/odishatv-khabar/media/media_files/2026/03/04/t20-semi-final-2026-03-04-16-52-13.jpg)
T20 Semi Final Photograph: (OTV)
ଆସନ୍ତାକାଲି ମୁମ୍ବାଇରେ ମହାମୁକାବିଲା। ୱାଙ୍ଖଡେ ଷ୍ଟାଡିୟମରେ T-20 ବିଶ୍ୱକପର ଦ୍ବିତୀୟ ସେମିଫାଇନାଲ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଏବଂ ଇଂଲଣ୍ଡ। ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍। ଫାଇନାଲ୍ ଯିବାକୁ ଦୁଇ ଦଳଙ୍କ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିବ। ରେକର୍ଡ ଯଦିଓ ଭାରତ ସପକ୍ଷରେ ରହିଛି, କିନ୍ତୁ ବଡ଼ ମ୍ୟାଚରେ ଇଂଲଣ୍ଡ ବଡ଼ ବିପର୍ଯ୍ୟୟ ଘଟାଇବାର ବି ନଜିର ରହିଛି।
ଟିମ୍ ଇଣ୍ଡିଆର ବ୍ୟାଟିଂକୁ ନେଇ ଯଦିଓ ବିଶେଷ ଚିନ୍ତା ନାହିଁ, କିନ୍ତୁ ଟେନସନ୍ ବଢାଇଛି ସୂର୍ଯ୍ୟସେନାର ବୋଲିଂ ଓ ଫିଲ୍ଡିଂ। ମହଙ୍ଗା ସାବ୍ୟସ୍ତ ହେଉଛନ୍ତି ଭାରତୀୟ ବୋଲର, ଆଉ ଫିଲ୍ଡିଂ କଥା ତ ନକହିବା ଭଲ।
ସେପଟେ ଅଧିକ ଚିନ୍ତା, ବିଶ୍ୱର ଏକ ନମ୍ବର ବ୍ୟାଟର ଅଭିଷେକ ଶର୍ମାଙ୍କ ଫର୍ମକୁ ନେଇ। ଅଭିଷେକଙ୍କ ବ୍ୟାଟରୁ ରନ୍ ଆସୁନି, ଆଉ ହାତରେ କ୍ୟାଚ୍ ବି ରହୁନି। ଫାଇନାଲ ଯିବାକୁ ହେଲେ, ବ୍ୟାଟିଂ, ବୋଲିଂ, ଫିଲ୍ଡିଂ ସବୁଥିରେ ଶତପ୍ରତିଶତ ପ୍ରଦର୍ଶନ କରିବାକୁ ହେବ।
ଅନ୍ୟପଟେ ଇଂଲଣ୍ଡ ଗ୍ରୁପ୍ ପର୍ଯ୍ୟାୟରେ ଯଦିଓ ଗୋଟିଏ ମ୍ୟାଚ୍ ହାରିଥିଲା, କିନ୍ତୁ ସୁପର-8ରେ ଗୋଟିଏ ବି ମ୍ୟାଚ୍ ହାରିନି। ଦୁଇ ଦଳରେ ଭରପୁର ତାରକା ଖେଳାଳୀ ରହିଥିବାରୁ କାଲି ଏକ ହାଇଭୋଲଟେଜ ମ୍ୟାଚ୍ ଦେଖିବାକୁ ମିଳିବ।
ୱାଙ୍ଖଡେରେ T-20 ବିଶ୍ୱକପର ଦ୍ବିତୀୟ ସେମିଫାଇନାଲ୍
ଫାଇନାଲ୍ ଯିବାକୁ ଦୁଇ ଦଳଙ୍କ ମଧ୍ୟରେ ହେବ ଟକ୍କର
ଟେନସନ୍ ବଢାଇଛି ସୂର୍ଯ୍ୟସେନାର ବୋଲିଂ ଓ ଫିଲ୍ଡିଂ
Assassination Threat Looms Over: ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତାଙ୍କୁ ହତ୍ୟା ଧମକ, ଇସ୍ରାଏଲ ଖାମେନେଇଙ୍କ ପୁଅକୁ ବି କଲା ଟାର୍ଗେଟ

Trump's War Cost: ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ; ଜଳିଯିବ ଆମେରିକାର ୧୯ ଲକ୍ଷ କୋଟି, ଟେନସନ୍ରେ ଟ୍ରମ୍ପ

OTV Insight 2026: ଓଡିଆ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ଲାଗି ବଡ଼ ସୁଯୋଗ, ଭାଗ ନିଅନ୍ତୁ, ସମ୍ମାନ ପାଆନ୍ତୁ...

Joy to Grief: ହୋଲି ଖେଳି ଗାଧୋଇବା ବେଳେ ମହାନଦୀରେ ବୁଡ଼ି ନାବାଳକ ମୃତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)