Advertisment

Spiritual Marvel: ବିଶ୍ବର ସର୍ବବୃହତ ଶିବଲିଙ୍ଗ, ପୂଜା ପାଇବେ ଏଇ ମନ୍ଦିରରେ

ମହାବଳୀପୁରମରେ କୁଶଳୀ କାରିଗରମାନେ ୧୦ ବର୍ଷ ଧରି ଅତି ସତର୍କତାର ସହିତ ଏହାକୁ ନିର୍ମାଣ କରୁଥିଲେ। ଏଥିପାଇଁ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମୋତିହାରୀ ରାମାୟଣ ମନ୍ଦିରକୁ ଯିବା ବାଟରେ ଗୋପାଳଗଞ୍ଜରେ ଶିବଲିଙ୍ଗକୁ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ।

author-image
Tapan Swain
SHIVALINGA

SHIVALINGA Photograph: (OTV)

ତାମିଲନାଡ଼ୁରୁ ଆସି ବିହାରରେ ପହଞ୍ଚିଛି ବିଶ୍ବର ସର୍ବବୃହତ ଶିବଲିଙ୍ଗ। ୩୩ ଫୁଟ ଉଚ୍ଚ ଓ ୨୧୦ ଟନ୍ ଓଜନର ଶିବଲିଙ୍ଗ ମୋତିହାରୀର ରାମାୟଣ ମନ୍ଦିରେ ସ୍ଥାପନ ହେବ। ଗୋଟିଏ ଗ୍ରାନାଇଟ୍ ଖଣ୍ଡରେ ଏହି ସର୍ବବୃହତ ଶିବଲିଙ୍ଗଙ୍କୁ ଖୋଦିତ କରାଯାଇଛି।

Advertisment

ତାମିଲନାଡୁର ମହାବଳୀପୁରମରେ କୁଶଳୀ କାରୀଗରମାନେ ୧୦ ବର୍ଷ ଧରି ଅତି ସତର୍କତାର ସହିତ ଏହାକୁ ନିର୍ମାଣ କରୁଥିଲେ। ଏଥିପାଇଁ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମୋତିହାରୀ ରାମାୟଣ ମନ୍ଦିରକୁ ଯିବା ବାଟରେ ଗୋପାଳଗଞ୍ଜରେ ଶିବଲିଙ୍ଗକୁ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ।

ଶିବଲିଙ୍ଗକୁ ଦେଖିବାକୁ ହଜାର ହଜାର ଲୋକଙ୍କର ଭିଡ଼ ଜମିଥିଲା। ହର ହର ମହାଦେବ" ଧ୍ୱନି ସହିତ ଏହାକୁ ସ୍ୱାଗତ କରାଯାଇଥିଲା। ଶ୍ରଦ୍ଧାଳୁମାନେ ଫୁଲ ଏବଂ ଚନ୍ଦନ କାଠ ପ୍ରଦାନ କରିଥିଲେ । ଶିବଲିଙ୍ଗ ସ୍ଥାପନ ହେବାପରେ ରାମାୟଣ ମନ୍ଦିରର ମୁଖ୍ୟ ଆକର୍ଷଣ ସାଜିବ । ଯାହା ବିହାରର ପର୍ଯ୍ୟଟନ କ୍ଷେତ୍ରକୁ ଏକ ସ୍ବତନ୍ତ୍ର ପରିଚୟ ଦେବ । 

Advertisment

ବିଶ୍ବର ସର୍ବବୃହତ ଶିବଲିଙ୍ଗ

ତାମିଲନାଡ଼ୁରୁ ଆସି ବିହାରରେ ପହଞ୍ଚିଲା
୩୩ ଫୁଟ ଉଚ୍ଚ ଓ ୨୧୦ ଟନ୍ ଓଜନର ଶିବଲିଙ୍ଗ
ମୋତିହାରୀର ରାମାୟଣ ମନ୍ଦିରେ ସ୍ଥାପନ ହେବ
ଗୋଟିଏ ଗ୍ରାନାଇଟ୍ ଖଣ୍ଡରେ ହୋଇଛି ନିର୍ମିତ
ନିର୍ମାଣ ହେବାକୁ ଲାଗିଛି ୧୦ ବର୍ଷ ସମୟ
ସର୍ବବୃହତ ଶିବଲିଙ୍ଗକୁ ସ୍ବାଗତ କଲେ ଲୋକେ

Lord Shiva SHIVALINGA
Advertisment
Related Articles
Advertisment