Advertisment

Shreemayee Mishra Targets: ପୁଣି ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର , କହିଲେ ଏଭଳି ସାଂଘାତିକ କଥା

ଭଣ୍ଡ ସନ୍ନ୍ୟାସୀ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କ ରକ୍ତ ବୋହୁଛି? ଆଜି କିଛି ଏଭଳି ପ୍ରଶ୍ନ କରି ପୁଣି ଥରେ ବିଜେଡି, ନବୀନ ଏବଂ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ ମିଶ୍ର। ଗତକାଲି ବିଜେଡି ନେତା ପ୍ରତାପ ଜେନା କହିଥିଲେ, ଜୟ ଢୋଲକିଆ ରାଜେନ୍ଦ୍ର ଢୋଲକିଆଙ୍କ ପୋଷ୍ୟ ପୁତ୍ର।

author-image
Manas Ranjan Mohanty
Shreemayee Mishra

Shreemayee Mishra Photograph: (OTV)

ଭଣ୍ଡ ସନ୍ନ୍ୟାସୀ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କ ରକ୍ତ ବୋହୁଛି? ଆଜି କିଛି ଏଭଳି ପ୍ରଶ୍ନ କରି ପୁଣି ଥରେ ବିଜେଡି, ନବୀନ ଏବଂ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ ମିଶ୍ର। ଗତକାଲି ବିଜେଡି ନେତା ପ୍ରତାପ ଜେନା କହିଥିଲେ, ଜୟ ଢୋଲକିଆ ରାଜେନ୍ଦ୍ର ଢୋଲକିଆଙ୍କ ପୋଷ୍ୟ ପୁତ୍ର। ତାଙ୍କ ଦେହରେ ରାଜେନ୍ଦ୍ରଙ୍କ ରକ୍ତ ବୋହୁନି। ଏହି ମନ୍ତବ୍ୟକୁ ସୋସିଆଲ୍ ମିଡିଆରେ ନାଁ ନନେଇ ବି ମାଡ଼ ମାରିଛନ୍ତି ଶ୍ରୀମୟୀ। ଭଣ୍ଡ ସନ୍ନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କ ରକ୍ତ ବୋହୁଛି ପ୍ରତାପ ଅନୁଭବ କରନ୍ତି। ତାଙ୍କର ଆଦେଶ ସେ ମାନୁଛନ୍ତି, ବୋଲି କଟ୍ଟାକ୍ଷ କରି ପ୍ରଶ୍ନ କରିଛନ୍ତି। ମାନବିକତା ରାଜନୀତିର ଉର୍ଦ୍ଧ୍ବରେ, ଢୋଲକିଆ ପରିବାରର ଭାବାବେଗ ସହ ଖେଳନ୍ତୁ ନାହିଁ ବୋଲି ସେ ଲେଖିଛନ୍ତି। ଘଟଣାକୁ ନେଇ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

‘ଭଣ୍ଡ ସନ୍ନ୍ୟାସୀ ଦେହରେ କାହା ରକ୍ତ?’
ପୁଣି ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର
‘ଭଣ୍ଡ ସନ୍ନ୍ୟାସୀ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କ ରକ୍ତ ବୋହୁଛି?’
ପ୍ରତାପ ଜେନାଙ୍କ ମନ୍ତବ୍ୟ ପରେ ଶ୍ରୀମୟୀଙ୍କ ନିଶାନା 
‘ଭଣ୍ଡ ସନ୍ନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କ ରକ୍ତ ବୋହୁଛି?’
‘ପ୍ରତାପ ଅନୁଭବ କରନ୍ତି...ତାଙ୍କ ଆଦେଶ ମାନୁଛନ୍ତି’ 
ଗତକାଲି ପ୍ରତାପ ଜେନା ଦେଇଥିଲେ ମନ୍ତବ୍ୟ 
ରାଜେନ୍ଦ୍ର ଢୋଲକିଆଙ୍କ ପୋଷ୍ୟ ପୁତ୍ର ଜୟ ବୋଲି କହିଥିଲେ 

Advertisment
Related Articles
Advertisment