/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721380555.jpg)
Abhishek bachchan throwback post viral amid separation rumours
ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ଲୋକପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ତେବେ ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। ବର୍ତ୍ତମାନ ଅମ୍ବାନୀ ପରିବାରର ବିବାହ ପାର୍ଟୀକୁ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଯାଇଥିଲେ ସତ କିନ୍ତୁ ଏକାଠି ନୁହେଁ। ଉଭୟ ଅଗଲା ଅଲଗା ଯାଇଥିଲେ।
ବର୍ତ୍ତମାନ ସୋସିଆଲ୍ ମିଡିଆରେ ଅଭିଷେକ ବଚ୍ଚନ ଏକ ଛାଡପତ୍ର ପୋଷ୍ଟକୁ ଲାଇକ୍ କରି ଅଲଗା ହେବା ଖବରକୁ ଅଧିକ ଇନ୍ଧନ ଦେଇଛନ୍ତି। ଏହି ସମୟରେ ଅଭିଷେକଙ୍କର ଏକ ପୁରୁଣା ପୋଷ୍ଟ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ କାମ କରିବାକୁ ଅନୁମତି ନଦେବା ଅଭିଯୋଗରେ ୟୁଜର୍ଙ୍କୁ ଉତ୍ତର ଦେଇଥିଲେ।
ଗତ ବର୍ଷ ଏପ୍ରିଲ ମାସରେ ଏହି କଥା ହୋଇଥିଲା। ଅଭିଷେକ ବଚ୍ଚନ ସୋସିଆଲ ମିଡିଆ ପ୍ଲାଟଫର୍ମ X (ଟ୍ୱିଟର) ରେ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫିଲ୍ମ 'ପୋନ୍ନେୟିନ ସେଲ୍ଭାନ ୨'ର ପ୍ରଶଂସା କରି ଲେଖିଥିଲେ। ଫିଲ୍ମର ସମୀକ୍ଷା କରି ସେ ଲେଖିଥିଲେ, 'ପୋନ୍ନେୟିନ ସେଲ୍ଭାନ ୨' ଏକ ଭଲ ଫିଲ୍ମ। ମତେ ଶବ୍ଦ ମିଳୁନି। ମୁଁ ଅଭିଭୂତ। ମଣି ରତ୍ନମ, ଚିଆନ ବିକ୍ରମ, ତ୍ରିଶା ଏବଂ ସମସ୍ତ କାଷ୍ଟ୍ ଏବଂ କ୍ରୁଙ୍କୁ ଅଭିନନ୍ଦନ। ଐଶ୍ୱର୍ଯ୍ୟା ରାୟଙ୍କ ପାଇଁ ଗର୍ବିତ, ସେ ଏପର୍ଯ୍ୟନ୍ତର ସବୁଠାରୁ ଭଲ କାମ କରିଛନ୍ତି।”
ଅଭିଷେକ ବଚ୍ଚନଙ୍କ ଏହି ପୋଷ୍ଟରେ ଜଣେ ବ୍ୟକ୍ତି ଏପରି ମନ୍ତବ୍ୟ ଦେଇଥିଲେ ଯେ ଅଭିନେତାଙ୍କୁ ତୁରନ୍ତ ଜବାବ ଦେବାକୁ ପଡିଥିଲା। ସେ ଲେଖିଥିଲେ, “ସାର୍, ଐଶ୍ୱର୍ଯ୍ୟା ରାୟଙ୍କୁ ଅଧିକ ଫିଲ୍ମରେ ଦସ୍ତଖତ କରିବାକୁ ଦିଅନ୍ତୁ ଏବଂ ଆପଣ ଆରାଧ୍ୟାଙ୍କର ଯତ୍ନ ନେବା ଉଚିତ। ଏ କଥାରେ ଅଭିଷେକ ବଚ୍ଚନ ଉତ୍ତର ଦେଇଥିଲେ ଯେ “ତାଙ୍କୁ ଫିଲ୍ମ ସାଇନ୍ କରିବାକୁ ଦେବି ? ସାର୍, ସେ କିଛି ବି କରିବାକୁ ମୋର ଅନୁମତି ଆବଶ୍ୟକ କରନ୍ତି ନାହିଁ। ବିଶେଷକରି ସେହି କାମ ଯାହାକୁ ସେ ଅଧିକ ପସନ୍ଦ କରନ୍ତି।”
ଛାଡପତ୍ର ଖବରରେ ଇନ୍ଧନ ଢାଳିଲେ ଅଭିଷେକ ବଚ୍ଚନ; ଅମିତାଭ କହିଲେ ଏମିତିତେବେ ପାରିବାରିକ କଳହର ଏମିତି ଖବର ଭିତରେ ବିଗ୍ ବି’ଙ୍କ ଏକ ପୋଷ୍ଟ୍ ଚର୍ଚ୍ଚାରେ ଅଛି। ଅମିତାଭ ବଚ୍ଚନ X (ଟ୍ୱିଟର)ରେ ତାଙ୍କର ଗୋଟିଏ ପୋଷ୍ଟ୍ ଶେୟାର କରିଛନ୍ତି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ସେ ଲେଖିଛନ୍ତି- “କଠିନ କାମକୁ ଫେରିବା... କଷ୍ଟସାଧ୍ୟ... କିନ୍ତୁ ଜୀବନ କେବେ ସହଜ ନୁହେଁ...”। ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଖରାପ ସଂପର୍କର କଳ୍ପନା ଜଳ୍ପନା ଭିତରେ ବିଗ୍ ବି’ଙ୍କ ଏହି ନୂଆ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
T 5076 - ... back to arduous work .. tough .. but life is never easy .. pic.twitter.com/9MhrO77OVY
— Amitabh Bachchan (@SrBachchan) July 18, 2024
ପ୍ରକାଶଥାଉ ଯେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପୂର୍ବ ଫିଲ୍ମ 'ପୋନ୍ନେୟିନ ସେଲ୍ଭାନ ୨' ଏପ୍ରିଲ୍ ୨୦୨୩ରେ ମୁକ୍ତିଲାଭ କରିଥିଲା। ଏଥିରେ ଅଭିନେତ୍ରୀ ନନ୍ଦିନୀଙ୍କ ଭୂମିକାରେ ଅଭିନୟ କରିଥିଲେ, ଯାହାକୁ ବହୁତ ପସନ୍ଦ କରାଯାଇଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ମଣି ରତ୍ନମ। ଭଲ ରୋଜଗାର ସହିତ ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ୍ ବୋଲି ପ୍ରମାଣିତ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)