/odishatv-khabar/media/media_files/2025/10/01/si-2025-10-01-13-27-25.jpg)
si Photograph: (OTV)
ପୋଲିସ SI ପରୀକ୍ଷା (Odisha Police SI Exam) ଜାଲିଆତି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। SI ପରୀକ୍ଷା ଜାଲିଆତିରେ ଆହୁରି ଅନେକ ଦଲାଲଙ୍କ ସଂପୃକ୍ତି ସୂଚନା ରହିଛି । ପ୍ରତି ଆଶାୟୀଙ୍କ ସହ ୨୦ରୁ ୨୫ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ତେଣୁ ଘଟଣାର ଅଧିକ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ ବୋଲି ସୂଚନା ମିଳିଛି ।
ଏହି ଘଟଣାରେ ସମ୍ପୃକ୍ତ ଥିବା ୧୭ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ରାତି ସାରା କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସର ଜେରା ପରେ ଏମାନଙ୍କୁ ଗିରଫ କରାଯାଇଥିଲା । ପରୀକ୍ଷାରେ ଜାଲିଆତି ପାଇଁ ହାଇଦ୍ରାବାଦ ଯିବାବେଳେ ଧରାପଡ଼ିଥିଲେ । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ଏମାନଙ୍କୁ ଧରିଥିଲା ବ୍ରହ୍ମପୁର ପୋଲିସ । ଜଣକ ପିଛା ୨୫ ଲକ୍ଷ ଟଙ୍କାର ଡିଲ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ପ୍ରଥମେ ୧୦ ଲକ୍ଷ ଓ ପରେ ୧୫ ଲକ୍ଷ ଦେବାକୁ ଡିଲ ହୋଇଥିଲା । ଏହି ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ OPRB ପରୀକ୍ଷାକୁ ସ୍ଥଗିତ ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)