• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମରିନି, ଜିନ୍ଦା ହୈ ଜଲ୍ହାଦ ଓସାମା ବିନ୍ ଲାଡେନର ପୁଅ ହମଜା ବିନ ଲାଡେନ । ଗୁପ୍ତ ଭାବେ ବାପା ଭଳି ଅଲ କାଏଦର ନେତୃତ୍ୱ ନେଉଛି ହମଜା ବିନ୍‌ ଲାଡେନ । ସାମ୍ନାକୁ ଆସିଥିବା ଗୁଇନ୍ଦା ରିପୋର୍ଟରେ ଏହା ଖୁଲାସା ହୋଇଛି । ହମଜା ତା’ର ଭାଇ ଅବଦୁଲ୍ଲା ବିନ୍‌ ଲାଡେନକୁ ସାଥୀ କରି ଆଫଗାନିସ୍ତାନରେ ଅଲ୍ କାଏଦାର ନେଟୱର୍କ ବିସ୍ତାର କରୁଛି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି ।

ତାଲିବାନ ବିରୋଧୀ ମିଲିଟାରୀ ସଂଗଠନ ନ୍ୟାସନାଲ ମୋବିଲାଇଜେସନ ଫ୍ରଣ୍ଟ - NMF ମଧ୍ୟ ବିସ୍ତୃତ ଭାବେ ହମଜା ଓ ତା’ର ସହଯୋଗୀଙ୍କ ଅପରେସନ ସମ୍ପର୍କରେ ରିପୋର୍ଟ ପ୍ରକାଶ କରିଛି । ୨୦୧୯ରେ ଆମେରିକା କରିଥିବା ଏୟାର ଷ୍ଟ୍ରାଇକରେ ହମଜା ପ୍ରାଣ ହରାଇଥିବା ଦାବିକୁ NMF ରିପୋର୍ଟ ଖଣ୍ଡନ କରିଛି । ଏଥିରେ କୁହାଯାଇଛି ଯେ ଲାଡେନ ନିହତ ହେବା ପରେ ଅୟମାନ ଅଲ ଜୱାହିରି ଅଲକାଏଦା କଥା ବୁଝିବା ଆରମ୍ଭ କରିଥିଲା । ତା’ ପାଖରେ ହମଜା ରହିଥିଲା । ଜୱାହିରି ସହ ସେ ମିଳିତ ଭାବେ କାମ କରୁଥିଲା । ତେଣୁ ମୃତ୍ୟୁ ଖବରରେ କୌଣସି ସତ୍ୟତା ନ ଥିବା ରିପୋର୍ଟରେ କୁହାଯାଇଛି।

OTV is now on Whatsapp

Join and get latest news update delivered to you via whatsapp

Join Now