Advertisment

BJP-BJD Face Off: 'ମିଶନ ଶକ୍ତି' ବିଶ୍ୱାସଘାତର ଜବାବ 'ସୁଭଦ୍ରା' ଭଉଣୀ ଦେବେ: ପ୍ରଭାତୀ

ନୂଆପଡ଼ାରେ ବିଜେପି-ବିଜେଡି ମୁହାଁମୁହିଁ। ନବୀନଙ୍କ ପ୍ରାର୍ଥୀ ଚୋରି, ବିଶ୍ୱାସଘାତ ଓ ବେଇମାନ ମନ୍ତବ୍ୟ ପରେ ସୋସିଆଲ୍ ମିଡିଆରେ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଲେ ବିଶ୍ୱାସଘାତ ମିଶନ ଶକ୍ତିର ମହିଳାଙ୍କ ସହ ହୋଇଛି।

author-image
Debadatta Aryashrestha
Prabhati vs Naveen

BJD, BJP Face off in Nuapada Photograph: (OTV)

ନୂଆପଡ଼ାରେ ବିଜେପି-ବିଜେଡି ସିଧା ମୁହାଁମୁହିଁ। ନବୀନଙ୍କ ପ୍ରାର୍ଥୀ ଚୋରି, ବିଶ୍ୱାସଘାତକତା ଓ ବେଇମାନ ମନ୍ତବ୍ୟ ପରେ କଡ଼ା ଜବାବ ରଖିଛି ବିଜେପି। ସୋସିଆଲ୍ ମିଡିଆରେ ଟାର୍ଗେଟ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ ବିଶ୍ୱାସଘାତ ମିଶନ ଶକ୍ତିର ମହିଳାଙ୍କ ସହ ହୋଇଛି। ୨୪ ବର୍ଷର ବିଶ୍ବାସଘାତର ଜବାବ ନୂଆପଡ଼ା ନିର୍ବାଚନରେ ଦେବେ ସୁଭଦ୍ରା ଭଉଣୀ।

Advertisment

ନୂଆପଡ଼ା ନିର୍ବାଚନ ତାରିଖ ଯେତିକି ପାଖୋଉଛି, ଦିନକୁ ଦିନ ବଢ଼ୁଛି ରାଜନୈତିକ ବୟାନବାଜି। ଏବେ ନୂଆପଡ଼ାରେ ‘ରାଜେନ୍ଦ୍ର ଢୋଲକିଆ’ ପ୍ରସଙ୍ଗରେ ତାତିଛି ମଇଦାନ। ଗତକାଲି ନୂଆପଡ଼ାରେ ନିର୍ବାଚନୀ ପ୍ରଚାର ପାଇଁ ଯାଇଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପିକୁ ସମାଲୋଚନା କରିବା ସହ ଏହାର ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ନିଶାନା କରିଥିଲେ। ବିଜେପି ପ୍ରାର୍ଥୀ ଚୋରି କରିଥିବା ଅଭିଯୋଗ କରିଥିଲେ। ଏପରିକି ତାଙ୍କ ସହ ବିଶ୍ୱାସଘାତ ହୋଇଥିବା ମଧ୍ୟ ମଞ୍ଚରେ ନବୀନ କହିଥିଲେ। ଯାହାର ଜବାବ ଦେବା ସହ ନବୀନଙ୍କ ଉପରେ ପାଲଟା ଅଭିଯୋଗ ଲଗାଇଛନ୍ତି ଜୟ। କହିଛନ୍ତି ବାପା ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ, ସେତେବେଳେ ଥରେ ବି ସେ ଦେଖିବାକୁ ଆସିନଥିଲେ। ଏମିତି ଫୋନ୍ କଲ୍ କରି କଥା ବି ହୋଇନଥିଲେ, ଏକାଦଶାହ କାର୍ଯ୍ୟକ୍ରମକୁ ବି ଆସିନଥିଲେ। ତାଙ୍କ ରଣନୀତି କ'ଣ ଥିବ ସେଥିପାଇଁ ନବୀନ ଏମିତି କହିଥାଇପାରନ୍ତି। ନୂଆପଡ଼ାବାସୀ ସବୁ କଥା ଭଲ ଭାବେ ବୁଝିଛନ୍ତି ବୋଲି କହିଛନ୍ତି ଜୟ।

ସେପଟେ ଜୟଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ରାଜେନ୍ଦ୍ର ଢୋଲକିଆଙ୍କ ସ୍ବାସ୍ଥ୍ୟାବସ୍ଥା କଥା ନବୀନ ବାବୁ ବୁଝିଥିଲେ ବୋଲି ଦଳ ପକ୍ଷରୁ କୁହାଯାଇଛି। ତାଙ୍କ ମୃତ୍ୟୁ ପରେ ସ୍ବତନ୍ତ୍ର ଫ୍ଲାଇଟରେ ନୂଆପଡ଼ାକୁ ମରଶରୀର ଆସିବା ବ୍ୟବସ୍ଥା କରାଇଥିଲେ। ଏବେ ଜୟଙ୍କ ରାଜନୈତିକ ପଟ୍ଟ ପରିବର୍ତ୍ତନ ପଛରେ ଡିଲ୍ ହୋଇଥିବା ଅଭିଯୋଗ ଲଗାଇଛନ୍ତି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା।

Advertisment

ତେବେ ନବୀନଙ୍କ 'ବିଶ୍ୱାସଘାତ' ଓ ପ୍ରାର୍ଥୀ ଚୋରି ମନ୍ତବ୍ୟ ଉପରେ ଜବାବ ରଖିଛି ବିଜେପି। ନବୀନଙ୍କୁ କଡ଼ା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୋସିଆଲ୍ ମିଡିଆରେ ନବୀନଙ୍କୁ କାଉଣ୍ଟର କରି ପ୍ରଭାତୀ କହିଛନ୍ତି, ବିଶ୍ବାସଘାତ ମିଶନ ଶକ୍ତିର ମହିଳାଙ୍କ ସହ ହୋଇଛି। ୨୪ ବର୍ଷର ବିଶ୍ବାସଘାତର ଜବାବ ସୁଭଦ୍ରା ଭଉଣୀ ଦେବେ। ନୂଆପଡ଼ା ନିର୍ବାଚନରେ ଜବାବ ଦେବେ ସୁଭଦ୍ରା ଭଉଣୀ।

Odisha Politics BJD BJP Pravati Parida Naveen Patnaik nuapada bypoll
Advertisment
Related Articles
Advertisment