Advertisment

ଅଲ୍-କାଏଦା ମୁଖ୍ୟକୁ ସଫା କରି ୩,୦୦୦ ପରିବାରର ବଦ୍‌ଲା ନେଲା ଆମେରିକା

ଜଓ୍ୱାହିରିର ମୃତ୍ୟୁ ଫଳରେ ୨୦୦୧ ଆକ୍ରମଣରେ ପ୍ରାଣ ହରାଇଥିବା ୩,୦୦୦ ଲୋକଙ୍କ ପରିବାରକୁ ନ୍ୟାୟ ମିଳିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ତେବେ ଏହି ଡ୍ରୋନ୍ ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇନଥିବା ସେ କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Al Qaeda Chief Killed In US Airstrike

Al Qaeda Chief Killed In US Airstrike

୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାର ଓ୍ୱାର୍ଲଡ୍‌ ଟ୍ରେଡ୍ ସେଣ୍ଟର ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ସଂଗଠନ ଅଲ୍-କାଏଦା ମୁଖ୍ୟ ଅୟମାନ ଅଲ୍ ଜଓ୍ୱାହିରି ନିହତ ହୋଇଛି। ଆଫଗାନିସ୍ତାନର କାବୁଲରେ ଆମେରିକୀୟ ସୈନ୍ୟଙ୍କ ଡ୍ରୋନ୍‌ ଆକ୍ରମଣରେ ଜଓ୍ୱାହିରିର ମୃତ୍ୟୁ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି।

Advertisment

ଜଓ୍ୱାହିରିର ମୃତ୍ୟୁ ଫଳରେ ୨୦୦୧ ଆକ୍ରମଣରେ ପ୍ରାଣ ହରାଇଥିବା ୩,୦୦୦ ଲୋକଙ୍କ ପରିବାରକୁ ନ୍ୟାୟ ମିଳିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ତେବେ ଏହି ଡ୍ରୋନ୍ ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇନଥିବା ସେ କହିଛନ୍ତି। ଏନେଇ ସେ ଆହୁରି କହିଛନ୍ତି ଯେ, ଯେତେ ବି ବିଳମ୍ବ ହେଉନା କାହିଁକି, ଶେଷରେ ନ୍ୟାୟ ମିଳିଛି। ଆଉ ଆତଙ୍କବାଦୀଙ୍କ ନେତାର ଶେଷ ହୋଇଛି। ଆମେରିକୀୟଙ୍କୁ ଯିଏ ବି କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବ ଓ ଆମେରିକାବାସୀଙ୍କ ପ୍ରତି ଯିଏ ବି ବିପଦ ହେବ, ତା’ ବିରୋଧରେ ଆମେରିକା ଶକ୍ତିର ସହ ପ୍ରହାର କରିବ ବୋଲି ବାଇଡେନ୍ କହିଛନ୍ତି।

କେମିତି ଜଓ୍ୱାହିରିକୁ ଟାର୍ଗେଟ୍‌ କରି ନିପାତ କଲା ଆମେରିକା ? 

ଆମେରିକା ସେନା ପକ୍ଷରୁ କୁହାଯାଇଛି ଯେ, ଜୁଲାଇ ୩୧ ତାରିଖ ରାତିରେ ଜଓ୍ୱାହିରି ନିଜ ଘର ବାଲ୍‌କୋନିରେ ବୁଲୁଥିଲା। ଏହି ସମୟରେ ୨ଟି Hellfire ମିସାଇଲ୍ ମାଡ଼ କରାଯାଇଥିଲା। ଏଥିରେ ଘରର ବାଲକୋନି ନଷ୍ଟ ହେବା ସହ ଝରକା କାଚ ଭାଙ୍ଗିରୁଜି ଯାଇଥିଲା। ହେଲେ ବାକି ଅଂଶ କୌଣସି କ୍ଷତି ହୋଇନଥିଲା। 

Advertisment

ଜଓ୍ୱାହିରିର ପରିବାର ଲୋକେ ଘର ଭିତରେ ଥିଲେ ହେଁ, ସେମାନଙ୍କୁ ଟାର୍ଗେଟ କରାଯାଇନଥିଲା ବୋଲି ଆମେରିକା ସେନା କହିଛି। ସେପଟେ ଆମେରିକାର ଆକ୍ରମଣକୁ ତାଲିବାନ ନିନ୍ଦା କରିଛି। ଏଭଳି କରି ଆମେରିକା ଦୋହା ଚୁକ୍ତିର ଉଲ୍ଲଂଘନ କରିଛି ବୋଲି ତାଲିବାନ କହିଛି। ୨୦୦୧ ଆକ୍ରମଣରେ ମାଷ୍ଟରମାଇଣ୍ଡ ଥିବା ଜଓ୍ୱାହିରି ଗତ ୨୦ ବର୍ଷ ଧରି ପଳାୟନ କରିଥିଲା। ୨୦୧୧ରେ ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ସେ ଅଲ୍‌-କାଏଦାର ମୁଖ୍ୟ ନିଯୁକ୍ତ ହୋଇଥିଲା। ତେବେ ଆମେରିକା ଜଓ୍ୱାହିରି ମୁଣ୍ଡ ପାଇଁ ୨୫ ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା। 

କାହିଁକି ଟାର୍ଗେଟ୍‌ରେ ଥିଲା ଜଓ୍ୱାହିରି? 

୨୦୦୧ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଅଲ୍‌ ଜଓ୍ୱାହିରି । ଏଭଳି ଏକ ବିରାଟ ଆକ୍ରମଣ ଲାଗି ୧୯୯୮ରୁ ଅଲ୍-କାଏଦା ଯୋଜନା ଆରମ୍ଭ କରିଥିଲା। ଏଥିଲାଗି ଓସାମା ବିନ୍ ଲାଡେନ୍‌ ୧୯୯୮ରେ ଫତଓ୍ୱା ଆଣିଥିଲା। ଆଉ ସେହି ଫତଓ୍ୱାରେ ଦସ୍ତଖତ କରିଥିବା ୫ ଜଣ ମୁଖ୍ୟଙ୍କ ମଧ୍ୟରୁ ଜଓ୍ୱାହିରି ଅନ୍ୟତମ ଥିଲା। ତେବେ ଏହି ଆକ୍ରମଣ ପରେ ଓସାମା ବିନ୍ ଲାଡେନ୍‌ ଭଳି ଜଓ୍ୱାହିରି ମଧ୍ୟ ଫେରାର ଥିଲା। ଏପରିକି ତା’ର  ମୃତ୍ୟୁ ହୋଇସାରିଛି ବୋଲି ବାରମ୍ବାର ଖବର ଆସୁଥିଲେ ବି ସମସ୍ତଙ୍କୁ ଚକ୍‌ମା ଦେଇ ଜଓ୍ୱାହିରିର ପଳାୟନ କରିବାରେ ସକ୍ଷମ ହୋଇଥିଲା। ୨୦୧୧ରେ ଆମେରିକା ନୌସେନା ଦ୍ୱାରା ଲାଡେନର ମୃତ୍ୟୁ ପରେ ଅଲ୍‌-କାଏଦାର ମୁଖ୍ୟ ଜଓ୍ୱାହିରି ହୋଇଥିଲା। ଲାଡେନ ଭଳି ଜଓ୍ୱାହିରି ସଂଗଠନରେ ନିଜର ଦବ୍‌ଦବା ରଖି ପାରିନଥିଲେ କି ସଂଗଠନକୁ ମଜଭୁତ କରିବାରେ ସକ୍ଷମ ହୋଇନଥିଲା।

US President Joe Biden Al Qaeda Drone Strike Al Qaeda Chief Killed Al Qaeda Chief Al-Zawahiri
Advertisment
Advertisment