Advertisment

Pramita Becomes First Odia Woman in ICC Broadcasting: ଓଡ଼ିଶା ପାଇଁ ଗୌରବ ଆଣିଲେ ସୁନାଝିଅ ପ୍ରମିତା, ICC କ୍ରିକେଟ ବ୍ରଡକାଷ୍ଟିଂରେ ପ୍ରଥମ ଓଡ଼ିଆ ମହିଳା

ସେ ଓଡ଼ିଶା ଏବଂ ଭାରତକୁ ବିଶ୍ୱ ମଞ୍ଚରେ ପ୍ରତିନିଧିତ୍ୱ କରୁଛନ୍ତି। ଏହି କ୍ଷେତ୍ରରେ ଓଡ଼ିଶାର ପ୍ରତିନିଧିତ୍ୱ ବିରଳ ଥିଲା । ତାଙ୍କର ଏହି ସଫଳତା କେବଳ ପ୍ରତୀକାତ୍ମକ ନୁହେଁ, ବରଂ ପ୍ରେରଣାଦାୟୀ ବୋଲି କୁହାଯାଇପାରିବ।

author-image
Tapan Swain
Odia

Odia Photograph: (OTV)

ଜଣେ ସଫଳ କ୍ରୀଡ଼ା ଉପସ୍ଥାପିକା ବା ପ୍ରେଜେଣ୍ଟର ଭାବେ ସେ କ୍ରିକେଟ୍ (Cricket) ବ୍ରଡକାଷ୍ଟିଂ ଜଗତରେ ନିଜକୁ ଏକ ପରିଚିତ ମୁହଁ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି। ଭାରତର ସର୍ବୋଚ୍ଚ ସମ୍ମାନଜନକ ପ୍ରତିଭା ସନ୍ଧାନ (Talent Hunt) କାର୍ଯ୍ୟକ୍ରମ ‘ଷ୍ଟାର ସ୍ପୋର୍ଟସ୍ ଡ୍ରିମ୍ ଜବ୍’ ରେ ପ୍ରଥମ ରନର୍-ଅପ୍ ହେବାଠାରୁ ଆରମ୍ଭ କରିଥିଲେ ନିଜର ଜୟ ଯାତ୍ରା ।

Advertisment

ଓଡ଼ିଆ ଝିଅ ପ୍ରମିତା ମହାପାତ୍ର ଏବେ ଗୋଟିଏ ପରେ ଗୋଟିଏ ସଫଳତାର ଶିଡି ଚଢ଼ୁଛନ୍ତି ।   ଆଇପିଏଲ୍ କଭରେଜ, ଆଇସିସି(ICC )  ଟୁର୍ଣ୍ଣାମେଣ୍ଟ ଏବଂ ଏକାଧିକ ମଲ୍ଟି-ସ୍ପୋର୍ଟସ୍ ଇଭେଣ୍ଟ ହୋଷ୍ଟ କରିବାର ଯାତ୍ରା ତାଙ୍କର ଉତ୍ସାହ, ଦୃଢ଼ତା ଏବଂ ଉତ୍କର୍ଷତାକୁ ପ୍ରତିପାଦିତ କରୁଛି । କିନ୍ତୁ ଏହିସବୁ ମୁହୂର୍ତ୍ତକୁ ନେଇ ସେ ଇତିହାସ ରଚିଛନ୍ତି । ଏହା କେବଳ ତାଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଓଡ଼ିଶାକୁ ମଧ୍ୟ ସେ ଗୌରବାନ୍ୱିତ କରିଛନ୍ତି । ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଏବଂ ଏକମାତ୍ର ଓଡ଼ିଆ ମହିଳା ।

ବିଶ୍ୱ ମଞ୍ଚରେ ଓଡ଼ିଆ ଝିଅ

ସେ ଓଡ଼ିଶା ଏବଂ ଭାରତକୁ ବିଶ୍ୱ ମଞ୍ଚରେ ପ୍ରତିନିଧିତ୍ୱ କରୁଛନ୍ତି। ଏହି କ୍ଷେତ୍ରରେ ଓଡ଼ିଶାର ପ୍ରତିନିଧିତ୍ୱ ବିରଳ ଥିଲା । ତାଙ୍କର ଏହି ସଫଳତା କେବଳ ପ୍ରତୀକାତ୍ମକ ନୁହେଁ, ବରଂ ପ୍ରେରଣାଦାୟୀ ବୋଲି କୁହାଯାଇପାରିବ। ବୟସ ସହିତ ତାଙ୍କର ଅଭିଜ୍ଞତା ମଧ୍ୟ ବଢ଼ୁଛି । ଉଭୟ ଖେଳାଳି ଓ ଦର୍ଶକଙ୍କୁ ସଂଯୋଗ କରି ବାନ୍ଧି ରଖିବାର ଅସାଧାରଣ ଦକ୍ଷତା ତାଙ୍କ ପାଖରେ ରହିଛି । ତାଙ୍କର ଗଭୀର ଜ୍ଞାନ ଓ ଉତ୍ସାହ ତାଙ୍କୁ ଏକ ନୂଆ ସୋପାନରେ ନେଇ ପହଞ୍ଚାଇଛି ।

Advertisment

ତାଙ୍କର କାହାଣୀ ଉପସ୍ଥାପନରେ କେବଳ ଖେଳ ସୀମିତ ନଥାଏ, ମଣିଷ, ଆବେଗ ଏବଂ ସାଂସ୍କୃତିକ ଗୌରବ  ବିଷୟରେ ଅନେକ କଥା କୁହନ୍ତି ସେ । ଯେତେବେଳେ କ୍ରିକେଟ୍ ଜଗତ ଆଇସିସି ମହିଳା ବିଶ୍ୱକପ ଆଡ଼କୁ ଦୃଷ୍ଟି ଦେଉଛି, ସେ କେବଳ ଖେଳର ସ୍ୱର ହୋଇ ରହିନାହାନ୍ତି, ବରଂ ଅସଂଖ୍ୟ ଯୁବ ସ୍ୱପ୍ନଦ୍ରଷ୍ଟାଙ୍କ ପାଇଁ ଆକାଂକ୍ଷାର ସ୍ୱର ମଧ୍ୟ ପାଲଟିଛନ୍ତି। ସେ ଆଇସିସି ମହିଳା ବିଶ୍ୱକପରେ ମଞ୍ଚ ଗ୍ରହଣ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରଥମ ଓଡ଼ିଆ ମହିଳା ଭାବେ ଏହି କ୍ଷେତ୍ରରେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି।

ତାଙ୍କ ଯାତ୍ରା ତାଙ୍କ ବୟସଠାରୁ ଅଧିକ ପରିପକ୍ୱତା ଏବଂ ନିଷ୍ଠାକୁ ପ୍ରତିଫଳିତ କରୁଛି । ମହିଳା ବିଶ୍ୱକପରେ ତାଙ୍କ ଉପସ୍ଥିତି ଓଡିଶାର ଯୁବକ ଯୁବତୀଙ୍କ ପାଇଁ ପ୍ରେରଣା ଭାବେ ପ୍ରତୀୟମାନ ହୋଇଛି । ଏହା ପ୍ରମାଣିତ କରୁଛି ଯେ କୌଣସି ସ୍ୱପ୍ନ ଅଧିକ ଦୂର ନୁହେଁ, କି କୌଣସି ମଞ୍ଚ ଅତ୍ୟନ୍ତ ବଡ଼ ନୁହେଁ। ଓଡ଼ିଶା ଏବଂ ଭାରତ ପାଇଁ ସେ କେବଳ ଜଣେ ଉପସ୍ଥାପିକା ନୁହଁନ୍ତି ବରଂ ପ୍ରତିନିଧିତ୍ୱ, ଦୃଢ଼ତା ଏବଂ ଗୌରବର ଏକ ବାର୍ତ୍ତାବହ ମଧ୍ୟ ।

ICC Women's WorldCup
Advertisment
Related Articles
Advertisment