/odishatv-khabar/media/media_files/2026/02/14/jagara-dipa-2026-02-14-20-45-27.jpg)
JAGARA-DIPA Photograph: (OTV)
ଶୁଭିଲାଣି ଶିବ ଶିବ, ଗଗନ ପବନରେ ଖେଳିଗଲାଣି ଆଧ୍ୟାତ୍ମିକତାର ଅପୂର୍ବ ଅନୁଭବ। ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିବାକୁ ଆକୁଳ ଭକ୍ତ। ରାତି ପାହିଲେ ଜାଗର ଜାଳିବେ । ମନ୍ଦିରରେ ଦୀପ ନିଆଁରୁ ଦେହରେ ଲାଗିଗଲା ନିଆଁ। ତା ପରର ଭୟାନକ ଦୃଶ୍ୟ । ଶାଢିରେ ନିଆଁ ଲାଗିଯାଇଥିବାରୁ କ୍ଷଣିକ ମଧ୍ୟରେ ହୁତୁହୁତୁ ହୋଇ ଜଳିଲା।
ଭୁବନେଶ୍ବର ସତ୍ୟବିହାର ଅଞ୍ଚଳର ଏକ ମନ୍ଦିରରେ ଅସାବଧାନତା କାରଣରୁ ଦୀପଷ୍ଟାଣ୍ଡରୁ ନିଆଁ ଲାଗି ଘଟିଯାଇଛି ଏଭଳି ବଡ଼ ଅଘଟଣ। ଉପସ୍ଥିତ ପୂଜାରୀ ଓ ଅନ୍ୟ ଶ୍ରଦ୍ଧାଳୁ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଶରୀରର ୫୦ ପ୍ରତିଶତ ପୋଡ଼ିଯାଇଥିବା ସୂଚନା ମିଳିଛି। ଏଣୁ ଦୀପ ଜାଳିବା ସମୟରେ ସାବଧାନତା ଅବଲମ୍ବନ କରିବା ଦରକାର ।
ଶିବରାତ୍ରୀ ପାଇଁ ଶୈବମୟ ହୋଇପଡ଼ିଛି ସାରା ଦେଶ। ହେଲେ ଭାବଭକ୍ତିର ମାହୋଲରେ ଯେମିତି ସଚେତନତାକୁ ଭୁଲି ନଯାଆନ୍ତି ଆପଣ ।
ପୂଜା କରିବା ସମୟରେ ସତର୍କ ରହିବା ଅତି ଜରୁରୀ। ବିଶେଷ କରି ମହିଳାମାନେ ଦୀପ ଜାଳୁଥିବାବେଳେ ପୋଷାକ ପ୍ରତି ଧ୍ୟାନ ଦେବା ନିହାତି ଦରକାର । ଅନେକ ମହିଳା ଶାଢ଼ୀ ପିନ୍ଧି ମନ୍ଦିରକୁ ଯାଇଥାନ୍ତି। ଟିକେ ଅସାବଧାନ ହେଲେ କିଛି ବି ଘଟିଯାଇପାରେ।
ସତର୍କତାମୂଳକ ପଦକ୍ଷେପ
ସେଥିଲାଗି ମନ୍ଦିରରେ ଦୀପ ଜାଳିବାବେଳେ ସତର୍କତାମୂଳକ ପଦକ୍ଷେପଗୁଡ଼ିକ ପାଳନ କରିବା ଉଚିତ। ଯେମିତିକି- ମନ୍ଦିରରେ ନିର୍ଦ୍ଧାରିତ ସ୍ଥାନରେ ଜାଳନ୍ତୁ । ଜଳୁଥିବା ଦୀପଠାରୁ ନିର୍ଦ୍ଦିଷ୍ଟ ଦୂରତା ରଖନ୍ତୁ । ଛୋଟ ପିଲାଙ୍କ ନିକଟରୁ ଦୂରେଇ ରଖନ୍ତୁ। କାଠ ସାମଗ୍ରୀ, କପଡ଼ା କିମ୍ବା ଜ୍ୱଳନଶୀଳ ପଦାର୍ଥଠାରୁ ଦୀପକୁ ଦୂରେଇ ରଖନ୍ତୁ। ଜଳୁଥିବା ସମୟରେ ଏହାକୁ ଅନ୍ୟ ସ୍ଥାନକୁ ନିଅନ୍ତୁ ନାହିଁ। ଏଥିରୁ ନିଆଁ ଲାଗିବା ସମ୍ଭାବନା ରହିଛି। ସତର୍କତାମୂଳକ ପଦକ୍ଷେପ ସ୍ବରୁପ, ଦୀପ ଜଳୁଥିବା ସ୍ଥାନରେ ପାଣି, ବାଲି ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା କରନ୍ତୁ। କୌଣସି ଅଘଟଣ ଘଟିଲେ ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରନ୍ତୁ।
ପବିତ୍ର ଜାଗର କାହାପାଇଁ ବିପତ୍ତି ପାଲଟି ନଯାଉ। ଟିକେ ସାବଧାନ ରହି ଶୈବ ପୂଜା ସହିତ ନିଜକୁ ସୁରକ୍ଷିତ ରଖନ୍ତୁ ।
Internal Turmoil in BJD: ରାଜ୍ୟସଭା ଓ ଦଳୀୟ ସଂଗଠନକୁ ନେଇ ବିଜେଡିରେ ଘମାସାନ୍, ରାଜ୍ୟସଭା ପାଇଁ ନୂଆ ନେତାଙ୍କୁ ବିରୋଧ

All Eyes on the T20 World Cup: T-20 ବିଶ୍ବକପରେ ଭାରତ-ପାକିସ୍ତାନ ଲଢ଼େଇ, ବଢ଼ିଲାଣି କ୍ରିକେଟ ଫିଭର

Reckless Motorist Pulled Up by Elderly Woman: ବେପରୁଆ ଗାଡ଼ି ଚାଳକକୁ ପାନେ ଦେଲେ ବୃଦ୍ଧା, ପଥଚାରୀଙ୍କ ଜୀବନକୁ ବିପଦ ସାଜିଛନ୍ତି ଅମାନିଆ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)