/odishatv-khabar/media/media_files/2025/09/29/pm_wish-2025-09-29-08-34-38.jpg)
PM Photograph: (OTV)
କ୍ରୀଡ଼ା ମୈଦାନରେ ବି ଅପରେସନ ସିନ୍ଦୂର ସଫଳ । ଜିତିଲା ଭାରତ । ପାକିସ୍ତାନ ବିପକ୍ଷରେ ଭାରତର ବିରାଟ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi)ଙ୍କ ସୋସିଆଲ ମିଡିଆ ପୋଷ୍ଟ । ବିଜୟ ପାଇଁ ଭାରତୀୟ କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତାଙ୍କ ସୋସିଆଲ ମିଡିଆ 'X'ରେ ଲେଖିଛନ୍ତି 'କ୍ରୀଡା କ୍ଷେତ୍ରରେ ଅପରେସନ୍ ସିନ୍ଦୂର'। 'ଫଳାଫଳ ସମାନ, ଭାରତ ଜିତିଲା' ।
ଗତ ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଯାଇ ଭାରତ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର। ମେ’ ୭ ତାରିଖରେ ଭାରତ ଆରମ୍ଭ କରିଥିଲା ଅପରେସନ ସିନ୍ଦୂର। ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏବେ ପୁଣି ଖେଳ ପଡ଼ିଆରେ ପାକିସ୍ତାନକୁ ଧୂଳି ଚଟାଇବା ପରେ ଅପରେସନ ସିନ୍ଦୂର ସହ କ୍ରିକେଟ ବିଜୟକୁ ତୁଳନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
Advertisment
ଅଧିକ ଦେଖନ୍ତୁ:
Advertisment



Related Articles
India Crowned Asia Cup 2025: ଦୁବାଇ ମୈଦାନରେ ଟିମ୍ ଇଣ୍ଡିଆର ବିଜୟ ଗାଥା
POSTED

Daily Horoscope 29th September 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

Today Panchang 29th September 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....
POSTED

Dussehra Sale Storm: ଦଶରା ଘଡ଼ିରେ ଅଫର୍ କ୍ରେଜ୍, ସବୁଠି ହାଇ ଡିସକାଉଣ୍ଟ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)