Advertisment

PM Narendra Modi: RSS ଦେଶ ସେବାର ପ୍ରତୀକ: ପ୍ରଧାନମନ୍ତ୍ରୀ ମୋଦି

RSS ଶତବାର୍ଷିକୀ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ବତନ୍ତ୍ର ଡାକ ଟିକେଟ ଓ କଏନ ଉନ୍ମୋଚନ କଲେ। ଦେଶ ଗଠନରେ RSSର ଭୂମିକାକୁ ପ୍ରଶଂସା କଲେ ମୋଦି।

author-image
Chinmayee Sahoo
MODI

MODI Photograph: (OTV)

ଆରଏସଏସ ଶତବାର୍ଷିକୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଦେଶ ପ୍ରତି ଆରଏସଏସର ଅବଦାନ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ସ୍ମାରକୀ ଡାକ ଟିକେଟ୍ ଓ ଏକ ୧୦୦ ଟଙ୍କିଆ କଏନ୍ ମଧ୍ୟ ଉନ୍ମୋଚନ କରିଛନ୍ତି। ଦେଶ ଗଠନରେ RSSର ଭୂମିକାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। 
ମୋଦି କହିଛନ୍ତି, RSS ଦେଶ ସେବାର ପ୍ରତୀକ। ଶହେ ବର୍ଷରେ ସଂଘ ସମାଜର ସବୁ ବର୍ଗକୁ ସ୍ପର୍ଶ କରିଛି। ଶିକ୍ଷା, କୃଷି, ଆଦିବାସୀ, ମହିଳା ସଶକ୍ତୀକରଣ କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଛି। ସଂଘର ଏକମାତ୍ର ଲକ୍ଷ୍ୟ ହେଉଛି ରାଷ୍ଟ୍ର ପ୍ରଥମ। ବ୍ୟକ୍ତି ନିର୍ମାଣରୁ ରାଷ୍ଟ୍ର ନିର୍ମାଣ ସଂଘର ମୁଖ୍ୟ ଉଦ୍ଦେଶ୍ୟ। ସମାଜକୁ ସମୃଦ୍ଧ କରିବାରେ ସ୍ବୟଂସେବକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଏଥିସହ ଶତବାର୍ଷିକୀ ସମାରୋହରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। 
୧୯୪୭ ପରେ RSSକୁ ଦମନ ପାଇଁ ଉଦ୍ୟମ କରାଯାଇଥିଲା। ସଂଘର ସ୍ୱୟଂସେବକମାନେ କେବେବି ତିକ୍ତତାକୁ ସ୍ଥାନ ଦେଇ ନଥିଲେ କି ଦଇେନାହାନ୍ତି। ସେମାନେ ଜାଣନ୍ତି ଯେ ଆମେ ସମାଜଠାରୁ ଭିନ୍ନ ନୁହଁ, ସମାଜ ଆମ ସମସ୍ତଙ୍କ ଦ୍ୱାରା ଗଠିତ। ଦେଶରେ ଜରୁରୀକାଳୀନ ସ୍ଥିତି ବେଳେ ଏହି ବିଶ୍ୱାସ ସ୍ୱୟଂ ସେବକମାନଙ୍କୁ ଆଗକୁ ନେଇଥିଲା। ସମାଜର ଅନେକ ଆଘାତର ସମ୍ମୁଖୀନ ହେବା ସତ୍ତ୍ୱେ ସଂଘ ଆଜି ପର୍ଯ୍ୟନ୍ତ ଏକ ବିରାଟ ବଟବୃକ୍ଷ ପରି ଦୃଢ଼ ଭାବରେ ଠିଆ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଦିଲ୍ଲୀର ଡକ୍ଟର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ RSS ଶତବାର୍ଷିକୀ ପାଳନ ଅବସରରେ ଅନୁଷ୍ଠିତ ହୋଇଥିଲା।

Advertisment

ଅଧିକ ଦେଖନ୍ତୁ:

RSS
Advertisment
Related Articles
Advertisment