Advertisment

All Set for Jagar: ରାତି ପାହିଲେ ଜାଗର, ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ରାଜ୍ୟର ବିଭିନ୍ନ ଶୈବପୀଠରେ ପବିତ୍ର ମହାଶିବରାତ୍ରିରେ ମହାଦେବଙ୍କ ଉପାସନା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଲିଙ୍ଗରାଜଙ୍କ ଠାରୁ ପୁରୀ ଲୋକନାଥ, ଧବଳେଶ୍ବରରୁ କପିଳାସ, ସବୁଠି ଉଠିବ ମହାଦୀପ। ତେଣୁ ଆରମ୍ଭ ହୋଇଗଲାଣି ମହାଦେବଙ୍କ ନୀତିକାନ୍ତି।

author-image
Tapan Swain
LINGARAJ_TEMPLE

LINGARAJ_TEMPLE Photograph: (OTV)

ରାତି ପାହିଲେ ଜାଗର। ରାଜ୍ୟର ବିଭିନ୍ନ ଶୈବପୀଠରେ ପବିତ୍ର ମହାଶିବରାତ୍ରିରେ ମହାଦେବଙ୍କ ଉପାସନା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଲିଙ୍ଗରାଜଙ୍କ ଠାରୁ ପୁରୀ ଲୋକନାଥ, ଧବଳେଶ୍ବରରୁ କପିଳାସ, ସବୁଠି ଉଠିବ ମହାଦୀପ। ତେଣୁ ଆରମ୍ଭ ହୋଇଗଲାଣି ମହାଦେବଙ୍କ ନୀତିକାନ୍ତି।

Advertisment

ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଆସନ୍ତାକାଲି ରାତି ୧୦ଟାରେ ଉଠିବ ମହାଦୀପ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମର ସମ୍ଭାବନା ଥିବାରୁ ସେମାନଙ୍କ ସୁରକ୍ଷା ଏବଂ ଟ୍ରାଫିକ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର। ଗାଡ଼ି ରଖିବା ମୋଟ ୧୨ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ସୁରକ୍ଷା ଦାୟିତ୍ବରେ ରହିବେ ୪୧ ପ୍ଲାଟୁନ ଫୋର୍ସ, ୨୦୦ ଅଧିକାରୀ। ନକଲି ପାସ୍ ଧରାପଡ଼ିଲେ ଆକ୍ସନ ହେବ ବୋଲି କହିଛନ୍ତି ପୋଲିସ କମିଶନର।...

ସେପଟେ ଶ୍ରୀକ୍ଷେତ୍ରରେ ବାବା ଲୋକନାଥଙ୍କ ମହାଶିବରାତ୍ରି ବା ଜାଗର ଯାତ୍ରା ନିମନ୍ତେ ଆଜି ରାତି ୧୨ଟାରୁ ହେବ ଦ୍ବାର ଫିଟା ନୀତି। ଏହାକୁ ନେଇ ସ୍ୱତନ୍ତ୍ର ନୀତିକାନ୍ତି ସହ ହରିହର ଭେଟ ଓ ମହାଦ୍ବୀପ ଉଠିବା ପାଇଁ ଭୋର ୪ଟା ସମୟ ନିର୍ଘଣ୍ଟ ହୋଇଛି। ସୁରକ୍ଷା ବ୍ୟବସ୍ଥା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ପୁରୀ ଏସପି କହିଛନ୍ତି।...

Advertisment

କଟକ ଜିଲ୍ଲାର ଅନ୍ୟତମ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠରେ ଜାଗର ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏଠାରେ ଆସନ୍ତାକାଲି ରାତି ଗୋଟାଏରେ ଉଠିବ ମହାଦୀପ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।... 

 ରାତି ପାହିଲେ ଜାଗର, ବିଭିନ୍ନ ଶୈବପୀଠରେ ପ୍ରସ୍ତୁତି ଜୋର

ଲିଙ୍ଗରାଜଙ୍କ ଠାରୁ ଲୋକନାଥ, ଧବଳେଶ୍ବରରୁ କପିଳାସ, ସବୁଠି ପ୍ରସ୍ତୁତି
ଆସନ୍ତାକାଲି ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ
ଭୋର ୪ଟାରେ ଉଠିବ ପୁରୀ ଲୋକନାଥଙ୍କ ପୀଠର ମହାଦୀପ
ଧବଳେଶ୍ବରଙ୍କ ପୀଠରେ ରାତି ଗୋଟାଏରେ ଉଠିବ ମହାଦୀପ

Jagara Yatra Preparation
Advertisment
Related Articles
Advertisment