/odishatv-khabar/media/media_files/2026/01/17/puri-meeting-2026-01-17-16-20-50.jpg)
PURI MEETING Photograph: (OTV)
ଶ୍ରୀମନ୍ଦିରରେ ସେବାୟତଙ୍କ ଉପରେ ଲାଗିଲା ମୋବାଇଲ୍ କଟକଣା। ଏଣିକି ଖୋଲାଖୋଲି ମୋବାଇଲ୍ ବ୍ୟବହାର କରିପାରିବେନି ସେବାୟତ। କଥାବାର୍ତ୍ତା ପାଇଁ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟକୁ ଯାଇ ଫୋନ୍ ବ୍ୟବହାର କରିପାରିବେ। ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ, ଶ୍ରୀମନ୍ଦିର ଭିତରେ ମୋବାଇଲରେ ବାରମ୍ବାର ଫଟୋ ଉଠୁଥିବାରୁ ଏଥିପାଇଁ କଡ଼ା ଆଇନ ଆସିବା ଆବଶ୍ୟକ। ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି।
ଅନ୍ୟପଟେ ଭକ୍ତନିବାସରେ ପାର୍କିଂ ପାଇଁ ୫୦୦ ଟଙ୍କା ବଦଳରେ ୨୪୦ ଟଙ୍କା ହେବାନେଇ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି। ଆସନ୍ତାକାଲିଠୁ ନୂଆ ପାର୍କିଂ ଫି ଲାଗୁ କରାଯିବ। ସେହିଭଳି ରତ୍ନଅଳଙ୍କାର ଗଣତି ମଣତି ନେଇ ଚିଠା ମାର୍ଗଦର୍ଶିକା ବୈଠକରେ ଅନୁମୋଦିତ ହୋଇଛି। ଏହା ରାଜ୍ୟ ସରକାରଙ୍କୁ ପଠାଯିବ, ଅନୁମୋଦନ ମିଳିବା ପରେ ସ୍ପଷ୍ଟ ହେବ।
ଗଣତି ମଣତି ବେଳେ ଯେପରି ନୀତିକାନ୍ତି ପ୍ରଭାବିତ ନ ହେବ ତାହାକୁ ଗୁରୁତ୍ବ ଦିଆଯାଉଛି। ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କ ସେଟ୍ ତିଆରି ସିରିଛି, ଶୁଭ ଲଗ୍ନ ଦେଖି ଲାଗି ହେବ ।ଶ୍ରୀଗୁଣ୍ଡିଚା ମନ୍ଦିର କେବେ ଖୋଲାଯିବ, ତିଥି ଲଗ୍ନ ଦେଖି ସ୍ଥିର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାକ ସୂଚନା ଦେଇଛନ୍ତି।
Wedding Feast Turns Chaotic: ଭଜା ମାଛ ପାଇଁ ବାଡ଼ିଆପିଟା, ମାଡ଼ି ଆସିଲେ ଲୋକେ, ଭିଡିଓ ଭାଇରାଲ

Police Raid At Cow Smuggler's House: ମାଫିଆଙ୍କ ଘରେ ଟଙ୍କାର ପାହାଡ଼... ଯେତେ ଖୋଳିଲେ, ସେତେ ବାହାରୁଛି

Sunita Ahuja Breaks Silence: ଗୋବିନ୍ଦାଙ୍କ ଗୁମର ଖୋଲିଲେ ସୁନିତା, କହିଲେ ତାଙ୍କ ସହ ଅନେକ ଝିଅ…

Those Who Demolished My House: ଯେଉଁମାନେ ମୋ ଘର ଭାଙ୍ଗିଥିଲେ, ସେମାନଙ୍କୁ ଲୋକ ଜବାବ ଦେଇଛନ୍ତି … : କଙ୍ଗନା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)