ଆମେରିକୀୟ ଅଧିକାରୀଙ୍କ ବଡ଼ ପ୍ଲାନ୍ । ଯେଉଁମାନେ ସହଯୋଗ କରିଥିଲେ ସେମାନ ନାଁ ତାଲିବାନକୁ ଦେଇଛି । ଏଭଳି ଏକ ଖବର ସାମ୍ନାକୁ ଆସିଛି ଯେତେବେଳେ ଅଧିକାଂଶ ଦେଶ ଆଫଗାନ ସ୍ଥିତି ପାଇଁ ଆମେରିକାକୁ ଦାୟୀ କରିଛନ୍ତି ।
ବାଇଡେନ୍ଙ୍କ ଉପରେ ବର୍ଷିଲେ ଟ୍ରମ୍ପ। ଆଫଗାନିସ୍ତାନ ସମ୍ପର୍କରେ ବାଇଡେନ୍ଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏମିତି ବାଇଡେନ୍ଙ୍କୁ ଟ୍ରମ୍ପ ପଚାରିଛନ୍ତି ଆଫଗାନିସ୍ତାନରୁ ଆପଣ କେତେ ଆତଙ୍କୀ ଆମେରିକାକୁ ଆଣିଛ? କେବଳ ଏତିକି ନୁହେଁ ବରଂ ଆମେରିକାର ଆଫଗାନ୍ ନୀତି ପୂରା ଫେଲ ମାରିଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି।
ଯନ୍ତ୍ରଣା ଓ କ୍ଷତି ବିନା ଫେରିବା ଅସମ୍ଭବ । ଆଫଗାନିସ୍ତାନରୁ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଏଭଳି ସୂଚନା ଦେଇଛନ୍ତି । ଯନ୍ତ୍ରଣା ଓ କ୍ଷତି ବିନା ଏତେ ସଂଖ୍ୟାରେ ଲୋକଙ୍କୁ ଫେରାଇବାର ଅନ୍ୟ ବାଟ ନାହିଁ ବୋଲି ସେ କହିଛନ୍ତି ।
ଆମେରିକାର ଆଲାସ୍କାରେ ଖରାପ ପାଗ ଯୋଗୁଁ ଏକ ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ଯାତ୍ରୀ ଥିବାବେଳେ ଜଣେ ପାଇଲଟ୍ ଅଛନ୍ତି। ଆମେରିକାର କୋଷ୍ଟଗାର୍ଡ ଅନୁଯାୟୀ, ଗୁରୁବାର ଦକ୍ଷିଣ ଆଲାସ୍କାରେ ଏକ ସାଇଟ୍ସିଙ୍ଗ ବିମାନ MH-60 ଜେହକ୍ ପର୍ଯ୍ୟଟକଙ୍କୁ ଦର୍ଶନୀୟ ସ୍ଥଳୀକୁ ନେଇ ଯାଉଥିଲା। ବିମାନଟି ଆକଶମାର୍ଗରେ ଥିବାବେଳେ ପାଗ ହଠାତ ଖରାପ ହୋଇଯାଇଥିଲା।
ଆମେରିକାର ୟୁଟାରେ ଧୂଳି ଝଡ କାରଣରୁ ୨୦ଟି ଗାଡି ପରସ୍ପର ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀ ସୂତ୍ର ମୁତାବକ ଧୂଳି ଝଡ ଯୋଗୁଁ ଲୋକମାନଙ୍କୁ ଦେଖିବାରେ ଅସୁବିଧା ହୋଇଥିଲା। ଫଳରେ ରାସ୍ତାରେ ଚାଲୁଥିବା କାର୍ଗୁଡିକ ପରସ୍ପର ଧକ୍କା ହୋଇଥିଲେ।