Advertisment

Dense Fog Disrupts Flight Operations: ଘନ କୁହୁଡ଼ି: ରନଓ୍ୱେରେ ଅଟକିଛି ଏକାଧିକ ବିମାନ...

ଭୁବନେଶ୍ବର ବିମାନ ବନ୍ଦରରେ ବିମାନ ଚଳାଚଳ ଉପରେ ବଡ଼ ପ୍ରଭାବ ପଡ଼ିଛି। ସକାଳୁ କେବଳ ଗୋଟିଏ ବିମାନ ଚାଲିଥିବା ବେଳେ ୫ରୁ ଅଧିକ ବିମାନ ବିଳମ୍ବ ହେଉଛି। ରନଓ୍ୱେରେ ଅଟକିଛି ଏକାଧିକ ବିମାନ।

author-image
Sujit kumar Swain
Dense Fog Disrupts Flight Operations

Dense Fog Disrupts Flight Operations Photograph: (OTV)

ଘନ କୁହୁଡ଼ି ପାଇଁ ଉଡ଼ୁନି ବିମାନ। ଭୁବନେଶ୍ବର ବିମାନ ବନ୍ଦରରେ ବିମାନ ଚଳାଚଳ ଉପରେ ବଡ଼ ପ୍ରଭାବ ପଡ଼ିଛି। ସକାଳୁ କେବଳ ଗୋଟିଏ ବିମାନ ଚାଲିଥିବା ବେଳେ ୫ରୁ ଅଧିକ ବିମାନ ବିଳମ୍ବ ହେଉଛି। ରନଓ୍ୱେରେ ଅଟକିଛି ଏକାଧିକ ଫ୍ଲାଇଟ୍। 

Advertisment

କୁହୁଡ଼ିରେ କଲବଲ ସାରା ରାଜ୍ୟ। ନୂଆବର୍ଷ ସତେ ଯେମିତି କୁହୁଡ଼ିକୁ ସ୍ବାଗତ କରିଛି। ଆଜି ସକାଳୁ କୁହୁଡ଼ି କୁହୁଡ଼ିରେ ଘୋଡେଇ ରହିଛି ସବୁକିଛି। ଭୁବନେଶ୍ବର, କଟକ, ପୁରୀ, ବାଲେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ସମାନ ସ୍ଥିତି। ୪୦ରୁ ୫୦ ମିଟର୍ ପରେ ଦେଖାଯାଉନି କିଛି। ଘନ କୁହୁଡ଼ି ଯୋଗୁଁ ଯାତାୟତରେ ଉପୁଜିଛି ସମସ୍ୟା। ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ କୁହୁଡ଼ିର ପ୍ରଭାବ। ଆସନ୍ତା ୪ ଦିନରେ ଶୀତ ଆହୁରି କମିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

ଭିଡ଼ିଓ ଦେଖନ୍ତୁ: 

Airport Dense Fog Alert Dense Fog In Odisha Dense Fog Fog
Advertisment
Related Articles
Advertisment