/odishatv-khabar/media/media_files/2026/02/26/rajya-sabha-polls-2026-02-26-19-35-32.jpg)
Rajya Sabha Polls Photograph: (OTV)
ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଆଉ ବିଜ୍ଞପ୍ତି ପ୍ରକାଶ ପାଉ ପାଉ ଚଳଚଞ୍ଚଳ ହୋଇ ଉଠିଛି ବିଜେପି ଓ ବିଜେଡି ଶିବିର। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ୍ ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି
କିଛି ବରିଷ୍ଠ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଥିଲେ । ଆଉ ଏଥିରେ ବିଦାୟୀ ରାଜ୍ୟସଭା ସଦସ୍ୟ ସୁଜିତ କୁମାରଙ୍କ ଉପସ୍ଥିତିକୁ ନେଇ ବଢିଛି ଚର୍ଚ୍ଚା । ସୁଜିତଙ୍କୁ ଦଳ ପୁଣି ଥରେ ରିପିଟ୍ କରିପାରେ ବୋଲି ଆଲୋଚନା ହେଉଛି । ସେହିିପରି ମନମୋହନ ସାମଲ, ଦଳର ବରିଷ୍ଠ ନେତା ସମୀର ମହାନ୍ତି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ସାରଦା ସତପଥୀଙ୍କ ସହ କିଛି ମହିଳା ନେତ୍ରୀଙ୍କ ନାଁ ବି ଚର୍ଚ୍ଚାରେ ରହିଛି ।
ଏପରିକି ରାଜ୍ୟ ବାହର ନେତା ବି ଓଡ଼ିଶାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି । ରବିବାର ବସିଥିବା ବିଜେପି ରାଜ୍ୟ କୋର୍ କମିଟି ବୈଠକରେ ଏ ନେଇ ଆଲୋଚନା ହୋଇଥିଲା। ଖୁବ ଶୀଘ୍ର ସଂସଦୀୟ ବୋର୍ଡ ପ୍ରାର୍ଥୀଙ୍କ ନାଁ ରେ ମୋହର ମାରିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ।
ଏଣେ ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ଆଜି ବିଧାନସଭା ଯାଇ ୬ ସେଟ ଫର୍ମ କିଣିଛନ୍ତି। ଯାହାକୁ ନେଇ ନା ନା ଆକଳନ କରାଯାଉଛି।ବିଜେଡି ପ୍ରାର୍ଥୀ ରେସରେ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର ରମାକାନ୍ତ ପଣ୍ଡା, ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଓ ଦଳର ଉପସଭାପତି ଦେବୀ ମିଶ୍ରଙ୍କ ନାଁ ଆଗରେ ରହିଛିି।
ଚୂଡାନ୍ତ ନିଷ୍ପତ୍ତି ନବୀନଙ୍କ ଉପରେ
ତେବେ ସନ୍ଧ୍ୟାରେ ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା ହୋଇଛି । ପ୍ରାର୍ଥୀ କାହାକୁ କରାଯିବ ତାର ଚୂଡାନ୍ତ ନିଷ୍ପତ୍ତି ନବୀନଙ୍କ ଉପରେ ଛାଡି ଦିଆଯାଇଛି ବୋଲି ବୈଠକ ପରେ କହିଛନ୍ତି ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ସେପଟେ ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂ କିନ୍ତୁ ବାଣ ମାରି କହିଛନ୍ତି, ଯେଉଁମାନେ ଟିକେଟ୍ ପାଇନଥିଲେ ସେମାନଙ୍କୁ ପଠାଯାଉ।
ତେଣେ ଚତୁର୍ଥ ଆସନ ଲାଗି କଂଗ୍ରେସ ନିକଟରେ ଆବଶ୍ୟକ ସଂଖ୍ୟା ନ ଥିବା ବେଳେ ପିସିସି ସଭାପତି ଭକ୍ତଚରଣ ଦାସ କିନ୍ତୁ କହିଛନ୍ତି ତାଙ୍କ ଦଳ ଏଥିରେ ସକ୍ରିୟ ଭୂମିକା ନିଭାଇବ ।
ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପରେ ଆଜିଠାରୁ ମାର୍ଚ୍ଚ ୫ ଯାଏ ଚାଲିବ ନାମାଙ୍କନପତ୍ର ଦାଖଲ। ୬ ତାରିଖରେ ଯାଞ୍ଚ ହେଉଥିବା ବେଳେ ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ।
ଆବଶ୍ୟକ ହେଲେ ମାର୍ଚ୍ଚ ୧୬ରେ ହେବ ରାଜ୍ୟସଭା ନିର୍ବାଚନ। ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ଲାଗି ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ମତଦାନ। ବିଜେପି ସାଂସଦ ସୁଜିତ କୁମାର ଓ ମମତା ମହାନ୍ତ ଏବଂ ବିଜେଡି ସାଂସଦ ମୁନା ଖାଁ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ସରୁଥିବାରୁ ନିର୍ବାଚନ ହେଉଛି ।
ଖାଲି ପଡୁଥିବା ୪ ରାଜ୍ୟସଭା ଆସନରୁ ସଂଖ୍ୟା ଦୃଷ୍ଟିରୁ ବିଜେପି ୨ଟି ଓ ବିଜେଡି ଗୋଟିଏ ନେବା ପକ୍କା। କିନ୍ତୁ ଚତୁର୍ଥ ଆସନ ପାଇଁ କାହାରି ପାଖରେ ସଂଖ୍ୟା ନାହିଁ। ସମାନ ୪ ବୈଧ ପ୍ରାର୍ଥୀ ହେଲେ ମତଦାନର ଆବଶ୍ୟକତା ନାହିଁ। ଆଉ ଅଧିକ ପ୍ରାର୍ଥୀ ହେଲେ ଭୋଟ ହୋଇପାରେ।...
IND vs ZIM: ଚେନ୍ନାଇରେ ଭାରତ-ଜିମ୍ବାୱେ ହାଇଭୋଲଟେଜ୍ ଟକ୍କର୍, ପ୍ରଥମେ ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ

South Africa Cruise Past West Indies: ସେମିରେ ସାଉଥ୍ ଆଫ୍ରିକା, ୱେଷ୍ଟ ଇଣ୍ଡିଜକୁ ୯ ୱିକେଟରେ ହରାଇ ଗ୍ରୁପ୍ -୧ରୁ ସେମିକୁ ଉନ୍ନୀତ

Big Anti-Naxal Operation: ବିପୁଳ ପରିମାଣର ଗୁଳିଗୋଳା ଓ ବିସ୍ଫୋରକ ଜବତ, ଜଙ୍ଗଲରେ ଚାଲିଥିଲା ନକ୍ସଲ କ୍ୟାମ୍ପ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)