Advertisment

Caught kissing: ସମୁଦ୍ର ମଝିରେ ରୋମାନ୍ସ, ସୋସିଆଲ ମିଡିଆରେ ଭାଇରାଲ...ସୁଇମିଂ ସୁଟରେ କେଟି ପେରି

ପପ୍ ଆଇକନ୍ କେଟି ପେରି ଏବଂ ପୂର୍ବତନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ କାଲିଫର୍ଣ୍ଣିଆର ସାଣ୍ଟା ବାର୍ବରାଠାରେ ତାଙ୍କ ୟାଟରେ ଚୁମ୍ବନ କରିବାର ଦେଖାଯାଇଥିଲେ । ଏହା ପରେ ସେମାନଙ୍କ ମାସ ମାସ ଧରି ଚାଲିଥିବା ଡେଟିଂ ଗୁଜବ ଉପରେ ମୋହର ଲାଗିଛି ।

author-image
Manas Ranjan Mohanty
viral photo

viral photo Photograph: (OTV)

ପପ୍ ଆଇକନ୍ କେଟି ପେରି ଏବଂ ପୂର୍ବତନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ କାଲିଫର୍ଣ୍ଣିଆର ସାଣ୍ଟା ବାର୍ବରାଠାରେ ତାଙ୍କ ୟାଟରେ ଚୁମ୍ବନ କରିବାର ଦେଖାଯାଇଥିଲେ । ଏହା ପରେ ସେମାନଙ୍କ ମାସ ମାସ ଧରି ଚାଲିଥିବା ଡେଟିଂ ଗୁଜବ ଉପରେ ମୋହର ଲାଗିଛି । ସୋସିଆଲ ମିଡିଆରେ ଏହି ଫଟୋ ଗୁଡିକ ଭାଇରାଲ ହେଉଛି । ଦୁଇଜଣ ସୂର୍ଯ୍ୟକିରଣରେ ଭିଜା ଅପରାହ୍ନର ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି । 

Advertisment

ଏହି ରୋମାଣ୍ଟିକ ଫଟୋ ଏହି ଯୋଡିଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବାର ରିପୋର୍ଟ ଆସିବାର କିଛି ସପ୍ତାହ ପରେ ଆସିଛି । କିଛି ଲୋକମାନେ ଦାବି କରିଛନ୍ତି ଯେ ମଣ୍ଟ୍ରିଆଲରେ ରାତ୍ରୀଭୋଜନ ପରେ ଟ୍ରୁଡୋ ଅସହଜ ଥିଲେ। କିନ୍ତୁ ଫଟୋଗୁଡ଼ିକ ଏକ ଭିନ୍ନ କାହାଣୀ କହୁଛି ।

Advertisment

ପେରି ଏକ ଚିକ୍ କଳା ସୁଇମିଂ ସୁଟ୍ ପିନ୍ଧି, କାଲିଫର୍ଣ୍ଣିଆରେ ସୂର୍ଯ୍ୟ ତଳେ ହସି ହସି ସାର୍ଟଲେସ୍ ଟ୍ରୁଡୋଙ୍କୁ ଆଲିଙ୍ଗନ କରୁଥିବା ସମୟରେ କିସ୍ କରୁଥିବାର ଦେଖାଯାଇଥିଲେ । 
ଜଣେ ଦେଖଣାହାରୀ କହିଛନ୍ତି ମୁଁ ମୋ ବୋଟକୁ ନେଇ ସେହି ୟାଟ ପାଖରେ ରଖିଥିଲି । ହଠାତ ୨ଜଣ ବାହାରକୁ ଆସି ରୋମାନ୍ସ କରିବାକୁ ଲାଗିଲେ । ଟାଟୁ ଦେଖିବା ପରେ ମୁଁ ଜାଣିଲି ଯେ ସେମାନେ ପପ୍ ଆଇକନ୍ କେଟି ପେରି ଏବଂ ପୂର୍ବତନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ସେହି ସମୟରେ ହିଁ ଫଟୋ କ୍ଲିକ ହୋଇଛି ।

ଜୁଲାଇ ମାସରେ ମଣ୍ଟ୍ରିଆଲରେ ଏକାଠି ଭୋଜନ କରୁଥିବାର ଦେଖାଯିବା ପରେ ପ୍ରଥମେ ଗୁଜବ ସୃଷ୍ଟି କରିଥିଲେ। ପରେ ଟ୍ରୁଡୋ ପେରିଙ୍କ କାନାଡାରେ 'ଲାଇଫଟାଇମ୍ସ' ଟୁରରେ ଯୋଗ ଦେଇଥିଲେ, ଯାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲେ । 

ଉଭୟଙ୍କ ପାଇଁ ନୂତନ ଆରମ୍ଭ

ପେରି, ଯିଏ ଜୁନ୍ 2025 ରେ ଅଭିନେତା ଅର୍ଲାଣ୍ଡୋ ବ୍ଲୁମ୍ ସହିତ ତାଙ୍କର ଦୀର୍ଘ ନିର୍ବନ୍ଧ ସମାପ୍ତ କରିଥିଲେ । ସେ 2020 ରେ ଜନ୍ମିତ ତାଙ୍କ ଝିଅ ଡେଜି ଡୋଭଙ୍କୁ ସହ ସମୟ ବିତାଉଛନ୍ତି । ଟ୍ରୁଡୋ 18 ବର୍ଷର ବିବାହ ପରେ ଅଗଷ୍ଟ 2023 ରେ ପତ୍ନୀ ସୋଫି ଗ୍ରେଗୋଇର୍ ଟ୍ରୁଡୋଙ୍କଠାରୁ ଅଲଗା ହୋଇଯାଇଥିଲେ। ପୂର୍ବତନ ଦମ୍ପତିଙ୍କର ତିନୋଟି ସନ୍ତାନ ଅଛନ୍ତି ଜାଭିୟର (17), ଏଲା-ଗ୍ରେସ୍ (16) ଏବଂ ହାଡ୍ରିଏନ୍ (11)।

Advertisment
Related Articles
Advertisment