/odishatv-khabar/media/media_files/2025/09/28/ind-vs-pak-final-2025-09-28-12-35-13.jpg)
Ind-Vs-Pak-Final Photograph: (OTV)
ଗତ ସପ୍ତାହରେ ବହୁତ ଉତ୍ପାତ ହେଲେ ପାକିସ୍ତାନୀ। ବ୍ୟାଟ୍ ଉଠାଇ ବନ୍ଧୁକ ଚଳାଇଲେ, ହାତରେ ଯୁଦ୍ଧ ବିମାନ ଉଡ଼ାଇଲେ ଆଉ ଟିମ୍ ଇଣ୍ଡିଆ ଖେଳାଳିଙ୍କ ସହ ଝଗଡ଼ା କଲେ। ଏହି ଉଦ୍ଧତ ପାକିସ୍ତାନୀଙ୍କୁ ପଡ଼ିଆରେ ଆଣ୍ଠେଇବାକୁ ପ୍ରସ୍ତୁତ ହେଲେଣି ମେନ୍ ଇନ୍ ବ୍ଲୁ। ଆଜି ସବୁ ଅପମାନର ଗଣି ଗଣି ବଦଲା ନେବେ ସୁର୍ଯ୍ୟକୁମାର ଆଣ୍ଡ କୋ।
ସୁପର ସନଡେରେ ଦୁବାଇ ଷ୍ଟାଡିୟମରେ ହେବାକୁ ଯାଉଥିବା ହାଇଭୋଲଟେଜ୍ ମ୍ୟାଚ ଉପରେ ସାରା ବିଶ୍ବର ନଜର। ୪୧ ବର୍ଷ ପରେ ଏସିଆ କପ୍ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ପାକିସ୍ତାନ। ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ୨ ଥର ଲଜ୍ଜିତ କରି ପରାସ୍ତ କରିଛି ଭାରତ। ଆଉ ଆଜି ମିଳିଛି ଆଉ ଗୋଟିଏ ମୌକା। ଫାଇନାଲରେ ସେମାନଙ୍କୁ ପୁଣି ଥରେ ଧୂଳି ଚଟେଇ ଏସିଆ କପ୍ ହାତେବାକୁ ସବୁ ପ୍ରଚେଷ୍ଟା କରିବେ ଭାରତୀୟ ଖେଳାଳି।
1984 ମସିହାରେ ଆରମ୍ଭ ହୋଇଥିଲା ଏସିଆ କପ୍। ହେଲେ ଆଜି ପର୍ଯ୍ୟନ୍ତ କେବେ ହେଲେ ଭାରତ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇ ନାହିଁ। ଯଦି ସୀମିତ ଓଭର ଟୁର୍ଣ୍ଣାମେଣ୍ଟ କଥା କହିବା ଭାରତ ଏବଂ ପାକିସ୍ତାନ ପାଞ୍ଚ ଥର ଫାଇନାଲରେ ପରସ୍ପରର ମୁହାଁମୁହିଁ ହୋଇଛନ୍ତି। ପ୍ରଥମ ଥର ପାଇଁ ୧୯୮୫ ବେନସନ ଏବଂ ହେଜ୍ ଓ୍ବାଲର୍ଡ ଚାମ୍ପିଅନସିପ୍, ଯେଉଁଠାରେ ଭାରତ ପାକିସ୍ତାନକୁ ଆଠ ୱିକେଟରେ ପରାସ୍ତ କରିଥିଲା।
ଏହା ପରେ, ୧୯୮୬ ଏବଂ ୧୯୯୪ରେ ପାକିସ୍ତାନ ଭାରତକୁ ପରାସ୍ତ କରିଥିଲା। ସେହିଭଳି ୨୦୦୭ ଟି୨୦ ବିଶ୍ୱକପ୍ ଫାଇନାଲରେ ଏମ୍ ଏସ୍ ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ପାଞ୍ଚ ରନରେ ପରାସ୍ତ କରିଥିଲା। ତେବେ ୨୦୨୫ ଏସିଆ କପ୍ ପୂର୍ବରୁ, ଶେଷ ଥର ପାଇଁ ଦୁଇ ଦଳ ୨୦୧୭ରେ ଚାମ୍ପିୟନ୍ସ୍ ଟ୍ରଫି ଫାଇନାଲରେ ପରସ୍ପରର ମୁହାଁମୁହିଁ ହୋଇଥିଲେ। ଯେଉଁଠାରେ ପାକିସ୍ତାନ ଭାରତକୁ ପରାସ୍ତ କରିଥିଲା।
ଏବେ ୨୦୨୫ ଏସିଆ କପ୍ ଉପରେ ସଭିଙ୍କ ନଜର। ତେବେ ପରିସଂଖ୍ୟାନ ଅନୁଯାୟୀ ଆଜିର ମ୍ୟାଚରେ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ଦୁବାଇ ଗ୍ରାଉଣ୍ଡରେ ଖେଳାଯାଇଥିବା ଶେଷ ୧୦ ମ୍ୟାଚ୍ ମଧ୍ୟରୁ ରନର ପିଛା କରୁଥିବା ଦଳ ପାଞ୍ଚ ଥର ଜିତିଛି। ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଚାରି ଥର ଜିତିଛି। ଗୋଟିଏ ମ୍ୟାଚ ସୁପର ଓଭରରେ ସରିଛି। ତେଣୁ ଉପୟ ଟିମ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ଚାହିଁବେ। ଏହାଛଡ଼ା ଗତ ମ୍ୟାଚରେ ପଡ଼ିଆରେ ପାକିସ୍ତାନ ଖେଳାଳି ହାରିସ୍ ରୌଫ ଓ ସାହିବଜାଦା ଫରହାନଙ୍କ ଉଦ୍ଧତପଣର ବଦଲା ମଧ୍ୟ ନେବ ଟିମ୍ ଇଣ୍ଡିଆ। ଯାହାକୁ ନେଇ ଉତ୍ସାହିତ ଅଛନ୍ତି କ୍ରିକେଟ୍ ଫ୍ୟାନ୍। ଏବେ କେବଳ ରାତି ୮ଟାକୁ ହିଁ ଅପେକ୍ଷା ।
ଅଧିକ ଦେଖିବା ପାଇଁ କ୍ଲିକ୍ କରନ୍ତୁ:
India: ଜାତିସଂଘରେ ପାକିସ୍ତାନର ଗୁପ୍ତ କଥା ଖୋଲିଦେଲେ ଭାରତୀୟ ମହିଳା ଅଧିକାରୀ

India: ଟ୍ରଂପ୍ ମାଟିରେ ଭାରତର ଖେଳ, ବିଶ୍ୱକୁ ଦେଲା ନୂଆ ସନ୍ଦେଶ

Delhi godman: ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ବାବା ଚୈତନ୍ୟାନନ୍ଦ ଗିରଫ

Durga Puja: ଧରାପୃଷ୍ଠରେ କାହିଁକି ଆବିର୍ଭୂତା ହୋଇଥିଲେ ମାଆ ଦୁର୍ଗା, କାହିଁକି ଖଣ୍ଡା ପୂଜା କରନ୍ତି କ୍ଷତ୍ରୀୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)