Advertisment

India vs Pakistan: ୫ରେ ମାଟି କାମୁଡ଼ିବ ପାକିସ୍ତାନ ! ବାଜି ମାରିବ ଭାରତ

ପୁଣି ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ । ମହିଳା ବିଶ୍ବକପ ୨୦୨୫ରେ ମହା ଲଢ଼େଇ । ବାଜି ମାରିବ ଭାରତ ! ପୁଣି ଧୂଳି ଚାଟିବ ପାକିସ୍ତାନ ।  ନିକଟରେ ଏସିଆ କପରେ ପାକିସ୍ତାନକୁ ଭାରତ ମାତ୍ ଦେବା ପରେ ଏବେ ଟ୍ରଫି ପ୍ରଦାନକୁ ନେଇ ଉଭୟ ଦେଶର ବୋର୍ଡ ମଧ୍ୟରେ ବିବାଦ ଲାଗି ରହିଛି ।

author-image
Manas Ranjan Mohanty
INDIA-PAKISTAN-MATCH

INDIA-PAKISTAN-MATCH Photograph: (OTV)

ପୁଣି ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ । ମହିଳା ବିଶ୍ବକପ ୨୦୨୫ରେ ମହା ଲଢ଼େଇ । ବାଜି ମାରିବ ଭାରତ ! ପୁଣି ଧୂଳି ଚାଟିବ ପାକିସ୍ତାନ ।  ନିକଟରେ ଏସିଆ କପରେ ପାକିସ୍ତାନକୁ ଭାରତ ମାତ୍ ଦେବା ପରେ ଏବେ ଟ୍ରଫି ପ୍ରଦାନକୁ ନେଇ ଉଭୟ ଦେଶର ବୋର୍ଡ ମଧ୍ୟରେ ବିବାଦ ଲାଗି ରହିଛି । ଏପରି ସମୟରେ କ୍ରିକେଟ ପ୍ରଶଂସକ ମାନଙ୍କୁ ଆଉ ଏକ ଜବରଦସ୍ତ ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ । 

Advertisment

ଭାରତ ଆୟୋଜନ କରୁଥିବା ଆଇସିସି ମହିଳା ବିଶ୍ୱକପ ୨୦୨୫ରେ ଭାରତ ବନାମ ପାକିସ୍ତାନ ମଧ୍ୟରେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯିବ । ଉଭୟ ଦେଶ ପରସ୍ପର ସହ ଦ୍ବିପାକ୍ଷିକ ସିରିଜ ଖେଳୁ ନ ଥିବା ବେଳେ କେବଳ ଆଇସିସି ଟୁର୍ନାମେଣ୍ଟରେ ମୁକାବିଲା ଦେଖିବାକୁ ମିଳିବ । ସୁରକ୍ଷା କାରଣ ଦର୍ଶାଇ ପାକିସ୍ତାନ ଆସିବାକୁ ମନା କରିଥିବା ବେଳେ ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ ।

ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦେଶର ରାଜନୈତିକ ଉତ୍ତେଜନା ଶିଖରରେ ପହଞ୍ଚିଛି। ଏସିଆ କପରେ ହ୍ୟାଣ୍ଡସେକ ବିବାଦ ଠାରୁ ଆରମ୍ଭ କରି ପିସିବି ଚେୟାରମ୍ୟାନ ମୋହସିନ ନକଭୀଙ୍କ ହାତରୁ ଟ୍ରଫି ନନେବା କାରଣକୁ ନେଇ ବିବାଦ ଜୋର ଧରିଛି । ଏବେ ମହିଳା ବିଶ୍ୱକପରେ ମଧ୍ୟ ଏହି ବିବାଦ ପୁନର୍ବାର ଦେଖାଦେବ ବୋଲି ଅନୁମାନ କରାଯାଉଛି । ଆଉ ଅକ୍ଟୋବର ୫ ତାରିଖରେ ଉଭୟ ଦଳର ଖେଳାଳି ମାନେ ମୁହାଁମୁହିଁ ହେବେ । 

Advertisment

ଭାରତ ଏହାର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଦମଦାର ବିଜୟ ହାସଲ କରିଛି । ଭାରତ ପ୍ରଥମ ମ୍ୟାଚକୁ ଡର୍କୱର୍ଥ ଲୁଇସ ମେଥଡରେ ୫୯ ରନରେ ଜିତି ନେଇଥିଲା। ଟପ ଅର୍ଡର ଓ ମିଡିଲ ଅର୍ଡର ବିଫଳ ହୋଇଥିଲେ ମଧ୍ୟ ଲୋୟର ମିଡିଲ ଅର୍ଡରରେ ଦୀପ୍ତି ଶର୍ମା, ଅମନଜୋତ କୌର ଓ ସ୍ନେହ ରାଣାଙ୍କ ଅଲରାଉଣ୍ଡ ସଫଳତା ବଳରେ ଭାରତ ସହଜ ବିଜୟ ହାସଲ କରିଥିଲା। ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଓ  ଜେମିମା ରୋଡ୍ରିଗ୍ବେଜଙ୍କ ପରି ଖେଳାଳି ପାକିସ୍ତାନ ବିପକ୍ଷରେ ଫର୍ମକୁ ଫେରିବାକୁ ଚେଷ୍ଟା କରିବେ ।

Advertisment
Related Articles
Advertisment