Advertisment

Political Upset in Nuapada: ନୂଆପଡ଼ାରେ ନବୀନଙ୍କୁ ହରାଇଲା କିଏ ? ରାଜନୀତିରେ ଯୋଡ଼ି ହେଲା ପରାଜୟର ଆଉ ଏକ ଫର୍ଦ୍ଦ

ନୂଆପଡ଼ାରେ ହାରିଲା କିଏ ? ନବୀନ ହାରିଲେ ନା ହାରିଲା ବିଜେଡି ? ନବୀନଙ୍କ ରାଜନୀତିରେ ଯୋଡ଼ି ହେଲା ପରାଜୟର ଆଉ ଏକ ଫର୍ଦ୍ଦ । ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ହୋଇଥିଲା ସତ, ହେଲେ ବିଜେପିଠୁ ଅଧିକ ଭୋଟ୍ ପାଇଥିଲା ।

author-image
Tapan Swain
BJD

BJD Photograph: (OTV)

ନୂଆପଡ଼ାରେ ହାରିଲା କିଏ ? ନବୀନ ହାରିଲେ ନା ହାରିଲା ବିଜେଡି ? ନବୀନଙ୍କ ରାଜନୀତିରେ ଯୋଡ଼ି ହେଲା ପରାଜୟର ଆଉ ଏକ ଫର୍ଦ୍ଦ । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ହୋଇଥିଲା ସତ, ହେଲେ ବିଜେପିଠୁ ଅଧିକ ଭୋଟ୍ ପାଇଥିଲା । 

Advertisment

ବିଜେପି ସରକାରକୁ ଆସିବା ପରେ ନବୀନଙ୍କ ସେହି ଲୋକପ୍ରିୟତା କ୍ଷୁଣ୍ଣ ହୋଇଥିବା ନୂଆପଡ଼ା ଜନମତ ସ୍ପଷ୍ଟ ଜଣାଇଦେଇଛି ।  କାରଣ ନୂଆପଡ଼ାରେ ନବୀନ ଦୁଇ ଦୁଇ ଥର ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିଥିଲେ ବି କୌଣସି ପ୍ରଭାବ ପଡ଼ିନି । ଓଲଟା ତୃତୀୟ ସ୍ଥାନରେ ରହି ବିଜେଡି ପରାଜୟର ସ୍ବାଦ ଚାଖିଛି । ନୂଆପଡ଼ା ପାଇଁ ନବୀନ ମହିଳା କାର୍ଡ ଖେଳିଥିଲେ ବି କିଛି କାମ କରିନାହିଁ । 

୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ଦଳରେ କନ୍ଦଳ ବଢ଼ିଥିଲା । ରାଜନୀତିରୁ ସନ୍ନ୍ୟାସ ନେଇଥିବା ପାଣ୍ଡିଆନକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଏମିତିକି ନବୀନ ନିବାସରେ ଶୁଭିଥିଲା ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା । ଆଉ ଏହାର ପରେ ପାଣ୍ଡିଆନଙ୍କ ବିପକ୍ଷରେ ମୁହଁ ଖୋଲି ଜଣେ ପରେ ଜଣେ ନେତା ବିଜେଡି ଛାଡ଼ିଥିଲେ । କାହାକୁ ଦଳ ସସପେଣ୍ଡ କରିଥିଲା ତ ପୁଣି କିଏ ନିଜେ ଦଳ ଛାଡ଼ିଥିଲେ ।

Advertisment

ଆଉ ଏବେ ପୁଣି ନୂଆପଡ଼ା ଉପନିର୍ବାଚନରେ ପରାଜୟକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ବିଜେଡି ନେତ୍ରୀ ଏଲିନା ଦାସ । ଦିନେ ଯିଏ ନବୀନଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ କାନ୍ଦି କାନ୍ଦି ଭିଡିଓ କରିଥିଲେ । କିନ୍ତୁ ଏବେ ସେ ଧାମନଗର ଉପନିର୍ବାଚନରୁ ବିଜେଡିର ପତନ ବୋଲି କହି ସୋସିଆଲ୍ ମିଡିଆରେ ଶଙ୍ଖ ଶିବିରକୁ ବୋମା ଫିଙ୍ଗିଛନ୍ତି । ଆଉ ତା’ ଛଡ଼ା ଅଣଓଡ଼ିଆ ଦୋଷ କଥା କହି ପାଣ୍ଡିଆଙ୍କୁ ବି ଟାର୍ଗେଟ୍ କରିଛନ୍ତି ଏଲିନା । ସେପଟେ ନୂଆପଡ଼ା ପରାଜୟ ପରେ ସ୍ନେହାଙ୍ଗିନୀଙ୍କ ପୁରୁଣା କାହାଣୀ କହି ନିଆଁରେ ଘିଅ ଢାଳିଛନ୍ତି ନାରୀନେତ୍ରୀ ଶ୍ରୀମୟୀ ମିଶ୍ର।


ନୂଆପଡ଼ା ଉପ-ନିର୍ବାଚନକୁ ନେଇ ବେଶ୍ କସରତ କରିଥିଲା ବିଜେଡି । ବିଜେଡିର ବହୁ ଅଭିଜ୍ଞ ନେତା ନୂଆପଡ଼ାରେ ଡେରାପକାଇଥିଲେ, ପ୍ରଚାରର ମଙ୍ଗ ବି ଧରିଥିଲେ । ଏମିତିକି ନୂଆପଡ଼ାକୁ ନବୀନ ଦୁଇ ଥର ଯାଇ ପ୍ରଚାର କରିଥିଲେ ବି କିଛି ଫରକ ପଡ଼ିନାହିଁ । ନୂଆପଡ଼ାବାସୀଙ୍କ ନିକଟରେ ନବୀନ ମ୍ୟାଜିକ୍ କିଛି କାମ କରିନାହିଁ । 

Naveen Patnaik BJD
Advertisment
Related Articles
Advertisment