Advertisment

Gymnastics Aerobics Competitions: ରାଜ୍ୟ ଏବଂ ଜାତୀୟ ସ୍ତରୀୟ ଜିମ୍ନାଷ୍ଟିକ୍ସ ଏରୋବିକ୍ସ ପ୍ରତିଯୋଗିତା, ଚମକିଲେ ଓଡ଼ିଆ ଝିଅ

ବେଙ୍ଗାଲୁରୁ ମହୀଶୂରର ଚାମୁଣ୍ଡି ବିହାର ଷ୍ଟାଡିୟମରେ ଅନୁଷ୍ଠିତ ସଦ୍ୟ ସମାପ୍ତ ଦଶହରା କ୍ରୀଡା ସିଏମ୍ କପ୍ - 2025ର ଜିମ୍ନାଷ୍ଟିକ୍ସ ଏରୋବିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଦଳରେ ଅଛନ୍ତି ପ୍ରବାସୀ ଓଡ଼ିଆ ଝିଅ  ମନସ୍ୱୀ ଜେନା ଏବଂ ରିଆନଶୀ ପଟ୍ଟନାୟକ ।

author-image
Manas Ranjan Mohanty
success

Photograph: (OTV)

ବେଙ୍ଗାଲୁରୁ ମହୀଶୂରର ଚାମୁଣ୍ଡି ବିହାର ଷ୍ଟାଡିୟମରେ ଅନୁଷ୍ଠିତ ସଦ୍ୟ ସମାପ୍ତ ଦଶହରା କ୍ରୀଡା ସିଏମ୍ କପ୍ - 2025ର ଜିମ୍ନାଷ୍ଟିକ୍ସ ଏରୋବିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଦଳରେ ଅଛନ୍ତି ପ୍ରବାସୀ ଓଡ଼ିଆ ଝିଅ  ମନସ୍ୱୀ ଜେନା ଏବଂ ରିଆନଶୀ ପଟ୍ଟନାୟକ । ସେମାନେ ମଧ୍ୟ କର୍ଣ୍ଣାଟକ ଜିମ୍ନାଷ୍ଟିକ୍ସ ଆସୋସିଏସନ୍ ଦ୍ୱାରା 19 ବର୍ଷରୁ କମ୍ ବାଳିକା ଚାମ୍ପିଅନ୍ସ ଦଳଲାଗି  ଯୋଗ୍ୟ ବିବେଚିତ  ହୋଇଥିଲେ । ସେମାନଙ୍କ ଦଳ କୋଚିର ରାଜୀବ ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଜିମ୍ନାଷ୍ଟିକ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା ଅନୁଷ୍ଠିତ ଏରୋବିକ୍ ଜିମ୍ନାଷ୍ଟିକ୍ସ ଜାତୀୟ ଚାମ୍ପିଅନ୍ସିପ୍ 2025-2026 ରେ କର୍ଣ୍ଣାଟକ ପାଇଁ କାଂସ୍ୟ ପଦକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି ।

Advertisment

photo
 Photograph: (OTV)

ମନସ୍ୱୀ ଜେନା ଏହି ମାସରେ ଶିରିଡିରେ ଅନୁଷ୍ଠିତ ସିବିଏସଇ  ଜାତୀୟ ଏରୋବିକ୍ସ ଚାମ୍ପିଅନ୍ସିପ୍ 2025 ରେ ତାଙ୍କ ସ୍କୁଲ, ନ୍ୟୁ ହୋରାଇଜନ୍ ଗୁରୁକୁଳର ପ୍ରତିନିଧିତ୍ୱ ମଧ୍ୟ କରିଥିଲେ |  ସେ 19 ବର୍ଷରୁ କମ୍ ବାଳିକା ବ୍ୟକ୍ତିଗତ ବର୍ଗରେ ଜାତୀୟସ୍ତରରେ  5ମ ସ୍ଥାନ ଅଧିକାର କରିବାର ସ୍ୱଭାଗ୍ୟ ଲାଭ କରିଥିଲେ  ।

photo
 Photograph: (OTV )

ମନସ୍ୱୀ ତାଙ୍କର ପଦକଗୁଡ଼ିକ ତାଙ୍କ ଜେଜେବାପା, ଆଳି , କେନ୍ଦ୍ରାପଡ଼ାର ବିଶିଷ୍ଟ  ଶିକ୍ଷାବିତ୍ ସ୍ୱର୍ଗତ ନିରଞ୍ଜନ ଜେନା ଏବଂ ଅଜା,  ଗୌତମ ନଗର, ଭୁବନେଶ୍ୱରର  ଔଷଧ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ସ୍ୱର୍ଗତ ଡକ୍ଟର ଭାଗୀରଥି ନାୟକଙ୍କୁ ଉତ୍ସର୍ଗ କରିଛନ୍ତି।

Advertisment
Advertisment
Related Articles
Advertisment