Advertisment

Semi-Final Showdown: T-20 ବିଶ୍ୱକପରେ ଆଜି ପ୍ରଥମ ସେମିଫାଇନାଲ୍, ଇଡେନ୍ ଗାର୍ଡେନରେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ଲଢ଼େଇ

ଚଳିତ ବିଶ୍ବକପରେ ଏଯାଏଁ ଅପରାଜେୟ ରହିଛି ଦକ୍ଷିଣ ଆଫ୍ରିକା। ଜବରଦସ୍ତ ଫର୍ମରେ ଥିବା ବେଳେ ବୋଲିଂ, ବ୍ୟାଟିଂ ଓ ଫିଲଡିଂରେ ଶକ୍ତିଶାଳୀ। ସୁପର-୮ ପର୍ଯ୍ୟାୟରେ ଭାରତ, ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେକୁ ହରାଇଛି।

author-image
Tapan Swain
T20 Semi Final

T20 Semi Final Photograph: (OTV)

T-20 ବିଶ୍ୱକପରେ ଆଜି ପ୍ରଥମ ସେମିଫାଇନାଲ୍। କୋଲକାତା ଇଡେନ୍ ଗାର୍ଡେନରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ। ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ। ବିଜୟୀ ଦଳ ସିଧାସଳଖ ଯିବ ଫାଇନାଲ୍‌। ତେଣୁ ଫାଇନାଲ୍ ଯିବାକୁ ଆଜି ଜୋରଦାର ଟକ୍କର ଦେଖିବାକୁ ମିଳିପାରେ।

Advertisment

ଚଳିତ ବିଶ୍ବକପରେ ଏଯାଏଁ ଅପରାଜେୟ ରହିଛି ଦକ୍ଷିଣ ଆଫ୍ରିକା। ଜବରଦସ୍ତ ଫର୍ମରେ ଥିବା ବେଳେ ବୋଲିଂ, ବ୍ୟାଟିଂ ଓ ଫିଲଡିଂରେ ଶକ୍ତିଶାଳୀ। ସୁପର-୮ ପର୍ଯ୍ୟାୟରେ ଭାରତ, ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେକୁ ହରାଇଛି। ଅଧିନାୟକ ଏଡେନ୍ ମାର୍କ୍ରାମଙ୍କ ଦମଦାର ବ୍ୟାଟିଂ ଏବଂ ଲୁଙ୍ଗି ଏନଗିଡିଙ୍କ ଘାତକ ବୋଲିଂ ନ୍ୟୁଜିଲାଣ୍ଡ ପାଇଁ ଘାତକ ହୋଇପାରେ।

ନେଟ୍ ରନ ରେଟ୍ ଆଧାରରେ ପାକିସ୍ତାନକୁ ପକାଇଛି ପଛରେ 

ଅନ୍ୟପଟେ ନ୍ୟୁଜିଲାଣ୍ଡ ବି ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ସେମିକୁ ଆସିଛି। ନେଟ୍ ରନ ରେଟ୍ ଆଧାରରେ ପାକିସ୍ତାନକୁ ପଛରେ ପକାଇ ସେମି ଟିକେଟ୍ ହାତେଇଥିଲା । ମିଚେଲ ସାଣ୍ଟନରଙ୍କ ନେତୃତ୍ୱରେ ଦଳ ପୁଣିଥରେ ନିଜର 'ଆଇସିସି ନକଆଉଟ୍' ଦକ୍ଷତା ପ୍ରମାଣ କରିବାକୁ ପ୍ରସ୍ତୁତ। 

Advertisment

ଦଳର ଓପନର୍ ଫିନ୍ ଆଲେନ୍ ଏବଂ ଅଲରାଉଣ୍ଡର ରଚିନ୍ ରବୀନ୍ଦ୍ରଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଆସନ୍ତାକାଲି ଦ୍ବିତୀୟ ସେମିଫାଇନାଲରେ ମୁମ୍ବାଇ ୱାଙ୍ଖଡେରେ ଭାରତ-ଇଂଲଣ୍ଡ ମୁହାଁମୁହିଁ ହେବେ। ... 

ବିଜୟୀ ଦଳ ସିଧାସଳଖ ଯିବ ଫାଇନାଲ୍
ଫାଇନାଲ୍ ଯିବାକୁ ହେବ ଜୋରଦାର ଟକ୍କର 
ଚଳିତ ବିଶ୍ବକପରେ ଅପରାଜେୟ ଦକ୍ଷିଣ ଆଫ୍ରିକା
ଜବରଦସ୍ତ ଫର୍ମରେ ରହିଛି ଦକ୍ଷିଣ ଆଫ୍ରିକା
ସୁପର-୮ରେ ଭାରତ, ୱେଷ୍ଟଇଣ୍ଡିଜ୍, ଜିମ୍ବାୱେକୁ ହରାଇଛି
ଅଧିନାୟକ ଏଡେନ୍ ମାର୍କ୍ରାମଙ୍କ ଦମଦାର ବ୍ୟାଟିଂ 
ଲୁଙ୍ଗି ଏନଗିଡିଙ୍କ ଘାତକ ବୋଲିଂ ଘାଇଲା କରିବ
ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ସେମିକୁ ଆସିଛି  ନ୍ୟୁଜିଲାଣ୍ଡ 
ଓପନର୍ ଫିନ୍ ଆଲେନ୍ ଓ ରଚିନ୍ ରବୀନ୍ଦ୍ରଙ୍କ ଉପରେ ନଜର 

T20 World Cup
Advertisment
Related Articles
Advertisment