Advertisment

BJP State Meet: ରାଜ୍ୟ ବିଜେପିର ପଦାଧିକାରୀ ବୈଠକ, ନିର୍ବାଚନ ପାଇଁ ପ୍ରସ୍ତୁତି

ରାଜ୍ୟ ବିଜେପିର ପଦାଧିକାରୀ ବୈଠକ। ସମସ୍ତ ପଦାଧିକାରୀ, ଜିଲ୍ଲା ପ୍ରଭାରୀ, ବିଧାନସଭାରେ ପ୍ରତିଦ୍ବନ୍ଦିତା କରିଥିବା ସମସ୍ତ ପାର୍ଥିଙ୍କୁ ନେଇ ବୈଠକ ହୋଇଛି।

author-image
Chinmayee Sahoo
BJP

BJP Photograph: (OTV)

ରାଜ୍ୟ ବିଜେପିର ପଦାଧିକାରୀ ବୈଠକ। ସମସ୍ତ ପଦାଧିକାରୀ, ଜିଲ୍ଲା ପ୍ରଭାରୀ, ବିଧାନସଭାରେ  ପ୍ରତିଦ୍ବନ୍ଦିତା କରିଥିବା ସମସ୍ତ ପାର୍ଥିଙ୍କୁ ନେଇ ବୈଠକ ହୋଇଛି। ବୈଠକରେ ପାର୍ଟିର ସାଂଗଠାନିକ ବ୍ୟବସ୍ଥାର ସମୀକ୍ଷା ହୋଇଛି। ବୁଥ୍ ଠୁ ଜିଲ୍ଲା କମିଟି ପର୍ଯ୍ୟନ୍ତ, ମଣ୍ଡଳ କମିଟି ଏବଂ ମୋର୍ଚ୍ଚା କମିଟି ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଛି। 

Advertisment

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ସଂଗଠନ ମାଧ୍ୟମରେ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବାକୁ ବୈଠକରେ ଯୋଜନା ହୋଇଥିବା ଚର୍ଚ୍ଚା ହୋଇଛି। ସରକାରଙ୍କ ବିକଶିତ ଭାରତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଛି। ଆଗକୁ ଯେତେ ନିର୍ବାଚନ ଆସିବ, ସମସ୍ତ ନିର୍ବାଚନ ପାଇଁ ବିଜେପି ପୂର୍ବ ପ୍ରସ୍ତୁତି ଓ ପୂର୍ଣ୍ଣ ପ୍ରସ୍ତୁତି କରୁଛି। 

ଏଥିପାଇଁ କର୍ଯ୍ୟ ଖସଡା ପ୍ରସ୍ତୁତ କରିଛି। ଦଳ ଓ ସରକାର ଭିତରେ ସମନ୍ବୟ ରଖି ଲୋକଙ୍କ ନିକଟରେ ଯୋଜନା ପହଞ୍ଚାଇବାକୁ ବୈଠକରେ ଗୁରୁତ୍ବ ଦିଆଯାଇଛି। ସେଥିପାଇଁ ନିର୍ବାଚନ ଜିତିବାକୁ ନେଇ ଯାହା ଯୋଜନା ତାହା ଦଳ କରିଛି।

Advertisment

BJP Odisha
Advertisment
Related Articles
Advertisment