Advertisment

Major Political Move in Bihar: ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ, ପାଟନା ଛାଡ଼ି ରାଜ୍ୟସଭାକୁ ଯାଉଛନ୍ତି ନୀତିଶ

ପାଟନା ଛାଡ଼ି ରାଜ୍ୟସଭାକୁ ଯାଉଛନ୍ତି ନୀତିଶ।  ଏନେଇ ନୀତିଶ ଆଜି  ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ସେ  ରାଜ୍ୟସଭା ସଦସ୍ୟ ହେବାକୁ ଚାହୁଁଛନ୍ତି ବୋଲି ଲେଖିଛନ୍ତି।  ଆସନ୍ତା ୧୬ ମାର୍ଚ୍ଚରେ ରାଜ୍ୟସଭା ନିର୍ବାଚନ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି।

author-image
Tapan Swain
Nitish Kumar

Nitish Kumar Photograph: (OTV)

ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ। ପାଟନା ଛାଡ଼ି ରାଜ୍ୟସଭାକୁ ଯାଉଛନ୍ତି ନୀତିଶ।  ଏନେଇ ନୀତିଶ ଆଜି  ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ସେ  ରାଜ୍ୟସଭା ସଦସ୍ୟ ହେବାକୁ ଚାହୁଁଛନ୍ତି ବୋଲି ଲେଖିଛନ୍ତି।  ଆସନ୍ତା ୧୬ ମାର୍ଚ୍ଚରେ ରାଜ୍ୟସଭା ନିର୍ବାଚନ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। ଏଭଳି ସ୍ଥଳରେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହେବାର ସମ୍ଭାବନା ସବୁଠାରୁ ଅଧିକ ରହିଛି। କାରଣ ଗତ ନିର୍ବାଚନରେ ବିହାରରେ ବିଜେପି ୮୯ଟି ଆସନ ସହ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା ।

Advertisment

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭାର ସଦସ୍ୟ ହେବେ। ସେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହା ଘୋଷଣା କରିଛନ୍ତି। ସେ ଲେଖିଛନ୍ତି ଯେ ସେ ଏଥର ରାଜ୍ୟସଭା ପାଇଁ ଲଢ଼ିବାକୁ ଚାହୁଁଛନ୍ତି। ଗତକାଲିଠାରୁ ନୀତିଶ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବା ନେଇ ଚର୍ଚ୍ଚା ହେଉଛି। ଏବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜେ ଏହା ଘୋଷଣା କରିଛନ୍ତି। ଏହା ନୀତିଶ କୁମାରଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ପଥ ପରିଷ୍କାର କରିଛି, ଯେଉଁ ପଦବୀରେ ସେ ଗତ ୨୧ ବର୍ଷ ଧରି ରହିଆସିଛନ୍ତି। 

ନୀତିଶଙ୍କ ସୋସିଆଲ ମିଡିଆ ପୋଷ୍ଟ 

ନୀତିଶ X ରେ ଲେଖିଛନ୍ତି, ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆପଣମାନେ ମୋ ପ୍ରତି ନିରନ୍ତର ଭାବରେ ଆପଣଙ୍କର ବିଶ୍ୱାସ ଏବଂ ସମର୍ଥନ ବଜାୟ ରଖିଛନ୍ତି ।  ସେହି ଶକ୍ତି ମାଧ୍ୟମରେ ମୁଁ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ବିହାର ଏବଂ ଆପଣମାନଙ୍କ ସମସ୍ତଙ୍କର ସେବା କରିଛି। ଆପଣଙ୍କ ବିଶ୍ୱାସ ଏବଂ ସମର୍ଥନ ଯୋଗୁଁ ହିଁ ବିହାର ଆଜି ବିକାଶ ଏବଂ ସମ୍ମାନର ଏକ ନୂତନ ଦିଗକୁ ଗ୍ରହଣ କରୁଛି। ଏଥିପାଇଁ ମୁଁ ପୂର୍ବରୁ ଅନେକ ଥର ଆପଣଙ୍କ ପ୍ରତି ମୋର କୃତଜ୍ଞତା ପ୍ରକାଶ କରିଛି।

Advertisment

ସଂସଦୀୟ କ୍ୟାରିୟର ଆରମ୍ଭ କରିବାର ଇଚ୍ଛା 

ମୁଁ ମୋର ସଂସଦୀୟ କ୍ୟାରିୟର ଆରମ୍ଭ କରିବା ଦିନଠାରୁ ମୋର ବିହାର ବିଧାନସଭାର ଉଭୟ ଗୃହ ଏବଂ ସଂସଦର ଉଭୟ ଗୃହର ସଦସ୍ୟ ହେବା ପାଇଁ ଇଚ୍ଛା ଥିଲା। ଏହି ପରିପ୍ରେକ୍ଷୀରେ ମୁଁ ଏହି ନିର୍ବାଚନରେ ରାଜ୍ୟସଭାର ସଦସ୍ୟ ହେବାକୁ ଚାହୁଁଛି। ମୁଁ ଆପଣଙ୍କୁ ଆନ୍ତରିକତାର ସହିତ ପ୍ରତିଶ୍ରୁତି ଦେଉଛି ଯେ ଆପଣଙ୍କ ସହିତ ଏହି ସମ୍ପର୍କ ଭବିଷ୍ୟତରେ ମଧ୍ୟ ଜାରି ରହିବ ଏବଂ ଏକ ବିକଶିତ ବିହାର ଗଠନ ପାଇଁ ଏକାଠି କାମ କରିବାର ମୋର ପ୍ରତିବଦ୍ଧତା ଅତୁଟ ରହିବ। ଯେଉଁ ନୂତନ ସରକାର ଗଠନ ହେବ ତାହାକୁ ମୋର ପୂର୍ଣ୍ଣ ସମର୍ଥନ ଏବଂ ମାର୍ଗଦର୍ଶନ ମିଳିବ।

ବିଜେପିର ମୁଖ୍ୟମନ୍ତ୍ରୀ ହେବେ 

ଗତ କିଛି ଦିନ ଧରି ନୀତିଶ କୁମାର ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା ଜୋର ଧରିଥିଲା। ତଥାପି ତାଙ୍କ ପୁଅ ନିଶାନ୍ତ ରାଜ୍ୟସଭା ସଦସ୍ୟ ହେବେ ବୋଲି ପ୍ରଥମେ ଚର୍ଚ୍ଚା ହେଉଥିଲା। କିନ୍ତୁ ବୁଧବାର ହଠାତ୍ ନୀତିଶ କୁମାରଙ୍କ ନାମ ସାମ୍ନାକୁ ଆସିଲା। ଏବେ ନୀତିଶ ନିଜେ ତାଙ୍କ ପ୍ରାର୍ଥୀତ୍ୱକୁ ନିଶ୍ଚିତ କରିଛନ୍ତି। ବିହାରରେ ଏବେ ବିଜେପି ମୁଖ୍ୟମନ୍ତ୍ରୀ ହେବେ। ଦଳ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ଆଶା କରାଯାଉଛି।



Rajya Sabha Polls Bihar CM Nitish Kumar
Advertisment
Related Articles
Advertisment