ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାହ ବିବାଦ ପରେ ଆଉ ଥରେ ବାହା ହେଲେ କି ଅଭିନେତା ଅନୁଭବ ମହାନ୍ତି ? ଅନୁଭବଙ୍କର ଏକ ବର ବେଶ ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ଏଭଳି ଚର୍ଚ୍ଚା ହେଉଛି।
ଦୀର୍ଘ ଦିନ ହେବ ଏହି ମାମଲା ଚାଲି ଆସିଛି । ଓଡ଼ିଶାବାସୀ ମଧ୍ୟ ଚାହିଁ ବସିଛନ୍ତି କେବେ ତୁଟିବ ଓଲିଉଡର ଏହି ସୁପରଷ୍ଟାର ଅନୁଭବ-ବର୍ଷା କଳି ।
କେହି ଜଣେ ଅନୁଭବଙ୍କ ନାଁରେ ଇନଷ୍ଟାଗ୍ରାମରେ ଫେକ୍ ଆକାଉଣ୍ଟ ଖୋଲିଛନ୍ତି। ଏହି ଆକାଉଣ୍ଟ ମାଧ୍ୟମରେ ସମ୍ପୃକ୍ତ ବ୍ୟକ୍ତି ବିଭିନ୍ନ ଲୋକଙ୍କୁଠାରୁ ଆର୍ଥିକ ସହାୟତା ମାଗୁଛନ୍ତି।
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଶାଶୁ ଘର ଛାଡିଛନ୍ତି। ଅନ୍ୟପକ୍ଷେ, ପୋଲିସ୍ ଉପସ୍ଥିତିରେ ଘରେ ପ୍ରବେଶ କରିବା ପାଇଁ ଅନୁଭବ ପୁରୀଘାଟ ଥାନାରେ ଲିଖିତ ଭାବେ ଆବେଦନ କରିଛନ୍ତି।
ପତ୍ନୀ ବର୍ଷା ଓ ତାଙ୍କ ଭଉଣୀଙ୍କ ଅଡିଓକୁ ନେଇ ଟ୍ୱିଟ୍ କରି ସତ, ମିଛ ପଚାରିଲେ
ଆଉ ଥରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ଆବେଦନ କରିଥିଲେ । ତଳ କୋର୍ଟରେ ଆବେଦନ ଅଗ୍ରାହ୍ୟ ହେବାରୁ ହାଇକୋର୍ଟ ଆସିଥିଲେ ବର୍ଷା ।
ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ତେବେ ପୁନର୍ବାର ଅନୁଭବଙ୍କ ସାନି ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ରିକଲ ପିଟିସନ ଦାୟର କରିଥିଲେ।
ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଲା ...
ରାଜ୍ୟ ମାନବାଧିକାର କମିଶନ ଅଫିସରେ ବର୍ଷା...
ବିବାହ ବିଚ୍ଛେଦ ମାମଲାରେ ଆଜି କଟକ ପାରିବାରିକ ଅଦାଲତରେ ସାକ୍ଷ୍ୟ ଦେଇଛନ୍ତି ଅନୁଭବ । ଏହି ସମୟରେ ବର୍ଷାଙ୍କ ଓକିଲ ଅନୁଭବଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲେ ।
ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ କୋର୍ଟ ଲଗାଇଥିଲେ ରୋକ୍ । SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଥିଲେ କଟକ ଜିଲ୍ଲା ଜଜ୍ ।
SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଲେ କଟକ ଜିଲ୍ଲା ଜଜ୍ ।
ସୋସିଆଲ ମିଡିଆରେ ୱାର୍ ପରେ ଏବେ ବର୍ଷାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ରେ ଫେରାଦ୍ ହୋଇଛନ୍ତି ଅନୁଭବ। ବର୍ଷା ବିଭିନ୍ନ ସରକାରୀ ଦସ୍ତାବିଜ୍ରେ ନିଜର ଏକାଧିକ ଏବଂ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ଏବଂ କଳାଟଙ୍କା ରଖିଥିବା ଅଭିଯୋଗ କରିଛନ୍ତି ଅନୁଭବ।
ଅନୁଭବଙ୍କ ନାଁରେ ବର୍ଷା ପୁଣି ଏକ ମାମଲା ରୁଜୁ କରିଛନ୍ତି। କଟକ ଏସ୍ଡିଜେଏମ୍ କୋର୍ଟରେ ବର୍ଷା କମ୍ପ୍ଲେନ୍ କେସ୍ ରୁଜୁ କରିଛନ୍ତି।
ପୁଣି ସୋସିଆଲ୍ ମିଡିଆରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଭିଡିଓ ଛାଡ଼ିଛନ୍ତି। ଆଜି ସକାଳୁ ସକାଳୁ ୟୁଟ୍ୟୁବ୍ରେ ଅନୁଭବ ମହାନ୍ତିଙ୍କ ନାଁରେ ଥିବା ପେଜ୍ରେ ଏହି ଭିଡିଓ ଅପ୍ଲୋଡ୍ ହୋଇଛି। ମଧ୍ୟ ରାତ୍ରରେ ସେ ଏହି ଭିଡିଓ କରିଥିବା ଜଣାପଡ଼ିଛି।
ଅନୁଭବଙ୍କ ଅଭିଯୋଗର ଫର୍ଦ୍ଦ ସରୁନି । ଏଥର ଆଉ ଜଣେ ଅଭିନେତ୍ରୀଙ୍କୁ କଲେ ଟାର୍ଗେଟ ।
ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟ ତାଗିଦ୍ କରିଛନ୍ତି। ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରାଯାଇଛି।
ଅନୁଭବ ତାଙ୍କ ଚତୁର୍ଥ ଭିଡିଓ ଛାଡ଼ିବା ପରେ ଗୋଟିଏ କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତା’ ହେଉଛି ପୂର୍ବ ଭିଡିଓ ଭଳି ଏଥିରେ ସେ ବର୍ଷାଙ୍କ ବିଷୟରେ ପଦଟିଏ ବି କହି ନାହାନ୍ତି।
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ନାଁରେ ଅପପ୍ରଚାର ବନ୍ଦ ନିର୍ଦ୍ଦେଶ ପାଇଁ ହାଇକୋର୍ଟରେ ବର୍ଷା ପିଟିସନ୍ ଦାଖଲ କରିଛନ୍ତି।
ଅନୁଭବ ମହାନ୍ତିଙ୍କ ନାଁରେ ଥିବା ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଆଜି ସକାଳୁ ଏହି ଭିଡିଓଟି ଅପଲୋଡ୍ କରାଯାଇଛି। ଏଥର ନା ସେ ପତ୍ନୀ ବର୍ଷାଙ୍କୁ ଟାର୍ଗେଟ୍ କରିଛନ୍ତି ନା ବର୍ଷାଙ୍କ ଉଦ୍ଦେଶ୍ୟରେ କିଛି କହିଛନ୍ତି। ବରଂ ସେ ନିଜ ପରିବାର ବିଷୟରେ ଓ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି।
ପୁଣି ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବ। କିଛି ଫେକ୍ ଆକାଉଣ୍ଟ୍ ଓ ଫ୍ୟାନ୍ ପେଜ୍ ଯାହାକି ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଖୋଲା ଯାଇଛି, ସେସବୁ ପ୍ରତି ସତର୍କ ରହିବାକୁ ଅନଭୁବ ତାଙ୍କ ଅଫିସିଆଲ୍ ଫେସ୍ବୁକ୍ ପେଜ୍ରେ ଆଜି କହିଛନ୍ତି।
ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୋସିଆଲ୍ ମିଡିଆ ୱାର୍ ଆହୁରି ତେଜିବାରେ ଲାଗିଛି। ଏପରି ଲାଗୁଛି ଏବେ ସ୍ୱାମୀ-ସ୍ତ୍ରୀଙ୍କ କଳିର କଡ଼ା ଜବାବ ଫ୍ୟାନ୍ସ ଦେଉଛନ୍ତି।
ପତ୍ନୀଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଭିଡିଓ ଛାଡ଼ି ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବେ ହରଡ଼ଘଣାରେ। ବର୍ଷାଙ୍କ ଏତଲା ଭିତ୍ତିରେ ସାଇବର ଥାନା ପୋଲିସ ଆଇପିସିର ଧାରା ୫୦୯ ଓ ଆଇଟି ଆଇନରେ ମାମଲା ରୁଜୁ କରିଛି।
ଦିନକୁ ଦିନ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଜଟିଳ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଛବି ଖରାପ କରାଯାଉଥିବା ଅଭିଯୋଗ କରି କଟକ ସାଇବର ଥାନାରେ ବର୍ଷା ଏତଲା ଦେଇଛନ୍ତି।