Advertisment

Raju Dholakia’s Wife in Tears: ଭାବବିହ୍ୱଳ ହୋଇ କାନ୍ଦିଲେ ରାଜୁ ଢୋଲକିଆଙ୍କ ପତ୍ନୀ, କହିଲେ ପଚାରିନି ବିଜେଡି

ରାଜୁ ଢୋଲକିଆଙ୍କ ପତ୍ନୀ କଳ୍ପନା ଭାବବିହ୍ୱଳ ହୋଇଯାଇଥିଲେ । ରାଜୁଙ୍କ ଭାଇ ଅତୁଲ କହିଥିଲେ, ମୋ ଭାଇ ଯିଏକି ଦଳ ପାଇଁ ନିଜର ପୂରା ସମୟ ଲଗେଇ ଦେଇଥିଲେ ତାଙ୍କ ଏଭଳି ବଡ଼ ଅସ୍ତ୍ରୋପଚାରେ ବେଳେ ବିଜେଡିରୁ କେହି ବି ଦେଖା କରିବାକୁ ଆସି ନ ଥିଲେ ।

author-image
Tapan Swain
BJP

BJP Photograph: (OTV)

ନବୀନଙ୍କ ବେଇମାନ୍ ଓ ପ୍ରାର୍ଥୀ ଚୋର ଆରୋପକୁ ପୁଣି ବିଜେପିର କଡ଼ା ସମାଲୋଚନା । ସ୍ବର୍ଗତ ରାଜୁ ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ ଓ ଭାଇ ଅତୁଲ ଢୋଲକିଆଙ୍କ ଉପସ୍ଥିତିରେ ପ୍ରେସମିଟ୍ କରି ବିଜେଡି ଉପରେ ବର୍ଷିଲେ ବିଜେପି ସାଂସଦ ସମ୍ବିତ ପାତ୍ର । ସମ୍ବିତ କହିଛନ୍ତି, ନବୀନଙ୍କ ଏଭଳି ମନ୍ତବ୍ୟ ପରିବାରକୁ ଆଘାତ ଦେଇଛି । ବିଜେଡି ରାଜୁ ଢୋଲକିଆଙ୍କ ପରିବାର ପ୍ରତି ଖରାପ ବ୍ୟବହାର କରିଛି । ରାଜୁ ଭାଇଙ୍କୁ ରାଜନୈତିକ ବସ୍ତୁ ଭାବେ ଦେଖୁଛି ବିଜେଡି । ବସ୍ତୁର ଚୋରି ହୋଇପାରେ, କିନ୍ତୁ କୌଣସି ବ୍ୟକ୍ତିର ନୁହେଁ ।

Advertisment

ଜୁନରୁ ରାଜୁ ଭାଇ ହସ୍ପିଟାଲରେ ଥିଲେ, ହାର୍ଟ ଓ କିଡନୀ ଖରାପ ଥିଲା । ଚେନ୍ନାଇରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ ହେଲା, କିଡନୀ ଦେବାକୁ ପୁଅ ଜୟ ରାଜିଥିଲେ । କିନ୍ତୁ ୩ ଦିନ ଭିତରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଏହା ସମ୍ଭବ ହୋଇପାରିଲାନି । ୩ ମାସ ଭିତରେ ବିଜେଡିର କେହି ବି ନେତା ଦେଖା କରିବାକୁ ଆସିଲେନି । ଏପରିକି ଫୋନ୍ ଟିଏ ବି କଲେନି । ଚାନ୍ଦା ମାଗି ରାଜୁଙ୍କ ପାର୍ଥିବ ଶରୀରକୁ ଏୟାର ଆମ୍ବଲାନ୍ସରେ ନୂଆପଡ଼ା ଅଣାଗଲା ।

ଶ୍ରଦ୍ଧାଞ୍ଜଳି ସଭାରେ ପାର୍ଟି ଚିହ୍ନ ଲଗାଇ ମାଇଲେଜ୍ ନେବାକୁ ଉଦ୍ୟମ

ସେତେବେଳେ ଖର୍ଚ୍ଚ ଅର୍ଥ ଦିଆଯିବ କହିଥିଲେ ବିଜେଡି ନେତା । କିନ୍ତୁ ଏପର୍ଯ୍ୟନ୍ତ ବି ତାହା ପାଇଲେନି । ଏତେବଡ଼ ପାର୍ଟି ହୋଇ ୧୦ କି ୧୨ ଲକ୍ଷ ଦେଇପାରିଲାନି । ଶ୍ରଦ୍ଧାଞ୍ଜଳି ସଭାରେ ପାର୍ଟି ଚିହ୍ନ ଲଗାଇ ମାଇଲେଜ୍ ନେବାକୁ ଉଦ୍ୟମ କଲେ । ସେହି ଦିନ ବିଜେଡିରେ ନ ରହିବାକୁ ପରିବାର ମନ ସ୍ଥିର କଲା ବୋଲି କହିଛନ୍ତି ସମ୍ବିତ ।

Advertisment

ପ୍ରେସମିଟ ଅବସରରେ ଉପସ୍ଥିତ ଥିବା ଢୋଲକିଆଙ୍କ ପତ୍ନୀ କଳ୍ପନା ଭାବବିହ୍ୱଳ ହୋଇଯାଇଥିଲେ । ସେପଟେ ରାଜୁଙ୍କ ଭାଇ ଅତୁଲ କହିଥିଲେ, ମୋ ଭାଇ ଯିଏକି ଦଳ ପାଇଁ ନିଜର ପୂରା ସମୟ ଲଗେଇ ଦେଇଥିଲେ ତାଙ୍କ ଏଭଳି ବଡ଼ ଅସ୍ତ୍ରୋପଚାରେ ବେଳେ ବିଜେଡିରୁ କେହି ବି ଦେଖା କରିବାକୁ ଆସି ନ ଥିଲେ । ତେବେ ସମ୍ବିତ ଏବଂ ଢୋଲକିଆ ପରିବାରର ଅଭିଯୋଗକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

BJP Rajendra Dholkia nuapada byelection
Advertisment
Related Articles
Advertisment