Advertisment

India Women Beat: ମହିଳା ବିଶ୍ବକପ୍ ସେମିଫାଇନାଲରେ ଭାରତ , ନ୍ୟୁଜିଲାଣ୍ଡକୁ ହରାଇଛି ଟିମ୍

ମହିଳା ବିଶ୍ବକପ୍ ସେମିଫାଇନାଲରେ ଭାରତ । ରୋମାଞ୍ଚକର ଲଢ଼େଇରେ ନ୍ୟୁଜିଲାଣ୍ଡକୁ ହରାଇଛି ଟିମ୍। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ୫୩ ରନରେ ବିଜୟୀ ହୋଇଛି ଭାରତ। ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ଓ ପ୍ରତୀକା ରାଓଲ ଶତକ ମାରିଛନ୍ତି ।

author-image
Manas Ranjan Mohanty
CRICKET

CRICKET Photograph: (OTV)

ମହିଳା ବିଶ୍ବକପ୍ ସେମିଫାଇନାଲରେ ଭାରତ । ରୋମାଞ୍ଚକର ଲଢ଼େଇରେ ନ୍ୟୁଜିଲାଣ୍ଡକୁ ହରାଇଛି ଟିମ୍। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ୫୩ ରନରେ ବିଜୟୀ ହୋଇଛି ଭାରତ। ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ଓ ପ୍ରତୀକା ରାଓଲ ଶତକ ମାରିଛନ୍ତି ।

Advertisment

ପ୍ରଥମେ ବ୍ୟାଟିଂ କରି ଭାରତ ୩ ୱିକେଟରେ ୩୪୦ ରନ୍ କରିଥିଲା। ବର୍ଷା ବାଧକ ସାଜିବାରୁ ନ୍ୟୁଜିଲାଣ୍ଡ ଆଗରେ ଟାର୍ଗେଟ ଥିଲା ୩୨୫ ରନ୍ । ଜବାବରେ କିୱି ମହିଳା ଦଳ ୮ ୱିକେଟ ହରାଇ ୨୭୧ ରନ୍ କରିପାରିଥିଲା।

ସେପଟେ ଆଡିଲେଡ୍ ଓଭାଲରେ ଦ୍ବିତୀୟ ଦିନିକିଆରେ ଭାରତକୁ ୨ ୱିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହା ସହିତ ଏହି ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ଅଷ୍ଟ୍ରେଲିଆ ୨-୦ରେ ଜିତିନେଇଛି । ଭାରତ ଦେଇଥିବା ୨୬୫ ରନର ଲକ୍ଷ୍ୟକୁ ୪୬.୨ ଓଭରରେ ୮ ଓ୍ବିକେଟ ହରାଇ ହାସଲ କରିନେଇଥିଲା ଅଷ୍ଟ୍ରେଲିଆ ।

Advertisment

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ଓ୍ବିକେଟ ହରାଇ ୨୬୪ ରନ କରିଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ୭୩ ରନ କରିଥିବାବେଳେ ଶ୍ରେୟସ୍ ଆୟର ୬୧ ରନ କରିଥିଲେ । ସେହିପରି ଅକ୍ଷର ପଟେଲ ୪୪ ରନ କରିଥିଲେ । ତେବେ  ବିରାଟ କୋହଲି ପୁଣି ବିଫଳ ହେବା ସହ ଶୂନରେ ଆଉଟ ହୋଇଥିଲେ।  

ମହିଳା ବିଶ୍ବକପ୍ ସେମିଫାଇନାଲରେ ଭାରତ 
ରୋମାଞ୍ଚକର ଲଢ଼େଇରେ ନ୍ୟୁଜିଲାଣ୍ଡକୁ ହରାଇଛି ଟିମ୍ 
ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ୫୩ ରନରେ ବିଜୟୀ ହୋଇଛି ଭାରତ
ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ଓ ପ୍ରତୀକା ରାଓଲ ଶତକ ମାରିଛନ୍ତି
ପ୍ରଥମେ ବ୍ୟାଟିଂ କରି ଭାରତ ୩ ୱିକେଟରେ ୩୪୦ ରନ୍ କରିଥିଲା
ବର୍ଷା ବାଧକ ସାଜିବାରୁ ନ୍ୟୁଜିଲାଣ୍ଡ ଆଗରେ ଟାର୍ଗେଟ ଥିଲା ୩୨୫ ରନ୍ 
ଓଭାଲରେ ଦ୍ବିତୀୟ ଦିନିକିଆରେ ଭାରତକୁ ୨ ୱିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ 
ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ଅଷ୍ଟ୍ରେଲିଆ ୨-୦ରେ ଜିତିନେଇଛି 
ଭାରତ ଦେଇଥିବା ୨୬୫ ରନର ଲକ୍ଷ୍ୟକୁ ୮ ଓ୍ବିକେଟ ହରାଇ ହାସଲ କଲା ଅଷ୍ଟ୍ରେଲିଆ 
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ଓ୍ବିକେଟ ହରାଇ ୨୬୪ ରନ କରିଥିଲା 

Advertisment
Related Articles
Advertisment