/odishatv-khabar/media/media_files/2025/09/29/champion-2025-09-29-08-19-44.jpg)
champion Photograph: (OTV)
ଦୁବାଇ ମୈଦାନରେ ଟିମ୍ ଇଣ୍ଡିଆର ବିଜୟ ଗାଥା । ପାକିସ୍ତାନକୁ ଫାଇନାଲରେ ହରାଇ ଟାଇଟଲ ହାତେଇଛି ଭାରତ। ନବମ ଥର ପାଇଁ ଭାରତ ଏସିଆ କପ୍ ଚାମ୍ପିଅନ୍ ହୋଇଛି । ତିଲକ ବର୍ମାଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ଓ ଶିବମ ଦୁବେଙ୍କ ବିସ୍ଫୋରକ ପାଳି ଯୋଗୁଁ ଭାରତ ୫ ଓ୍ୱିକେଟରେ ବିଜୟୀ ହୋଇଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୯ ଓଭର ୧ ବଲ ଖେଳି ୧୪୬ ରନ କରିଥିଲା । ଏହାର ଜବାବରେ ଭାରତ ୨ଟି ବଲ୍ ବାକି ଥାଇ ୬ ଓ୍ୱିକେଟରେ ବିଜୟୀ ହୋଇଛି ।
ଚମତ୍କାର ପ୍ରଦର୍ଶନ ଦେଖାଇଥିଲେ ଭାରତୀୟ ବୋଲର । ଭାରତ ପକ୍ଷରୁ କୁଲଦୀପ ୪ ଓ୍ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ଯଶପ୍ରିତ ବୁମରାହ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ । ବ୍ୟାଟିଂରେ ଭାରତର ପ୍ରମୁଖ ଟପ ଅର୍ଡର ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ ବି ପାଳି ସମ୍ଭାଳିଥିଲେ ତିଲକ ବର୍ମା । ତାଙ୍କୁ ସାଥ ଦେଇଥିଲେ ସଞ୍ଜୁ ସାମସନ ଓ ଶିବମ ଦୁବେ। ଏହି ଟୁର୍ଣ୍ଣାମେଣ୍ଟରେ ତୃତୀୟ ଥର ପାଇଁ ପାକିସ୍ତାନକୁ ହରାଇ ଏସିଆ କପ୍ ନିଜ ନାଁରେ କରିନେଇଛି ଭାରତ ।
ଅଧିକ ଦେଖନ୍ତୁ:
Daily Horoscope 29th September 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 29th September 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

Dussehra Sale Storm: ଦଶରା ଘଡ଼ିରେ ଅଫର୍ କ୍ରେଜ୍, ସବୁଠି ହାଇ ଡିସକାଉଣ୍ଟ

City of Joy in Rhythm: ଧୁନୁଚି ଡ୍ୟାନ୍ସରେ ଦୁଲୁକୁଛି କୋଲକାତା, ଜମିଦାର ପରିବାରରେ ଭିନ୍ନ ଢଙ୍ଗରେ ଦୁର୍ଗାପୂଜା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)