମାଣ୍ଡ କପିରୁ ଏହି ସମସ୍ତ ତଥ୍ୟ ସଂଗ୍ରହ କରାଯାଇଛି । ଉଭୟ ପାର୍ଥ ଏବଂ ଅର୍ପିତା ଏପିଏ ୟୁଟିଲିଟି କମ୍ପାନୀର ଅଂଶୀଦାର ଥିଲେ ବୋଲି ଏଥିରୁ ଜଣାପଡ଼ିଛି । ଅର୍ପିତା ନଗଦ ଅର୍ଥ ଦେଇ କିଛି ଫ୍ଲାଟ ମଧ୍ୟ କିଣିଥିଲେ । ତେବେ କାହା ଟଙ୍କାରେ ସେ ଫ୍ଲାଟ୍ କିଣିଥିଲେ, ତଥା ତାଙ୍କ ପାଖକୁ ଏତେ ଟଙ୍କା କିପରି ଆସିଲା, ସେସମ୍ପର୍କରେ ଖୋଳତାଡ଼ କରୁଛି ଇଡି । ଅର୍ପିତା ମୁଖାର୍ଜୀ ଏବଂ ପାର୍ଥ ଚାଟାର୍ଜୀ ଅଗଷ୍ଟ ୫ ଅଥାତ୍‌ ଆଜି ପର୍ଯ୍ୟନ୍ତ ଜେଲରେ ଅଛନ୍ତି । ଯାଞ୍ଚ ସମୟରେ ଇଡି ଉଭୟଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ପାଇଛି ।

ବର୍ତ୍ତମାନ ସୁଦ୍ଧା ଅର୍ପିତା ମୁଖାର୍ଜୀଙ୍କ ବିଭିନ୍ନ ଫ୍ଲାଟରୁ ଏଯାଏଁ ୫୦ କୋଟିରୁ ଅଧିକ ନଗଦ ଟଙ୍କା ମିଳିସାରିଲାଣି । ତାସହିତ ୫ କେଜିରୁ ଅଧିକ ସୁନା, ବିପୁଳ ପରିମାଣର ବୈଦେଶିକ ମୁଦ୍ରା ଏବଂ ଅନ୍ୟାନମ୍ୟ ଦାମିକା ସାମଗ୍ରୀ ଜବତ ହୋଇଛି । ତେବେ ସମସ୍ତ ସଂପତି ପାର୍ଥଙ୍କର ବୋଲି ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କହିଥିଲେ ଅର୍ପିତା । ତାଙ୍କ ଘରକୁ ପାର୍ଥ ଚାଟାର୍ଜୀ ମିନି ବ୍ୟାଙ୍କରେ ପରିଣତ କରିଥିବା ଅର୍ପିତା କହିଥିଲେ । ତେବେ ଏଠାରେ ପ୍ରଶ୍ନ ପାର୍ଥଙ୍କ ସହ ଅର୍ପିତାଙ୍କର କି ସଂପର୍କ...କାହିଁକି ଅର୍ପିତାଙ୍କ ଘରେ ଏଭଳି ଅମାପ ସଂପତ୍ତି ଠୁଳ କରିଥିଲେ ପାର୍ଥ । ଅର୍ପିତା ପାର୍ଥଙ୍କଠାରୁ କେତେ ସଂପତ୍ତି ହାତେଇଛନ୍ତି, ଏସଂପର୍କରେ ଇଡି ତନାଘନା ଜାରି ରଖିଛି ।

ଅର୍ପିତା ମୁଖାର୍ଜୀ ୨୦୦୮ରୁ ୨୦୧୪ ମସିହା ପର୍ଯ୍ୟନ୍ତ ବେଙ୍ଗଲି ଏବଂ ଓଡିଆ ଫିଲ୍ମରେ କାମ କରୁଥିଲେ । ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା ଓ ମନି ଲଣ୍ଡରିଂ ଅଭିଯୋଗକୁ ନେଇ ଗତ ୨୩ ତାରିଖରେ ପାର୍ଥ ଚାଟାର୍ଜୀଙ୍କ ସହ ଅର୍ପିତାଙ୍କୁ ଗିରଫ କରିଥିଲା ଇଡି ।