/odishatv-khabar/media/media_files/2025/10/08/jhosna-2025-10-08-16-23-59.jpg)
JHOSNA Photograph: (OTV)
ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲା ମୋଷ୍ଟ ୱାଣ୍ଟେଡ ଜ୍ୟୋସ୍ନା ଖୁଣ୍ଟିଆଙ୍କ ଫଟୋ । ଚାକିରି ଦେବାକୁ କହି କୋଟି କୋଟି ଟଙ୍କା ଠକେର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜ୍ୟୋତ୍ସ୍ନା ଖୁଣ୍ଟିଆ । ତାଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି କରିବ କମିଶନରେଟ ପୋଲିସ। ଫେରାର ଅଭିଯୁକ୍ତ ଜ୍ୟୋତ୍ସ୍ନାଙ୍କୁ ଧରିବା ପାଇଁ ଜାରି ହେବ ଲୁକ ଆଉଟ ସର୍କୁଲାର।
ସେପଟେ ତାଙ୍କ ଆକାଉଣ୍ଟ ଫ୍ରିଜ କରିଛି ପୋଲିସ । OTV ହାତରେ ଲାଗିଛି ଫେରାର ଅଭିଯୁକ୍ତ ମହିଳା ଜ୍ୟୋତ୍ସ୍ନା ଖୁଣ୍ଟିଆଙ୍କ ଏକ୍ସକ୍ଲୁସିଭ ଫଟୋ । ଚାକିରି କରାଇଦେବାକୁ କହି ସାରା ରାଜ୍ୟରୁ କୋଟି କୋଟି ଟଙ୍କା ଠକେଇ କରିଛନ୍ତି ଏହି ଠକ ମହିଳା । ଭୁବନେଶ୍ବରର ବଡଗଡ଼ ଅଞ୍ଚଳରେ ରହିବା ସହିତ ବରମୁଣ୍ଡା ଅଞ୍ଚଳରେ କନ୍ସଲଟାନ୍ସୀ ଖୋଲି ଜାଲ ନିଯୁକ୍ତି ଦେଉଥିଲେ।
ଯେଉଁଥିରେ ଆଶାୟୀ ପ୍ରାର୍ଥୀ କୋଟି କୋଟି ଟଙ୍କା ଦେଇ ଚାକିରି ନପାଇ ନିରାଶ ହେବା ପରେ ବିଦ୍ୟାଧର ସାହୁଙ୍କୁ ଅପହରଣ କରିଥିଲେ । ପରେ ବିଦ୍ୟାଧର ଆତ୍ମହତ୍ୟା କରିଥିଲେ। ସୂଚନା ଥାଉକି ୨୦ ସେପ୍ଟେମ୍ବରରେ ଚନ୍ଦକା ଥାନା ଅଞ୍ଚଳରୁ ମିଳିଥିଲା ଟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁଙ୍କ ମୃତଦେହ। ହତ୍ୟା ସନ୍ଦେହରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପୁରା ଘଟଣା ସାମ୍ନାକୁ ଆସିଥିଲା ।
ସାମ୍ନାକୁ ଆସିଲା ମୋଷ୍ଟ ୱାଣ୍ଟେଡ ଜ୍ୟୋସ୍ନା ଖୁଣ୍ଟିଆଙ୍କ ଫଟୋ
ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତ୍ୟୁ ମାମଲାରେ ଖୋଳତାଡ଼
ଚାକିରି ଦେବାକୁ କହି କୋଟି କୋଟି ଟଙ୍କା ଠକେର ମୁଖ୍ୟ ଅଭିଯୁକ୍ତ
ଲୁକ ଆଉଟ ସର୍କୁଲାର ଜାରି କରିବ କମିଶନରେଟ ପୋଲିସ
ଫେରାର ଅଭିଯୁକ୍ତ ଜ୍ୟୋତ୍ସ୍ନାଙ୍କୁ ଧରିବାକୁ ପୋଲିସର ଉଦ୍ୟମ
ଆକାଉଣ୍ଟ ଫ୍ରିଜ କରି ତନାଘନା ଚଳାଇଛି ପୋଲିସ
OTV ହାତରେ ଲାଗିଛି ଜ୍ୟୋତ୍ସ୍ନା ଖୁଣ୍ଟିଆଙ୍କ EXCLUSIVE ଫଟୋ
ଚାକିରି ନାଁରେ କୋଟି କୋଟି ଟଙ୍କା ଠକେଇ କରିଛନ୍ତି ଜ୍ୟୋତ୍ସ୍ନା
Cancer Risk: ଖାଉଛନ୍ତି କି ଏହି ସବୁ ଖାଦ୍ୟ, ହୋଇପାରେ କ୍ୟାନସର !

India’s longest railway tunnel: ହିମାଳୟ ଛାତି ଉପରେ ନିର୍ମାଣ ହେଉଛି ଦେଶର ସବୁଠୁ ଲମ୍ବା ରେଳ ସୁଡଙ୍ଗ

Ukraine Captured Gujrati Man: ଭାରତୀୟ ଯୁବକ ୟୁକ୍ରେନରେ ଗିରଫ ! ରୁଷ ପାଇଁ ଯୁଦ୍ଧ କରୁଥିବା ଅଭିଯୋଗ

Compensation for Crop Loss: ଚାଷୀଙ୍କୁ ମିଳିବ ୧୭ ହଜାର; ଆବେଦନ ଶେଷ ତାରିଖ ଅକ୍ଟୋବର ୮

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)