Advertisment

Video Goes Viral: ଅମାନିଆ ସ୍କୁଟି ଚାଳକଙ୍କୁ ସଡ଼କ ସୁରକ୍ଷା ପାଠ ପଢାଇଲେ ‍ବୃଦ୍ଧା; ଭାଇରାଲ ହେଉଛି ଭିଡ଼ିଓ

ସଡ଼କ ସୁରକ୍ଷା ପାଇଁ ରାସ୍ତାରେ ଲଢିଲେ ବୃଦ୍ଧା। ଅମାନିଆ ସ୍କୁଟି ଚାଳକଙ୍କୁ ଅଟକାଇ ମୋବାଇଲରେ ଫଟୋ ଉଠାଇଲେ। ଏଭଳି ଘଟଣା ଦେଖିବାକୁ ମିଳିଛି କେରଳ କୋଝିକୋଡ୍ ଅଞ୍ଚଳରେ।

author-image
Chinmayee Sahoo
Traffic

Traffic Photograph: (OTV)

ସଡ଼କ ସୁରକ୍ଷା ପାଇଁ ରାସ୍ତାରେ ଲଢିଲେ ବୃଦ୍ଧା। ଅମାନିଆ ସ୍କୁଟି ଚାଳକଙ୍କୁ ଅଟକାଇ ମୋବାଇଲରେ ଫଟୋ ଉଠାଇଲେ। ଏଭଳି ଘଟଣା ଦେଖିବାକୁ ମିଳିଛି କେରଳ କୋଝିକୋଡ୍ ଅଞ୍ଚଳରେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। 

Advertisment

ସୂଚନା ଅନୁସାରେ, ଜଣେ ସ୍କୁଟି ଚାଳକ ରାସ୍ତା ଛାଡ଼ି ଫୁଟପାଥରେ ସ୍କୁଟି ନେଇ ଯାଉଥିଲେ। ବିପରୀତ ଦିଗରୁ ଚାଲିଚାଲି ଆସୁଥିବା ସଂପୃକ୍ତ ବୃଦ୍ଧା ଜଣଙ୍କ ସ୍କୁଟିକୁ ଅଟକାଇବା ସହିତ ଫୁଟପାଥ ବଦଳରେ ରାସ୍ତାରେ ଗାଡ଼ି ଚଳାଇବାକୁ ଅନୁରୋଧ କରିଥିଲେ। 

ତଥାପି ଅମାନିଆ ସ୍କୁଟି ଚାଳକ ନଶୁଣିବାରୁ ଗାଡ଼ିଟିର ଫଟୋ ଉଠାଇଥିଲେ ବୃଦ୍ଧା। ଶେଷରେ ସ୍କୁଟି ଚାଳକ ଫୁଟପାଥରୁ ଫେରିଯିବାକୁ ବାଧ୍ୟ ହୋଇଥିଲେ। ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ବୃଦ୍ଧାଙ୍କର ଏଭଳି ସାହସିକତା ମନୋଭାବକୁ ସବୁଆଡ଼େ ପ୍ରଶଂସା କରାଯାଉଛି।

Advertisment

Kerala Viral Video
Advertisment
Related Articles
Advertisment