/odishatv-khabar/media/media_files/2025/10/16/jay-dholakia-2025-10-16-09-13-22.jpg)
Jay Dholakia Photograph: (OTV)
ନୂଆପଡ଼ା ମୈଦାନରେ ୩ ଦଳର ଯୋଦ୍ଧା । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଆଜି ନୂଆପଡ଼ାରେ ବଡ଼ ସୋ' କରିବ ବିଜେପି । ଗୋତମା ଏୟାର ଷ୍ଟ୍ରିପ ଠାରେ ଏହି ଜନସଭା ଅନୁଷ୍ଠିତ ହେବ ।
ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସହ ପ୍ରଭାରୀ ଲତା ଉସେଣ୍ଡି, ମନ୍ତ୍ରିମଣ୍ଡଳର ସଦସ୍ୟ, ସାଂସଦ ଓ ବିଧାୟକ ଓ ଦଳର ବରିଷ୍ଠ ନେତା ମାନେ ଉପସ୍ଥିତ ରହିବେ । ସକାଳ ସାଢ଼େ ୧୦ଟାରେ ଗୋତମା ପଡ଼ିଆରେ ବଡ଼ ସଭା ହେବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପଟେ ଆଜି ନୁହେଁ ଆସନ୍ତା ୧୮ରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଆଜି କିଛି କାରଣ ବସତଃ ନାମାଙ୍କନ ନ କରି ଆସନ୍ତା ୧୮ରେ କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।
• ନୂଆପଡ଼ାରେ ବିଜେପିର ବଡ଼ ସୋ'
• ଜୟ ଢୋଲକିଆଙ୍କ ପାଇଁ ଆଜି ନୂଆପଡ଼ାରେ ବଡ଼ ସୋ' କରିବ ବିଜେପି
• ଗୋତମା ଏୟାର ଷ୍ଟ୍ରିପ ଠାରେ ବିଶାଳ ଜନସଭା ଅନୁଷ୍ଠିତ ହେବ
• ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
• ଯୋଗଦେବେ ମନମୋହନ, କନକ ବର୍ଦ୍ଧନ, ତୋମାର
• ମନ୍ତ୍ରିମଣ୍ଡଳର ସଦସ୍ୟ, ସାଂସଦ ଓ ବିଧାୟକ ଉପସ୍ଥିତ ରହିବେ
• ଆସନ୍ତା ୧୮ରେ ନାମାଙ୍କନ କରିବେ ଜୟ ଢୋଲକିଆ
• ୧୮ରେ ନାମାଙ୍କନ କରିବେ ବୋଲି ନିଜ ସ୍ପଷ୍ଟ କଲେ ଜୟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)