ହମଜା ତା’ର ଭାଇ ଅବଦୁଲ୍ଲା ବିନ୍ ଲାଡେନକୁ ସାଥୀ କରି ଆଫଗାନିସ୍ତାନରେ ଅଲ୍ କାଏଦାର ନେଟୱର୍କ ବିସ୍ତାର କରୁଛି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି ।
ଜବାହିରୀକୁ ଆମେରିକା ସେନା ହତ୍ୟା କରିବା ପରେ ଅଲ୍-କାଏଦାର ନେତୃତ୍ୱ ପଦ ଖାଲି ପଡିଥିଲା। ଏବେ ଯେତେବେଳେ ଆଦେଲକୁ ସଂଗଠନ ମୁଖ୍ୟ ଭାବେ ଅବସ୍ଥାପିତ କରିଛି ଏହାର ସିଧାସଳଖ ଅର୍ଥ ଆମେରିକା ଉପରେ ପୁଣିଥରେ ଆକ୍ରମଣ ଆଶଙ୍କା ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି।
ଜଓ୍ୱାହିରିର ମୃତ୍ୟୁ ଫଳରେ ୨୦୦୧ ଆକ୍ରମଣରେ ପ୍ରାଣ ହରାଇଥିବା ୩,୦୦୦ ଲୋକଙ୍କ ପରିବାରକୁ ନ୍ୟାୟ ମିଳିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ତେବେ ଏହି ଡ୍ରୋନ୍ ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇନଥିବା ସେ କହିଛନ୍ତି।
ଆଫଗାନିସ୍ତାନର କାବୁଲରେ ଆମେରିକା ସୈନ୍ୟର ଡ୍ରୋନ୍ ଆକ୍ରମଣରେ ଅଲ୍-କାଏଦା ମୁଖ୍ୟ ଅଲ୍ ଜଓ୍ୱାହିରି ନିହତ ହୋଇଛି। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେଇଛନ୍ତି।