/odishatv-khabar/media/media_files/2025/11/15/nitish-kumar-2025-11-15-19-25-24.jpg)
NITISH-KUMAR Photograph: (OTV)
ପ୍ରାୟ ୨୦ ବର୍ଷର ମୁଖ୍ୟମନ୍ତ୍ରୀ, ରାଜ୍ୟ ସହ କେନ୍ଦ୍ରରେ ବି ଦବ୍ଦବା । ସତ୍ତା ବିରୋଧୀ ଲହର ଚର୍ଚ୍ଚା ହେଉଥିଲା । ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କିତ ଗୁଜବ ସତ୍ତ୍ବେ ଦୁଇଗୁଣା ବଳ ସହ ପୁଣି ବିହାରର ଶାସନ ଡୋରି ସମ୍ଭାଳିବାକୁ ଯାଉଛନ୍ତି ନୀତୀଶ କୁମାର ।
ଆଉ ପ୍ରମାଣ କରିଦେଇଛନ୍ତି, ୭୪ ବର୍ଷ ବୟସରେ ବି ରାଜନୀତିର ଗୋଟି ଚାଳାନା ଭୁଲିନାହାନ୍ତି ସେ । ତେବେ କ'ଣ ନୀତୀଶ କୁମାରଙ୍କ ଏ ଶକ୍ତିର ରହସ୍ୟ ? କାଲି ବିହାର ବିଧାନସଭା ଫଳ ଚମକାଇଦେଇଛି ସାରା ଦେଶକୁ । ଏନଡିଏର ସୁନାମିରେ ବୁଡିଯାଇଛି ମହାମେଣ୍ଟ ।
ମୋଦି-ନୀତୀଶଙ୍କ ମ୍ୟାଜିକ୍ ଏହି ଐତିହାସକ ବିଜୟ ଦେଇଥିବାବେଳେ ନୀତୀଶଙ୍କୁ ପ୍ରଶଂସାରେ ପୋତିଛି ବିଜେପି । ପାର୍ଟି ଅଫିସରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ସାରା ବିହାରରେ ଛାଇଯାଇଛି ନୀତୀଶ କୁମାରଙ୍କ ଫଟୋ ଥିବା ପୋଷ୍ଟର ବ୍ୟାନର୍ । ଯେଉଁଥିରେ ଲେଖାଅଛି- 'ଟାଇଗର ଅଭି ଜିନ୍ଦା ହୈ' । ୭୪ ବର୍ଷ ବୟସରେ ମଧ୍ୟ ନୀତିଶ ଯୁବକଙ୍କ ଫିଟ୍ ଥିବା ଦର୍ଶାଇଛନ୍ତି ।
୧୯ ବର୍ଷରୁ ଅଧିକ ସମୟ କ୍ଷମତାରେ ରହିଥିଲେ ବି ଫିକା ପଡିନି ନୀତୀଶଙ୍କ ଚମକ। ତାଙ୍କ ବିରୋଧରେ ସେଭଳି କୌଣସି ବଡ ଅସନ୍ତୋଷ ମଧ୍ୟ ନାହିଁ । ବିଗତ ବର୍ଷରେ ଦଳବଦଳ ପାଇଁ ପଲଟୁରାମ୍ ନାଁରେ ଜଣାଶୁଣା ଥିବା ଏ କୁଶଳୀ ରାଜନେତା ଏବେ ବିହାରରେ ୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିବାକୁ ଯାଉଛନ୍ତି ।
୨୦୨୦ ନିର୍ବାଚନରେ ଜେଡିୟୁ ୧୧୫ ଆସନରେ ଲଢିଥିବାବେଳେ ୧୧୦ ଆସନରେ ଲଢିଥିଲା ବିଜେପି । କିନ୍ତୁ ଜେଡିୟୁ ୨୦୧୫ରେ ଜିତିଥିବା ୭୧ଟି ଆସନରୁ ୪୩କୁ ଖସିଥିଲା । ହେଲେ ବିଜେପି ୭୪ଟି ଆସନରେ ବିଜୟ ହୋଇଥିଲା । ଚଳିତ ନିର୍ବାଚନରେ ଉଭୟ ଦଳ ମଧ୍ୟରେ ସମାନ ଆସନ ବୁଝାମଣା ହୋଇଥିଲା । ଆଉ ଏଥର ୮୫ଟି ଆସନ ଜିତି ଦ୍ୱିତୀୟ ବୃହତ୍ତମ ଦଳ ହୋଇଛି ନୀତୀଶଙ୍କ ଜେଡିୟୁ । ବିଜେପି ସର୍ବାଧିକ ୮୯ ଆସନ ହାସଲ କରିଛି ।
୨୦୨୫ ନିର୍ବାଚନ ବିହାର ପାଇଁ ଗୋଟିଏ ଯୁଗର ଅନ୍ତ ସାବ୍ୟସ୍ତ ହୋଇପାରେ । କାରଣ ପ୍ରାୟ ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ନୀତୀଶ କୁମାରଙ୍କ ଏହା ଶେଷ ନିର୍ବାଚନ ବୋଲି କୁହାଯାଉଛି । ୨୦୦୫ରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ କୁମାର ।
Significance of Monday: ଆମ ଜୀବନରେ ସୋମବାର କାହିଁକି ଗୁରୁତ୍ୱପୂର୍ଣ୍ଣ? ଏହି ୩ ରାଶି ପାଇଁ ସୋମବାର ଶୁଭ ଓ ଏହି ୨ ରାଶି ପାଇଁ ଅଶୁଭ

Big Setback for Naveen: ନବୀନଙ୍କୁ ଜୋରଦାର ଝଟକା: ହାତରୁ ଖସିଲା ଆଉ ଏକ ଆସନ, ଏବେ...

Terrifying Explosion Levels Police Station: ଭୟଙ୍କର ବିସ୍ଫୋରଣରେ ଉଡିଲା ଥାନା, ସିସିଟିଭିରେ ବିସ୍ଫୋରଣର ଲୋମଟାଙ୍କୁରା ଦୃଶ୍ୟ !

Brutal Murder: ଭଉଣୀ ଜ୍ୱାଇଁ ସହ ମିଶି ସାନ ଭଉଣୀର ପ୍ରେମିକଙ୍କୁ ପିଟି ପିଟି ହତ୍ୟା

Major Fire Breaks Out at Factory: ଫ୍ୟାକଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରିବାକୁ ଆସିଲା ୧୦ଟି ଦମକଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)