Advertisment

Jay Dholakia: ବାପାଙ୍କୁ ଦେଖିନଥିଲେ, ଏବେ ଭୋଟ୍ ମାଗି ଆସିଛନ୍ତି: ନବୀନଙ୍କୁ ଜୟଙ୍କ ସମାଲୋଚନା

ରାଜେନ୍ଦ୍ର ଢୋଲକିଆ ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ। ଏବେ ଭୋଟ୍ ପାଇଁ ଆସିଛନ୍ତି ନୂଆପଡ଼ା। ନବୀନଙ୍କ ଅଭିଯୋଗର ଜବାବ ରଖିଲେ ଜୟ ଢୋଲକିଆ। ବିଜେଡିର ପ୍ରତିକ୍ରିୟା ମିଳିପାରିନି।

author-image
Chinmayee Sahoo
Jay Dholkia

Jay Dholkia Photograph: (OTV)

ରାଜେନ୍ଦ୍ର ଢୋଲକିଆ ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ। ଏବେ ଭୋଟ୍ ପାଇଁ ଆସିଛନ୍ତି ନୂଆପଡ଼ା। ଆଜି କିଛି ଏଭଳି ଭାବେ ସିଧା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ଜୟ ଢୋଲକିଆ। 
ଗତକାଲି ନୂଆପଡ଼ାରେ ନିର୍ବାଚନୀ ପ୍ରଚାର ପାଇଁ ଯାଇଥିବା ବେଳେ ନବୀନ ବିଜେପିକୁ ସମାଲୋଚନା କରିବା ସହ ଜୟଙ୍କୁ ନିଶାନା କରିଥିଲେ। ପ୍ରାର୍ଥୀ ଚୋରି କରିଥିବା ଅଭିଯୋଗ କରିଥିଲେ। ଯାହାର ଜବାବ ଦେବା ସହ ନବୀନଙ୍କ ଉପରେ ପାଲଟା ଅଭିଯୋଗ ଲଗାଇଛନ୍ତି ଜୟ। 
ବାପା ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ, ସେତେବେଳେ ଥରେ ବି ସେ ଦେଖିବାକୁ ଆସିନଥିଲେ। ତାଙ୍କ ରଣନୀତି କଣ ଥିବ ସେଥିପାଇଁ ନବୀନ ଏମିତି କହିଥାଇପାରନ୍ତି। ନୂଆପଡ଼ାବାସୀ ସବୁ କଥା ଭଲ ଭାବେ ବୁଝିଛନ୍ତି ବୋଲି କହିଛନ୍ତି ଜୟ। ସେପଟେ ଜୟଙ୍କ ଅଭିଯୋଗ ନେଇ ନବୀନ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନି।

Advertisment


•    ‘ବାପାଙ୍କୁ ଦେଖିନଥିଲେ, ଏବେ ଭୋଟ୍ ମାଗି ଆସିଛନ୍ତି’
•    ‘ରାଜେନ୍ଦ୍ର ଢୋଲକିଆ ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ’ 
•    ‘ଏବେ ଭୋଟ୍ ପାଇଁ ଆସିଛନ୍ତି ନୂଆପଡ଼ା’
•    ନବୀନଙ୍କ ଅଭିଯୋଗର ଜବାବ ରଖିଲେ ଜୟ ଢୋଲକିଆ  
•    ‘ବାପା ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ’
•    ‘ସେତେବେଳେ ଥରେ ବି ଦେଖିବାକୁ ଆସିନଥିଲେ’
•    ଗତକାଲି ପ୍ରାର୍ଥୀ ଚୋରି କଥା କହି ବର୍ଷିଥିଲେ ନବୀନ 
•    ଆଜି ସିଧା ନବୀନଙ୍କୁ ଜବାବ ରଖିଲେ ଜୟ ଢୋଲକିଆ 
•    ‘ନୂଆପଡ଼ାବାସୀ ସବୁ କଥା ଭଲ ଭାବେ ବୁଝିଛନ୍ତି’

nuapada bypoll
Advertisment
Related Articles
Advertisment