Advertisment

Technical Error Grounds Air Traffic: ଦେଖାଦେଇଛି ବୈଷୟିକ ତ୍ରୁଟି, କେବଳ ଦିଲ୍ଲୀରେ ୭୦୦ ବିମାନ ଉଡ଼ାଣରେ ବିଳମ୍ବ

ଦିଲ୍ଲୀ ବିମାନ ବନ୍ଦରରେ ପ୍ରାୟ ୭୦୦ ବିମାନ ଉଡ଼ାଣରେ ବିଳମ୍ବ ହୋଇଛି। ଏୟାର ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମରେ ବୈଷୟିକ ତ୍ରୁଟି ପାଇଁ ଏଭଳି ସମସ୍ୟା ଦେଖାଦେଇଛି। ବୈଷୟିକ ତ୍ରୁଟି ପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ-ATCକୁ ମିଳୁନି ଫ୍ଲାଇଟ୍ ସିଡ୍ୟୁଲ୍।

author-image
Tapan Swain
Flight

Flight Photograph: (OTV)

ବୈଷୟିକ ତ୍ରୁଟି ଯୋଗୁ ବିମାନ ଉଡ଼ାଣରେ ବିଳମ୍ବ। ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ଦିଲ୍ଲୀ ବିମାନ ବନ୍ଦରରେ ପ୍ରାୟ ୭୦୦ ବିମାନ ଉଡ଼ାଣରେ ବିଳମ୍ବ ହୋଇଛି। ଏୟାର ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମରେ ବୈଷୟିକ ତ୍ରୁଟି ପାଇଁ ଏଭଳି ସମସ୍ୟା ଦେଖାଦେଇଛି। ବୈଷୟିକ ତ୍ରୁଟି ପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ-ATCକୁ ମିଳୁନି ଫ୍ଲାଇଟ୍ ସିଡ୍ୟୁଲ୍। ଫଳରେ ମାନୁଆଲି ଫ୍ଲାଇଟ୍ ସିଡ୍ୟୁଲ ପ୍ରସ୍ତୁତ ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷ ଉଦ୍ୟମ କରୁଛନ୍ତି।

Advertisment

ବିମାନ ଉଡ଼ାଣରେ ବିଳମ୍ବ ପାଇଁ ଯାତ୍ରୀ ହନ୍ତସନ୍ତ ହେଉଥିବା ବେଳେ ଅସନ୍ତୋଷ ବି ଦେଖିବାକୁ ମିଳିଛି। ଟେକ୍ନିକାଲ୍ ଟିମ୍ ସମସ୍ୟା ସୁଧାରିବାକୁ ଉଦ୍ୟମ ଚଳାଇଛନ୍ତି ଓ ଏଥିରେ ସହଯୋଗ କରିବାକୁ ଯାତ୍ରୀଙ୍କୁ ନିବେଦନ କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ଡାଟାକୁ ସହାୟତା କରୁଥିବା ଅଟୋମେଟିକ୍ ମେସେଜ୍ ସୁଇଚିଂ ସିଷ୍ଟମ୍-AMSSରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଏହି ଅସୁବିଧା ହୋଇଛି।

ଉଡ଼ାଣ ଯୋଜନାକୁ ମାନୁଆଲି ସିଡ୍ୟୁଲ କରାଯାଉଥିବାରୁ ବିମାନ ଉଡ଼ାଣରେ କିଛି ବିଳମ୍ବ ହେଉଛି ବୋଲି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ...

Advertisment
Airport Flight
Advertisment
Related Articles
Advertisment