/odishatv-khabar/media/media_files/2025/10/02/shreemayee-join-bjp-2025-10-02-10-52-56.jpg)
Shreemayee Join BJP Photograph: (OTV)
BJPରେ ମିଶିବେ କି ଶ୍ରୀମୟୀ ? ପଦ୍ମ ଧରିବାକୁ ଚାଲିଛି କି ବଡ଼ ପ୍ଲାନ୍ ? ପ୍ରଥମେ BJDରୁ ସସପେଣ୍ଡ୍ ଆଉ ଏବେ ଦୁର୍ଗା ମଣ୍ଡପରେ ବିଜେପି ନେତାଙ୍କ ସହ ଶ୍ରୀମୟୀଙ୍କ ବୁଲିବା ସାଧାରଣରେ ଚର୍ଚ୍ଚା ହେଲାଣି l ପୂର୍ବରୁ କଂଗ୍ରେସରେ ଶ୍ରୀମୟୀ ମିଶ୍ର ମିଶିବେ ବୋଲି କୁହାଯାଉଥିଲା । ହେଲେ ଏବେ ବିଜେପି ନେତା ଓ ବିଧାୟକଙ୍କ ସହ ଶ୍ରୀମୟୀଙ୍କ ମଣ୍ଡପ ବୁଲା ତାଙ୍କ ରାଜନୀତି କ୍ୟାରିୟରର ଗତିକୁ କିଛି ଅଲଗା ଦର୍ଶାଉଛି । କୁହାଯାଉଛି, ଶ୍ରୀମୟୀ କୁଆଡେ ବିଜେପିରେ ସାମିଲ ହୋଇପାରନ୍ତି ।
ଅନେକ ଦିନର ନୀରବତା ପରେ ଏବେ ମୁହଁ ଖୋଲୁଛନ୍ତି ଶ୍ରୀମୟୀ । ଏବେ ତାଙ୍କୁ ସାଧାରଣ ଜନତାଙ୍କ ନିକଟରେ ଦେଖିବାକୁ ମିଳୁଛି । ଭୁବନେଶ୍ବରରେ ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି । ଗତକାଲି ଭୁବନେଶ୍ବରରେ ଓଟିଭିକୁ କହିଥିଲେ ସେ ମାଆଙ୍କ ଦଳରେ ଅଛନ୍ତି । ଏବେ ବିଜେପି ନେତାଙ୍କ ସହ ତାଙ୍କର ଫଟୋକୁ ନେଇ ପୁଣି ନୂଆ ଚର୍ଚ୍ଚା ହେଲାଣି । ଯେଉଁଥିରେ ମନ୍ତ୍ରୀ ରବି ନାରାୟଣ ନାଏକ, ବିଧାୟିକା ଉପାସନ ମହାପାତ୍ର, ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସହ ଶ୍ରୀମୟୀ ଅଛନ୍ତି । ତେଣୁ ଆଗକୁ ଶ୍ରୀମୟୀ କୁଆଡ଼େ ଯିବେ ଓ କେଉଁ ଦଳରେ ଯୋଗ ଦେବେ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଶ୍ରୀମୟୀ ଏହାକୁ ନେଇ କ୍ୟାମେରା ସାମ୍ନାରେ କିଛି କହିନଥିଲେ ମଧ୍ୟ ପରେ ଏ ବିଷୟରେ କହିବେ ବୋଲି ସୂଚନା ଦେଇଛନ୍ତି ।
ତେବେ ଆଗକୁ ଶ୍ରୀମୟୀ ମିଶ୍ରଙ୍କ ରାଜନୀତି ଗତି କୁଆଡେ ? ସେ ପଦ୍ମ ଧରୁଛନ୍ତି ନା କଂଗ୍ରେସରେ ସାମିଲ ହେବା ଚର୍ଚ୍ଚା ସତ ହେଉଛି ତା’ ଦେଖିବାକୁ ବାକି ରହିଲା ।
OTV Honors Excellence in Durga Puja: ଦୁର୍ଗାପୂଜାରେ ଶ୍ରେଷ୍ଠଙ୍କୁ ସ୍ବୀକୃତିର ନୂଆ ଧାରା, ଟୁଇନସିଟିର ୧୪ ପୂଜା ମଣ୍ଡପକୁ ପୁରସ୍କୃତ କଲା ଓଟିଭି

Today Panchang 2nd October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

Daily Horoscope 2nd October 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

SI Exam Scam Case: ଜେଲ୍ ଗଲେ ୧୧୭, ପୋଲିସ SI ପରୀକ୍ଷା ଜାଲିଆତି ଉଦ୍ୟମ ମାମଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)