Advertisment

Scam Alert: ‍ବେଙ୍ଗାଲୁରୁର ରାସ୍ତାରେ ବଡ଼ ସ୍କାମ, ଆପଣ ବି ଫସିଯାଇ ପାରନ୍ତି....ପଢ଼ନ୍ତୁ ଗୋଟିଏ କ୍ଲିକରେ

ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ଦାବି କରାଯାଉଛି ଯେ ବେଙ୍ଗାଲୁରୁର ରାସ୍ତାଗୁଡ଼ିକରେ ଏକ ବଡ଼ ସ୍କାମ୍‌ ଚାଲିଛି। ଏହି ଭିଡିଓରେ ଏକ ଯୁବ ଗୋଷ୍ଠୀ ରାସ୍ତାରେ ପଡ଼ିଥିବା କଣ୍ଟାଗୁଡ଼ିକୁ ଦେଖାଉଛନ୍ତି।

author-image
Manas Ranjan Mohanty
BENGALURU

BENGALURU Photograph: (OTV)

ଅନେକ ଫିଲ୍ମରେ ଆପଣ ଦେଖିଥିବେ ଯେ କିପରି ଖଳନାୟକଙ୍କ ଚେଲା  ହିରୋର ଗାଡ଼ିକୁ ରାସ୍ତା ମଝିରେ ପଙ୍କଚର କରି ତାଙ୍କୁ ନିଜ ଜାଲରେ ଫସାଇବା ପାଇଁ କଣ୍ଟାର ବ୍ୟବହାର କରନ୍ତି। ଠିକ୍‌ ସେହିପରି ଏକ ସ୍କାମ୍‌ ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ଦାବି କରାଯାଉଛି ଯେ ବେଙ୍ଗାଲୁରୁର ରାସ୍ତାଗୁଡ଼ିକରେ ଏକ ବଡ଼ ସ୍କାମ୍‌ ଚାଲିଛି। ଏହି ଭିଡିଓରେ ଏକ ଯୁବ ଗୋଷ୍ଠୀ ରାସ୍ତାରେ ପଡ଼ିଥିବା କଣ୍ଟାଗୁଡ଼ିକୁ ଦେଖାଉଛନ୍ତି। ଏହି ଭିଡିଓ ବେଙ୍ଗାଲୁରୁର ମନ୍ଦାରଗିରି ହିଲ୍‌ ନିକଟରେ ଥିବା ଫ୍ଲାଇଓଭରରୁ ସାମ୍ନାକୁ ଆସିଛି। 

Advertisment

ଏକ ଯୁବ ଗୋଷ୍ଠୀ ଏହି ଭିଡିଓଟି ରେକର୍ଡ କରିଛନ୍ତି। ଏହି ଫୁଟେଜରେ IKEA ଶୋରୁମ ନିକଟରେ ରାସ୍ତାରେ ଗଡ଼ିଥିବା ଏକ କଣ୍ଟା ଯୋଗୁଁ ସେମାନଙ୍କ ସାଇକେଲର ଟାୟାର ପଙ୍କଚର ହୋଇଯାଇଥିଲା। ସୌଭାଗ୍ୟବଶତଃ, ଏହି ଲୋକମାନଙ୍କ ପାଖରେ ଏକ ଅତିରିକ୍ତ ଟ୍ୟୁବ ଥିଲା ଏବଂ ସେମାନେ ସେହି ସ୍ଥାନରେ ହିଁ ତାହା ବଦଳାଇ ଦେଇଥିଲେ।

Advertisment

ବେଙ୍ଗାଲୁରୁରେ ହେଉଛି ବଡ଼ ସ୍କାମ୍‌

ଭିଡିଓରେ ଦେଖିବେ ଯେ ଯେପରି ସେମାନେ ଆଗକୁ ବଢ଼ିଲେ, ସେମାନେ ରାସ୍ତାରେ ଅନେକ କଣ୍ଟା ଛିଟିକି ପଡ଼ିଥିବା ଦେଖିଲେ। ତା’ପରେ ଏହି ଲୋକମାନେ ଏହି କଣ୍ଟାଗୁଡ଼ିକର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ସେୟାର କରି ଲୋକଙ୍କୁ ସତର୍କ କଲେ। ଭିଡିଓରେ କୁହାଯାଇଛି ଯେ ଏହି କଣ୍ଟାଗୁଡ଼ିକ ଜାଣିଶୁଣି ରାସ୍ତାରେ ଲଗାଯାଇଛି। ଭିଡିଓରେ ଦେଖିବେ ଯେ ପରବର୍ତୀ ମୁହୂର୍ତ୍ତରେ ଆଉ ଏକ ସାଇକେଲର ପଙ୍କଚର ହେଲା ଏବଂ ଟାୟାର ଫାଟିଗଲା। ଭିଡିଓ ପୋଷ୍ଟ କରୁଥିବା ଲୋକମାନେ ଦାବି କରିଛନ୍ତି ଯେ ଏହା କୌଣସି ଗୋଟିଏ ସ୍କାମ । ଯେଉଁଥିରେ ଲୋକଙ୍କୁ ଫସାଇ ସେଠାରେ ଆଖପାଖରେ ଥିବା ମରାମତି କାରିଗରଙ୍କ ସାହାଯ୍ୟ ନେବାକୁ ବାଧ୍ୟ କରାଯାଏ, ଯାହା ଦ୍ୱାରା ଟଙ୍କା ରୋଜଗାର କରାଯାଏ।

ଏହି ଭିଡିଓ @karnatakaportf ନାମକ ଏକ୍ସ ହ୍ୟାଣ୍ଡେଲରେ ସେୟାର କରାଯାଇଛି ଏବଂ ବେଙ୍ଗାଲୁରୁ ସିଟି ପୁଲିସକୁ ଟ୍ୟାଗ କରି ଏଥିରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ଅଧିକାରୀମାନଙ୍କ ତରଫରୁ ଏହା ଉପରେ କୌଣସି ବୟାନ ଆସି ନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହି ଭିଡିଓକୁ ୬୦ ହଜାରରୁ ଅଧିକ ଥର ଦେଖାଯାଇଛି। ଏଥିରେ ଜଣେ ୟୁଜର୍ସ ଲେଖିଛନ୍ତି, ‘ଏହା କେତେ ବଡ଼ ସ୍କାମ୍‌, ଲୋକଙ୍କୁ ଏହା ବିଷୟରେ ଜାଣିବା ଜରୁରୀ, ମୁଁ ଆଶା କରୁଛି ଅଧିକାରୀମାନେ ଶୀଘ୍ର କାର୍ଯ୍ୟାନୁଷ୍ଠାନ କରିବେ।’ ଆଉ ଜଣେ ଲେଖିଛନ୍ତି, ‘ଏଚଏସଆର ଆଗ୍ରା ଫ୍ଲାଇଓଭରରେ, ବିଶେଷକରି ଉଭୟ ପାର୍ଶ୍ୱରେ, କିଛି ବର୍ଷ ପୂର୍ବେ ଏହି ପରି ଏକ ସ୍କାମ୍‌ ଚାଲିଥିଲା, ନାମ ଭୁଲିଗଲି, କିନ୍ତୁ ଜଣେ ଲୋକ ପ୍ରତି ସକାଳେ ଘଣ୍ଟା ଘଣ୍ଟା ଧରି ଚୁମ୍ବକ ସାହାଯ୍ୟରେ ସମସ୍ତ କଣ୍ଟାଗୁଡ଼ିକୁ ଏକତ୍ର କରୁଥିଲେ ।

Advertisment