Advertisment

Srimayee’s Hits BJD: ଷ୍ଟୁଡିଓରେ ସବୁ କହିବି, ମଣ୍ଡପରୁ ନାଁ ନନେଇ ଶୁଣାଇଲେ ଭୈରବ କାହାଣୀ

ମଣ୍ଡପରୁ ନାଁ ନନେଇ ଶୁଣାଇଲେ ଭୈରବ କାହାଣୀ । ଶ୍ରୀମୟୀ ଖୋଲିବେ କି ବିଜେଡିର ସବୁ ଗୁମର ? ଦଳରେ ପାଣ୍ଡିଆନଙ୍କ କାରନାମାକୁ ଗୋଟି ଗୋଟି କହିବେ ? କେମିତି ଭୈରବଙ୍କ ଶୀର ଛେଦନ ହେଲା ?

author-image
Manas Ranjan Mohanty
Shreemayee Mishra

Shreemayee Mishra Photograph: (OTV)

ଦୁର୍ଗା ଅଷ୍ଟମୀରେ ସିଧା ଆଟାକ୍ । ମଣ୍ଡପରୁ ନାଁ ନନେଇ ଶୁଣାଇଲେ ଭୈରବ କାହାଣୀ । ଶ୍ରୀମୟୀ ଖୋଲିବେ କି ବିଜେଡିର ସବୁ ଗୁମର ? ଦଳରେ ପାଣ୍ଡିଆନଙ୍କ କାରନାମାକୁ ଗୋଟି ଗୋଟି କହିବେ ? କେମିତି ଭୈରବଙ୍କ ଶୀର ଛେଦନ ହେଲା ? କେମିତି ଅନ୍ୟାୟର ମୁଣ୍ଡ କାଟି ନ୍ୟାୟ ରାଜୁତି କଲା ? ଆଉ ଅଧର୍ମର ଶକ୍ତି କିପରି ନାଶ ହେଲା ସେସବୁର ଗୋଟିଗୋଟି କଥା ମା’ଙ୍କ ମଣ୍ଡପରୁ ବଖାଣି ପୁଣି ବିଜେଡିକୁ ବିରାଟ ବାଣ ମାରିଛନ୍ତି ଶ୍ରୀମୟୀ । ସାଧାସଳଖ ବିଜେଡିକୁ ଟାର୍ଗେଟ ନକରିଥିଲେ ମଧ୍ୟ, ପାଣ୍ଡିଆନଙ୍କ ନାଁ ନନେଇ ଶ୍ରୀମୟୀ କହିଛନ୍ତି ମୁଁ ଏବେ ମା’ଙ୍କ ଦଳରେ ଅଛି । ଯାହା କଥା ହେବା ଆଗକୁ ସବୁ ନ୍ୟୁଜ୍ ଷ୍ଟୁଡିଓରେ କହିବି । 

ସୋସିଆଲ ମିଡିଆରେ ସେ ନୀରବତାର ଝଡ଼କୁ ଶ୍ରୀମୟୀ ବୋଧହୁଏ ଶେଷ କରିସାରିଛନ୍ତି । ଏବେ ଯାହା କହିବେ ସିଧା କହିବେ । ମା’ ଦୁର୍ଗାଙ୍କ ପୂଜାରେ, ମା’ଙ୍କ ମଣ୍ଡପରେ ରାଜନୀତିକୁ ନେଇ ଓ ବିଜେଡିକୁ ନେଇ ସଂପୂର୍ଣ୍ଣ ଭାବେ ମୁହଁ ଖୋଲି ନଥିବା ଶ୍ରୀମୟୀ ଆଗକୁ ଯେମିତି ବିଜେଡିରେ ବାତ୍ୟା କରାଇବାକୁ ସଙ୍କେତ ଦେଇଛନ୍ତି । ଷ୍ଟୁଡିଓରେ ବସି ଏ ସମ୍ପର୍କରେ ସବୁ କହିବା ନେଇ ଇସାରା ଦେଇଛନ୍ତି ଫଳରେ ବିଜେଡିରେ ଯେମିତି ପୁଣି ଆରମ୍ଭ ହୋଇଛି କମ୍ପନ । ସେପଟେ ଏ ସମ୍ପର୍କରେ ବିଜେଡି ବି ପ୍ରତିକ୍ରିୟା ରଖିଛି । ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ବୟାନ ବାଜି ଯେଉଁମାନେ ଦେଉଛନ୍ତି ସେମାନେ ସ୍ପଷ୍ଟୀକରଣ ଦିଅନ୍ତୁ ।

ଗତ ବର୍ଷେ ଧରି ଚୁପ୍ ଥିଲେ, ଏବେ ମୁହଁ ଖୋଲିଲେ । ଦଳରୁ ବିଦା ପରେ ପୁଣି ଆକ୍ଟିଭ୍ ଶ୍ରୀମୟୀ ମିଶ୍ର । ମା’ଙ୍କ ମଣ୍ଡପରୁ ଏ ବାଣ ମାରିବା ପରେ ଆଗକୁ ପୁଣି ଶ୍ରୀମୟୀ କ’ଣ ବିସ୍ଫୋରଣ କରିବାକୁ ଯାଉଛନ୍ତି ତା’ ଉପରେ ସାଧାରଣ ଜନତାଙ୍କ ନଜର ରହିଛି । 

Advertisment

Advertisment
Related Articles
Advertisment