Advertisment

ବାପା-ଝିଅର କାହାଣୀ କହିବ 'ବି ହାପୀ'; ନିଆରା ଭୂମିକାରେ ଅଭିଷେକ ବଚ୍ଚନ

ଅଭିଷେକ ବଚ୍ଚନଙ୍କ ନୂଆ ଫିଲ୍ମ 'ବି ହାପୀ' ର ଫାଷ୍ଟ୍ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି। ଏହାର କାହାଣୀ ସିଙ୍ଗଲ୍ ଫାଦର ଏବଂ ତାଙ୍କ ଝିଅର ଅନନ୍ୟ ଏବଂ ହୃଦୟସ୍ପର୍ଶୀ କାହାଣୀ ଉପରେ ଆଧାରିତ।

author-image
Pramod Behera
ଅଦ୍ୟତନ ହୋଇଛି
abhishek bachchan inayat verma be happy first poster out

abhishek bachchan inayat verma be happy first poster out

‘ଆନ୍ତର୍ଜାତୀୟ କନ୍ୟା ଦିବସ’ ଅବସରରେ ଅଭିଷେକ ବଚ୍ଚନଙ୍କ ନୂଆ ଫିଲ୍ମ 'ବି ହାପୀ' ର ଫାଷ୍ଟ୍ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି। ଏହାର କାହାଣୀ ସିଙ୍ଗଲ୍ ଫାଦର ଏବଂ ତାଙ୍କ ଝିଅର ଅନନ୍ୟ ଏବଂ ହୃଦୟସ୍ପର୍ଶୀ କାହାଣୀ ଉପରେ ଆଧାରିତ। ଫିଲ୍ମ 'ବି ହାପୀ'ରେ ନୋରା ଫତେହୀ, ନାସ୍ସର, ଇନାୟତ ବର୍ମା ଭଳି ତାରକାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ସେହିପରି ହରଲୀନ ସେଠୀ ଏବଂ ଜନି ଲିଭର ମଧ୍ୟ ଏହି ଫିଲ୍ମର ଏକ ଅଂଶ ହେବେ।

Advertisment

'ବି ହାପୀ'ର ପୋଷ୍ଟର ଆମାଜନ ପ୍ରାଇମ୍‌ ଭିଡିଓର ଅଫିସିଆଲ ଇନଷ୍ଟା ହ୍ୟାଣ୍ଡେଲରେ ଶେୟାର କରାଯାଇଛି, ଯେଉଁଥିରେ ଅଭିଷେକ ବଚ୍ଚନ ଇନାୟତ ବର୍ମାଙ୍କ ସହ ଡ୍ୟାନ୍ସ ମୁଭ୍ କରୁଥିବା ନଜର ଆସିଛନ୍ତି। 'ବି ହାପୀ' ଏକ ଡ୍ୟାନ୍ସ ଭିତ୍ତିକ ଫିଲ୍ମ ହେବ, ଯାହା ବାପା-ଝିଅ ମଧ୍ୟରେ ଥିବା ସୁନ୍ଦର ସମ୍ପର୍କକୁ ମଧ୍ୟ କହିବ।

ତେବେ ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। କିନ୍ତୁ ଏହା ସ୍ପଷ୍ଟ ଯେ 'ବି ହାପୀ' କେବଳ ଆମାଜନ ପ୍ରାଇମ ଭିଡିଓରେ ହିଁ ରିଲିଜ୍ ହେବ।

Advertisment


ନିର୍ଦ୍ଦେଶନା ଦାୟିତ୍ୱରେ ରେମୋ ଡି’ସୁଜା:

ଅଭିଷେକ ବଚ୍ଚନ ଏବଂ ଇନାୟତ ବର୍ମାଙ୍କ 'ବି ହାପୀ' ରେମୋ ଡି’ସୁଜା ଏଣ୍ଟର୍‌ଟେନ୍‌ମେଣ୍ଟ୍ ପ୍ରଡକ୍‌ସନ୍ ବ୍ୟାନର୍‌ରେ ଲିଜେଲ୍ ରେମୋ ଡି’ସୁଜାଙ୍କ ଦ୍ୱାରା ନିର୍ମିତ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରେମୋ ଡି’ସୁଜା। ରେମୋ ଡି’ସୁଜା ଏହି ଫିଲ୍ମକୁ ନେଇ କହିଛନ୍ତି, “ବି ହାପୀ' ଏକ ହୃଦୟସ୍ପର୍ଶୀ କାହାଣୀ, ଯେଉଁଥିରେ ବାପା ଏବଂ ତାଙ୍କ ଝିଅର କଥା ରହିଛି। ବାପା ତାଙ୍କ ଝିଅକୁ ଭାରତର ସବୁଠୁ ବଡ ଡ୍ୟାନ୍ସ ରିଆଲିଟି ଶୋ’ରେ ପ୍ରଦର୍ଶନ କରିବାର ସ୍ୱପ୍ନକୁ ପୂରଣ କରିବାରେ ସାହାଯ୍ୟ କରନ୍ତି। ବାବା ଏବଂ ଝିଅର ସମ୍ପର୍କ ହେଉଛି ଏହି କାହାଣୀର ମୂଳଦୁଆ।”

OTT ହିଟ୍:

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ନିଶ୍ଚିତ ଯେ ଦର୍ଶକ ଏହି ଫିଲ୍ମରେ ଭାବପ୍ରବଣ ହୋଇପାରିବେ। ମୁଁ ଏହି ହୃଦୟସ୍ପର୍ଶୀ କାହାଣୀକୁ ବିଶ୍ୱର ଦର୍ଶକଙ୍କ ନିକଟକୁ ଆଣିବାକୁ ଅପେକ୍ଷା କରିଛି, ଯାହା ଖୁବ୍ ଶୀଘ୍ର ପ୍ରାଇମ୍ ଭିଡିଓରେ ପ୍ରିମିୟର୍ ହେବ।

Bollywood Inayat Verma Abhisek Bachchan
Advertisment
Advertisment