/odishatv-khabar/media/media_files/2026/02/14/accident-2026-02-14-09-30-25.jpg)
Accident Photograph: (OTV)
ବାଲେଶ୍ବର ବସ୍ତା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରଲରକୁ ପଛପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ। ଦୁର୍ଘଟଣା ପରେ ହୁତୁ ହୁତୁ ହୋଇ ଜଳିଗଲା ଦୁଇଟି ଯାକ ଟ୍ରକ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ପାଇପାସ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
Advertisment
ଦୁର୍ଘଟଣାରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ବସ୍ତା ହସପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ଏକ ଟ୍ରଲରକୁ ପଛପଟୁ କୋଇଲା ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା।
ସଙ୍ଗେ ସଙ୍ଗେ ଦୁଇଟି ଯାକ ଟ୍ରକରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳି ଯାଇଥିଲା ଦୁଇଟି ଯାକ ଟ୍ରକ। ଘଟଣା ସ୍ଥଳରେ ରାଜପଥ ପେଟ୍ରୋଲିଂ ପହଞ୍ଚି ବସ୍ତା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ନିଆଁକୁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି।
Advertisment
Advertisment



Related Articles
Late Marriage Trend: ୪୦ ବର୍ଷରେ ବିବାହ କାହିଁକି ହେଉଛି ନୂଆ ଟ୍ରେଣ୍ଡ୍
POSTED

Daily Horoscope 14th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

Today Panchang 14th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
POSTED

The Untold History Behind Valentine’s Day: ଫେବୃଆରୀ ୧୪ ପଛର ବଡ ରହସ୍ୟ: କାହିଁକି ଫାଶୀ ଦିଆଯାଇଥିଲା ସେଣ୍ଟ ଭାଲେଣ୍ଟାଇନ୍ଙ୍କୁ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)