ଫିଟିବ ନାଗଫାଶରେ ପଡ଼ିଥିବା ପ୍ରଭାବଶାଳୀଙ୍କ ଚିତ୍ର ଓ ଚରିତ୍ର। ଖୋଲିବ ନାଗ ସାମ୍ରାଜ୍ୟକୁ ଅହେତୁକ ଅନୁକମ୍ପା ଦେଖାଇଥିବା ବାବୁ ଭାୟାଙ୍କ ଅସଲ ରୂପ। ଆସନ୍ତା ସପ୍ତାହରେ ସାରା ଓଡ଼ିଶା ଦେଖିବ ହନିଟ୍ରାପ୍ ମାମଲାର ନୂଆ ଚେହେରା। କାରଣ ଲେଡ଼ି ବ୍ଲାକମେଲର୍ ଅର୍ଚ୍ଚନାର ଆର୍ଥିକ ସାମ୍ରାଜ୍ୟର ଗୁମର ଖୋଲୁଥିବା ଇଡ଼ି କାହାକୁ ବି ଛାଡ଼ିବା ମୁଡ୍ରେ ନାହିଁ।
କେଉଁଠୁ ଏତେ ପରିମାଣର ଟଙ୍କା ପାଇଥିଲେ ନାଗ-ଚାନ୍ଦ ?
ଦ୍ୱିତୀୟ ଦିନ ପାଇଁ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କଲା ED । ଡ୍ରାଇଭର ଚନ୍ଦନ ମୁହଁରୁ ED ଆଦାୟ କଲା ଅର୍ଚ୍ଚନାର ହିଷ୍ଟ୍ରି ।
ଆଜି ଇଡିରେ ହାଜର ହୋଇଛନ୍ତି ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ।
ଅର୍ଚ୍ଚନାଙ୍କ ନିକଟତମ ସହଯୋଗୀ ବ୍ଲାକମେଲିଂ ପାର୍ଟନର କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କଠୁ ଆହୁରି ତଥ୍ୟ ଓଗାଳିବ ଇଡି ।
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଲିଙ୍କ୍ରେ ED ଜାଲରେ ଆଉ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ । ହନିଟ୍ରାପ୍ କୁଇନଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଟ୍ରାଂଜାକ୍ସନ ଅଭିଯୋଗରେ ହରଡ଼ ଘଣାରେ ବିଜେଡି ବିଧାୟକଙ୍କ ଭାଇ ।
ବିଜେଡି ବିଧାୟକ ସୁଧୀର ସାମଲଙ୍କ ବ୍ୟବସାୟୀ ଭାଇ ଗଙ୍ଗାଧର ସାମଲଙ୍କୁ ଜେରା । ୩୦ ଲକ୍ଷ ଟ୍ରାଞ୍ଜାକ୍ସନ୍ ସତ ଜାଣିବାକୁ ଘାଣ୍ଟୁଛି ଇଡି ।
ହନିଟ୍ରାପ୍ର ଗୁପ୍ତ ସୁଡ଼ଙ୍ଗରେ ଆଉ ଜଣେ ବ୍ୟବସାୟୀ ।
ଅର୍ଚ୍ଚନା ନାଗ ବ୍ଲାକ୍ମେଲ୍ ମାମଲାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଇଡି ମାରାଥନ୍ ଜେରା କରିଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅକ୍ଷୟ କହିଛନ୍ତି, ଇଡି ତାଙ୍କୁ ଯାହା ପଚାରିଲେ ସେ ସବୁ ତଥ୍ୟ ଦେଇଛନ୍ତି।
ଚାଷୀ ବହୁଳ ପଦ୍ମପୁରରେ ଉପନିର୍ବାଚନ ଥିବାରୁ ବୀମା, ଇନ୍ପୁଟ୍ ସବସିଡିକୁ ବି ମୁଖ୍ୟ ଅସ୍ତ୍ର କରିବ ବିଜେପି । କଂଗ୍ରେସ, ଚାଷୀ ଓ ନାଗଫାସ ସମେତ ଆଇନ୍ ଶୃଙ୍ଖଳା ଓ ଦରଦାମ ବୃଦ୍ଧି ପ୍ରସଙ୍ଗ ବି ଗୃହରେ ଉଠାଇବ ।
କଳାଧନ ଅର୍ଜନର କଳଙ୍କିତ ଅଧ୍ୟାୟର ଫିଟାଉଛି ଗୁମର । ଅର୍ଚ୍ଚନା ସିଣ୍ଡିକେଟ୍ର ସୂତ୍ରଧର ଶ୍ରଦ୍ଧାଞ୍ଜଳିଙ୍କୁ ଇଡିର ଜେରା ।
ଅର୍ଚ୍ଚନାଙ୍କୁ ଆଣି ଶ୍ରଦ୍ଧାଞ୍ଜଳି, ଅକ୍ଷୟ ପରିଜାଙ୍କ ସହ ମିଳିତ ଜେରା ପାଇଁ ଯୋଜନା କରୁଛି ଇଡି ।
ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଆଜି ଇଡିରେ ହାଜର ହୋଇଛନ୍ତି। ବିଭିନ୍ନ ଟ୍ରାଞ୍ଜାକ୍ସନ ଓ ବ୍ୟବସାୟ ନେଇ ତାଙ୍କୁ ପଚରାଉଚରା କରାଯାଉଛି।
ପଡ଼ିଥିଲେ ଅର୍ଚ୍ଚନାର ନାଗଫାଶରେ । ଇଡ଼ି ଖୁଆଡ଼କୁ ଟଣାହେଲେ ବାବୁ ଭାୟା । ସମନ ପାଇଥିବା ୧୫ ଜଣିଆ ଟିମର ପ୍ରଥମ ପାଳିରେ ୨ ଜଣଙ୍କ ହାଜିରା । କୋଟିପତି ବିଜନେ୍ସମ୍ୟାନ୍ ଅମୀୟକାନ୍ତ ଦାସ ଏ.କେ.ଆସୋସିଏସଟ୍ସର ମାଲିକ ଆଜି ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି । ପୂର୍ବରୁ ସମନ ପାଇଥିବା ଅମୀୟ ଆଜି ସକାଳ ପ୍ରାୟ ୯ଟାରେ ହାଜର ହୋଇଥିଲେ ଇଡି ଅଫିସରେ । କୁହାଯାଉଛି, ନାଗ-ଚାନ୍ଦ ଦମ୍ପତିଙ୍କୁ ଏହି ବ୍ୟବସାୟୀ ଦେଇଛନ୍ତି ୧୦ ଲକ୍ଷ ଟଙ୍କା
ବ୍ୟବସାୟୀ ଅମିୟକାନ୍ତଙ୍କୁ ୧୦ ଲକ୍ଷର ତଥ୍ୟ ମାଗିଲା ଇଡି । ପ୍ରହ୍ୟୁସର ଅକ୍ଷୟ ପରିଜା ବି ହାଜର । ତେଣେ ଇଡ଼ିକୁ ଓଡ଼ିଶା ପୋଲିସର ଅସହଯୋଗକୁ ନେଇ ଉଠିଲା ପ୍ରଶ୍ନ ।
ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲାରେ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ।
୨୦୨୧-୨୨ ମଧ୍ୟରେ ଉଭୟଙ୍କ ଆକାଉଣ୍ଟକୁ ଅମୀୟକାନ୍ତ ୧୦ ଲକ୍ଷ କାହିଁକି ପଠାଇଥିଲେ ?
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନାଗ-ଚାନ୍ଦ ଦମ୍ପତିିଙ୍କ ସହ ବ୍ୟୁରୋକ୍ରାଟ୍ ଲିଙ୍କ୍ କଥା ଉଠାଇଛନ୍ତି । କହିଛନ୍ତି, ବଡ଼ ବଡ଼ ନେତାଙ୍କ ସହ IAS ଏବଂ IPSଙ୍କ ନାଁ ମୁଁ ଜାଣିଛି । କିନ୍ତୁ କହି ହେବନି ।
ନାଗ-ଚାନ୍ଦ ଦମ୍ପତିଙ୍କ ସହ ପ୍ରଭାବଶାଳୀଙ୍କ ଭାବ-ପୀରତିର ଭଣ୍ଡାଫୋଡ୍ କରିବ ଏଣ୍ଡେଭର୍ । ଏହି କାର୍ ଖୋଲିବ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍ର କଳାଚିଠା ।
କାରକୁ ଜାଣିଶୁଣି କେହି ଲୁଚାଇବାରେ ସହଯୋଗ କରୁଥିଲେ ତାଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟଙ୍କ ଜରିଆରେ ପ୍ରକ୍ରିୟା ଆରମ୍ଭ କରିଛି ଇଡି ।
ହନିଟ୍ରାପ୍ କୁଇନର କ୍ୟାପିଟାଲ୍ ଲିଙ୍କ୍ ଏବଂ ବ୍ଲାକମେଲିଂ କରି ବ୍ଲାକମନି ଅର୍ଜନ ପ୍ରସଙ୍ଗରେ ବିଜନେସ୍ ପାର୍ଟନର ଖଗେଶ୍ୱର ପାତ୍ରକୁ ସରୁନି ଜେରା।