Advertisment

High-Voltage Clash Tomorrow: ଆସନ୍ତାକାଲି ହାଇଭୋଲଟେଜ୍ ଟକ୍କର, ଭୟ ବଢାଇଛି ଲଘୁଚାପ

ଆସନ୍ତାକାଲି ହାଇଭୋଲଟେଜ୍ ଟକ୍କର୍। ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମ୍ୟାଚ୍। ପାକିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ କଲମ୍ବୋରେ ଟିମ୍ ଇଣ୍ଡିଆ। ଆଜି ଅଭ୍ୟାସ କରିବ ଟିମ୍ ଇଣ୍ଡିଆ।

author-image
Chinmayee Sahoo
India Vs Pakistan

India Vs Pakistan Photograph: (OTV)

ଆସନ୍ତାକାଲି ହାଇଭୋଲଟେଜ୍ ଟକ୍କର୍। ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ। ଏଥିପାଇଁ କଲୋମ୍ବରେ ପହଞ୍ଚିଛି ଭାରତୀୟ ଦଳ। ସୂର୍ଯ୍ୟ କୁମାର ଯାଦବଙ୍କ ସେନା କଲମ୍ବୋରେ ପହଞ୍ଚିଛନ୍ତି। ଆଜି ଅଭ୍ୟାସ କରିବେ ଟିମ୍ ଇଣ୍ଡିଆ। ଏନେଇ ହୋଟେଠୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା। 

Advertisment

ସେପଟେ ପ୍ରେମଦାସା ଷ୍ଟ୍ରାଡିୟମରେ ଆଗୁଆ ଅଭ୍ୟାସ କରିଛି ପାକିସ୍ତାନ ଟିମ୍। ଶୁକ୍ରବାର ଷ୍ଟାଡିୟମରେ ଦୀର୍ଘ ସମୟ ଧରି ଝାଳ ବୁହାଇଛନ୍ତି ପାକ୍ ଖେଳାଳି। ଉଭୟ ଦଳ ଦୁଇଟି ମ୍ୟାଚ୍ ଲେଖାଏଁ ଖେଳି ଗ୍ରୁପ୍ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ଅପରାଜୟ ରହିଛନ୍ତି। ଭାରତ ୟୁଏସଏ ଓ ନାମିବ୍ୟା ହରାଇ ଗ୍ରୁପ୍-ଏ ତାଲିକାର ଶୀର୍ଘରେ ରହିଥିବା ବେଳେ ପାକିସ୍ତାନ ନେଦରଲ୍ୟାଣ୍ଡ ଓ ୟୁଏସଏକୁ ହରାଇ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି।

ଅନ୍ୟପଟେ ମ୍ୟାଚ୍କୁ ନେଇ ଭୟ ବଢାଇଛି ବଙ୍ଗୋପସାଗରରେ ଆସୁଥିବା ଲଘୁଚାପ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତାକାଲି ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି। 

Advertisment

ଯଦି ଲଘୁଚାପ ହୁଏ ତେବେ ଶ୍ରୀଲଙ୍କାର ଦକ୍ଷିଣ ଭାଗରେ ହୋଇପାରେ ବର୍ଷା। ତେଣୁ ଭାରତ-ପାକିସ୍ତାନ ମ୍ୟାଚ୍ ନେଇ ଆଶଂକା ସୃଷ୍ଟି ହୋଇଛି। ତେବେ ବର୍ଷା ନେଇ IMD ପକ୍ଷରୁ କୌଣସି ଆକଳନ ହୋଇନାହିଁ।

World Cup India Vs Pakistan India Vs Pakistan Match
Advertisment
Related Articles
Advertisment