/odishatv-khabar/media/media_files/2026/02/14/footpath-2026-02-14-20-18-07.jpg)
FOOTPATH Photograph: (OTV)
ବେପରୁଆ ଗାଡ଼ି ଚାଳକକୁ ପାନେ ଦେଲେ ବୃଦ୍ଧା
ଫୁଟଫାଥ ଉପରେ ପଢ଼ାଇଲେ ସଡ଼କ ସୁରକ୍ଷାର ପାଠ
ସ୍ଥିତି ଏଭଳି ହେଲା, ଶେଷରେ ଅମାନିଆ ମୁଣ୍ଡ ନୁଆଁଇଲା
ସୋସିଆଲ୍ ମିଡିଆରେ ନିଆଁ ଭଳି ଭାଇରାଲ୍ ହେବା ପରେ ବୃଦ୍ଧାଙ୍କ ସାହସିକତାକୁ ବି ମିଳିଛି ସାବାସୀ...
ସୂଚନା ଅନୁସାରେ-ଗତ ଗୁରୁବାର ମଧ୍ୟାହ୍ନରେ କେରଳ କୋଝିକୋଡ଼ ସହରର ବ୍ୟସ୍ତ ବହୁଳ ଏରନିପାଲାମ ଛକରେ ପ୍ରବଳ ଟ୍ରାଫିକ୍ ଜାମ୍ ହୋଇଥିଲା। ଏହି ସମୟରେ ଶ୍ରୀଘ୍ର ଆଗକୁ ପଳାଇଯିବା ଚକ୍କରରେ ବାମ ପଟ ଫୁଟଫାଥ୍ ରେ ମାଡ଼ି ଚାଲିଥିଲେ ଗୋଟିଏ ପରେ ଗୋଟିଏ ଟୁ-ହ୍ବିଲର। ଆଉ ସେତେବେଳେ ବିପରୀତ ଦିଗରୁ ଚାଲି ଚାଲି ଆସୁଥିଲେ ଚାଲାପୁରମ୍ ଅଞ୍ଚଳର ୭୩ ବର୍ଷୀୟା ପ୍ରଭାତୀ ଆମ୍ମା। ବେପରୁଆଙ୍କ ବିପଜ୍ଜନକ ଡ୍ରାଇଭିଂକୁ ଚେକ୍ ଦେବାକୁ ସାହସ ଜୁଟାଇଥିଲେ, ସେଇ ଫୁଟଫାଥ ଉପରେ ଜଣେ ସ୍କୁଟି ଚାଳକର ବାଟ ଓଗାଳିଥିଲେ। ବାସ୍ କିଛି ସମୟ ଧରି ଚାଲିଥିଲା ଏମିତି ଛକାପଞ୍ଝା।
ଶେଷରେ ରାଗ ଗର ଗର ହୋଇ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲା ଅମାନିଆ। ପ୍ରଭାତୀ ଆମ୍ମାଙ୍କ ଏ ସାହସକୁ ସୋସିଆଲ ମିଡିଆରେ ଜବରଦସ୍ତ ପ୍ରଶଂସା ମିଳୁଥିବାବେଳେ କେରଳ ମୋଟର ଭେଇକିଲ୍ ଡିପାର୍ଟମେଣ୍ଟ ବି କରିଛି ସମ୍ମାନିତ।...
ମନଇଚ୍ଛା ପଶି ଯିବାକୁ ବିକଳ ବାଇକ୍ ବାଲା
ତେବେ ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ଼ ଲାଗି ଉଦ୍ଦିଷ୍ଟ ଫୁଟଫାଥ୍ ଡ୍ରାଇଭିଂର ଏ ଚିତ୍ର ଯେ କେବଳ କୋଝିକୋଡ୍ ରେ ସୀମିତ ତା ନୁହେଁ, ଦେଶର କୋଣ ଅନୁକୋଣରେ ଦେଖିବାକୁ ମିଳେ ପଥଚାରୀଙ୍କୁ ବିପଦରେ ପକାଇବା ଭଳି ମାଳ ମାଳ ଚିତ୍ର। ଯେଉଁଥିରୁ ବାଦ୍ ପଡ଼ିନି ଆମ ରାଜଧାନୀ ଭୁବନେଶ୍ବର। ବ୍ୟସ୍ତବହୁଳ ଡମଣା ଛକ। ପଟିଆ ପଟୁ ଡମଣା ଆସୁଥିବାବେଳେ ଟ୍ରାଫିକ୍ ଜାମ୍ ଥିଲେ ଆଗକୁ ଯିବାକୁ କାଉଲୁ ବାଉଲୁ ଗାଡ଼ି ଚାଳକ। ଏମିତିକି ଆଗରେ ବସ୍ ପଛରେ ବସ୍ ଥାଇ ବି ତା ମଝିରେ ମନଇଚ୍ଛା ପଶି ଯିବାକୁ ବିକଳ ବାଇକ୍ ବାଲା।
ଏଣେ ଯେଉଁ ପଥଚାରୀଙ୍କ ପାଇଁ ଚାଲି ଚାଲି ଯିବାକୁ ଫୁଟପାଥ୍ ରାସ୍ତା, ତା ଉପରେ ବେପରୁଆ ଚାଳକରଙ୍କ ଦାଦାଗିରି। କେତେବେଳେ ପଛରୁ ତ କେତେବେଳେ ଆଗରୁ ମାଡ଼ି ଆସୁଛନ୍ତି- ଏହା ଦେଖି ପଥଚାରୀ ହଠାତ୍ ଚମକି ପଡୁଛି, ଆଉ ଜୀବନ ବିକଳରେ ଆଡ଼େଇ ହେଇ ରାସ୍ତା ଛାଡ଼ି ଦେଉଛି। ସହର ସରା ସବୁ ଛକରେ ଉଣା ଅଧିକେ ଏମିତି ବିପଜ୍ଜନକ ଫୁଟଫାଥ୍ ଡ୍ରାଇଭିଂରେ ମାତିଛନ୍ତି ବେପରୁଆ। ଯାହାଙ୍କ ଉପରେ ଲାଗୁନି ଅଙ୍କୁଶ। ଯଦିଓ ସେମାନେ ଭୁଲ୍ କରୁଥିବା ମାନୁଛନ୍ତି- ହେଲେ ଅତ୍ୟଧିକ ଟ୍ରାଫିକ୍ ଯନ୍ତ୍ରଣାକୁ ଦୋଷ ଦେଉଛନ୍ତି।...
ଆମ ରାଜ୍ୟରେ ପ୍ରତିବର୍ଷ ୫ ହଜାରରୁ ଅଧିକ ଲୋକଙ୍କ ଜୀବନ ରାସ୍ତା ଦୁର୍ଘଟଣାରେ ଯାଉଥିବାବେଳେ ରଙ୍ଗ ରୁଟ୍ ଡ୍ରାଇଭିଂରେ ଯାଉଛି ଏକ ତୃତୀୟାଂଶ ଜୀବନ। ଫୁଟଫାଥ୍ ହେଉ କି ରଙ୍ଗ ସାଇଡ୍ ଡ୍ରାଇଭିଂ, ଏହାକୁ ରୋକିବାକୁ ସଚେତନତା ଅପେକ୍ଷା ମାନସିକତାରେ ପରିବର୍ତ୍ତନ ଅଧିକ ଜରୁରୀ ବୋଲି କହିଛନ୍ତି ଅତିରିକ୍ତ ପୋଲିସ୍ କମିଶନର।
‘Caste’ Dispute Ends: ତୁଟିଲା `ଜାତି' ବିବାଦ, ସୋମବାରଠୁ ନିୟମିତ ଅଙ୍ଗନବାଡ଼ି ଆସିବେ ପିଲା

Choudwar Jail Escapee Finally Nabbed: ଧରାପଡ଼ିଲା ଚୌଦ୍ବାର ଜେଲରୁ ଫେରାର୍ ହାର୍ଡକୋର କଏଦୀ, ୫ ମାସ ଲୁଚକାଳି ପରେ ବାନ୍ଧିଲା କମିଶନରେଟ ପୋଲିସ

Harsh Realities of the Online World: ନିଷ୍ଠୁର ଓ କ୍ରୁର ଡିଜିଟାଲ ଦୁନିଆ, ଉତ୍ତରଦାୟୀ ରହିବେ ଟେକ କମ୍ପାନୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)